ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

Published By : Prameya-News7 Bureau | April 29, 2024 IST

Breaking_1

ସୁନ୍ଦରଗଡ଼ ୨୯।୦୪ : ସୁନ୍ଦରଗଡ଼ ସଦର ଥାନା ଖୁଣ୍ଡାମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ । ଏହି ଘଟଣାରେ ଉଭୟ ପକ୍ଷରୁ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲର ଭର୍ତ୍ତି କରାଯାଇଛି । ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ସଦର ଥାନା ଖୁଣ୍ଟମୁଣ୍ଡାରେ ହୋଇଛି ଗୋଷ୍ଠୀ ସଂଘର୍ଷ ।  ଖୁଣ୍ଟମୁଣ୍ଡାର ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର ଥିଲା ବେଳେ ସୁନ୍ଦରଗଡ଼ ଟାଉନ୍ ଥାନା ଖମରିପଡ଼ାରେ ଗୋଷ୍ଠୀ ସଂଘର୍ଷ ରେ ଅଭୟ ଗହିର ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି। ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସେପଟେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଚିକିତ୍ସାଳୟରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି । ଏହାସହ ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ପୋଲିସ୍ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.