କ'ଣ କଲା ଚାଣ୍ଡାଳୁଣି ? ଦୁଇ ଝିଅଙ୍କୁ କୂଅରେ ଫିଙ୍ଗି ମାରିଥିଲା, ଏବେ ହାରିଦେଲା ଜୀବନ

NEWS7
this-man-has-three-wives-but-wives-fear-that

କୁଚିଣ୍ଡା ୧୪/୦୩: ମାରିଥିଲା ଏବେ ମଲା । ଦୁଇ ପିଲାଙ୍କୁ କୂଅରେ ଫିଙ୍ଗିଥିବା ମାଆ କରିଛି ଆତ୍ମହତ୍ୟା । ମହୁଲପାଲି ଥାନା ସର୍ଗିଡ଼ିହି ଗାଁର ଘଟଣାକୁ ନେଇ ଚର୍ଚ୍ଚା । ଘଟଣା ସ୍ଥଳରେ ପୋଲିସର ତଦନ୍ତ । ଶୁକ୍ରବାର ନିଜର ଦୁଇ ନାବାଳିକା ଶିଶୁକନ୍ୟାଙ୍କୁ କୂଅରେ ପକେଇ ମାରିଥିଲା ମା । ଆଜି ଉଦ୍ଧାର ହୋଇଛି ମାଆର ଝୁଲନ୍ତା ମୃତଦେହ । 

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସର୍ଗିଡ଼ିହି ଗାଁରେ ଅଭାବନୀୟ ଘଟଣା । କୂଅ ଭିତରୁ ଦୁଇ ନାବାଳିକା ଭଉଣୀ ଉଦ୍ଧାର ପରେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଜଣେ ୪ ମାସର ହୋଇଥିବା ବେଳେ, ଜଣେ ୬ ବର୍ଷର ।

ଗାଁ ଲୋକ ଓ ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁଇ ନାବାଳିକାଙ୍କ ମା' ମାନସିକ ବିକୃତି ଥିବାରୁ ସେ ଝିଅମାନଙ୍କୁ ଘର ପାଖ ଜମି ଭିତରେ ଥିବା କୂଅରେ ପକାଇ ସ୍ୱାମୀ ପଚାରିବାରୁ କୂଅରେ ପକାଇଥିବା ଜଣାପଡିଥିଲା । ପ୍ରାଥମିକ ତଦନ୍ତ ରୁ ମାଆ ଦୁଇ ନାବାଳିକାଙ୍କୁ ଜମି ଭିତରେ ଥିବା କୂଅରେ ଫିଙ୍ଗି ଦେଇଥିବା ଜାଣିବାକୁ ପଡିଥିଲା । ଏମିତିକି ଘଟଣା ପରେ କେଉଁଆଡେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ମାଆ ।