News7 Logo

୫୦ ବର୍ଷ ପରେ ବିରଳ ସଂଯୋଗ ସୃଷ୍ଟି କରୁଛନ୍ତି ଶନି ଦେବ, ଏହି ରାଶି ବ୍ୟକ୍ତିଙ୍କର ଆରମ୍ଭ ହେବ ଭଲ ଦିନ

NEWS7
horoscope

ନୂଆଦିଲ୍ଲୀ ୦୫।୦୯; ୭ ସେପ୍ଟେମ୍ଵର ୨୦୨୫ର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଦିନ ଭାଦ୍ରପ୍ରଦ ପୁର୍ଣ୍ଣିମା ଓ ପିତୃପକ୍ଷର ସଂଯୋଗ ସୃଷ୍ଟି ହେଉଛି । ପଂଚାଙ୍ଗ ଅନୁସାରେ ସଂଯୋଗବସ ଚନ୍ଦ୍ରଗ୍ରହଣର ୫୦ ବର୍ଷ ପରେ ଶନି ବକ୍ରି ଓ ଗୁରୁ ଉଦୟ ଏକାଠି ରହିବେ । ଯେଉଁଥିପାଇଁ ଏହି ଚନ୍ଦ୍ରଗ୍ରହଣ ବହୁତ ବିଶେଷ ହେବାକୁ ଯାଉଛି । ଏହା  ସହ ଚନ୍ଦ୍ରଗ୍ରହଣରେ ରାହୁ ଚନ୍ଦ୍ରମାର ୟୁତିରୁ ଗ୍ରହଣ ଯୋଗ ହେବ ଓ ଏହି ଗ୍ରହଣ ଗୁରୁର ନକ୍ଷେତ୍ର ପୂର୍ବାଭାଦ୍ରପଦ ନକ୍ଷେତ୍ରରେ ହେବ । ୭ ସେପ୍ଟେମ୍ଵରକୁ  ହେବାକୁ ଥିବା ଦ୍ଵିତୀୟ ଓ ଶେଷ ଚନ୍ଦ୍ରଗ୍ରହଣ କୌଣସି ବଡ ସଂଯୋଗ ଠାରୁ କମ୍‌ ନୁହେଁ । ଏହି ଗ୍ରହଣ ୭ ତାରିଖ ରାତି ପ୍ରାୟ ୯.୫୮ ମିନିଟ୍‌ରେ ଆରମ୍ଭ ହେବ । ଯାହାର ସମାପନ ବିଳମ୍ଵିତ ରାତି ୧.୨୬ ମିନିଟ୍‌ରେ ହେବ । ତେବେ ଆସନ୍ତୁ ଜାଣିବା ବର୍ଷର ଶେଷ ଗ୍ରହଣରେ କେଉଁ ରାଶିଙ୍କ ପାଇଁ ଶୁଭ ।

ମିଥୁନ ରାଶି- ଚନ୍ଦ୍ରଗ୍ରହଣ ମିଥୁନ ରାଶିଙ୍କ ପାଇଁ ବେଶ ଶୁଭଫଳ ଆଣିବ । ଆସନ୍ତା ୧୫ ଦିନ ପଇସା ଓ କ୍ୟାରିୟରରେ ଭଳ ସୁଯୋଗ ମିଳିପାରେ । ଅଚାନକ ରହିଯାଇଥିବା କାମ ଶେଷ ହେବ । ରୋଜଗାରର ପାଇଁ ନୂଆ ରାସ୍ତା ଖୋଲିବ ।

କର୍କଟ ରାଶି- ଆସନ୍ତା ୧୫ ଦିନ କର୍କଟ ରାଶି ପାଇଁ ଚନ୍ଦ୍ରଗ୍ରହଣ  ବେଶ ଲାଭଦାୟକ ।ସମ୍ପର୍କ ଓ କାମରେ ସୁଧାର ଆସିବ । ସମସ୍ତ ମତଭେଦ ଦୂର ହେବ । ନୂଆ ଲୋକଙ୍କ ସହ ସମ୍ପର୍କ ଯୋଡି ହେବ । ଯାହା ଭବିଷ୍ୟତରେ ଫାଇଦା ମିଳିବ ।

ବିଛା ରାଶି- ଚନ୍ଦ୍ରଗ୍ରହଣ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକାଇ ଦେବ । କ୍ୟାରିଅର ଗ୍ରୋଥ ଓ କାମରେ ଉନ୍ନତି ଲାଗି ରହିବ । ନିବେଶରେ  ଫସିଥିବା ଟଙ୍କା ପ୍ରାପ୍ତ ହେବ ।