ନୂଆଦିଲ୍ଲୀ ୧୮।୦୧: ସାଧାରଣତଃ ଘରେ ପନିପରିବା ଏବଂ ଫଳ କାଟିବା ପାଇଁ ଛୁରୀ ବ୍ୟବହାର କରାଯାଏ। ଅନେକ ସମୟରେ ଲୋକମାନେ ଏହାକୁ ଆତ୍ମରକ୍ଷା ଏବଂ ଆକ୍ରମଣ ପାଇଁ ମଧ୍ୟ ବ୍ୟବହାର କରନ୍ତି । କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ବିପଦଜନକ ଛୁରୀ ବିଷୟରେ । ଆସନ୍ତୁ ଜାଣିବା...
ସାରା ବିଶ୍ୱରେ ଅନେକ ପ୍ରକାରର ଛୁରୀ ମିଳିଥାଏ। କେବଳ ଏତିକି ନୁହେଁ, ସବୁ ଛୁରୀର ବ୍ୟବହାର ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ କିଛି ବର୍ଷ ପୂର୍ବେ ବିଶ୍ୱର ସବୁଠାରୁ ଧାରୁଆ ଏବଂ ମହଙ୍ଗା ଛୁରୀ ତିଆରି କରିଥିଲେ ଜର୍ମାନ କମାର ଲାର୍ସ ସ୍କିଡଲର । ତାଙ୍କର ପିଲାଦିନରୁ ଯାଦୁକରୀ ଖଣ୍ଡା ଏବଂ ଛୁରୀ ପ୍ରତି ଆକର୍ଷଣ ଥିଲା। ସିରିଆର ରାଜଧାନୀ ଦମିଷ୍କ କମାରମାନଙ୍କଠାରୁ ଛୁରୀ ତିଆରି ପଦ୍ଧତିକୁ ଲାର୍ସ ସ୍କିଡଲର୍ ଆପଣାଇଛନ୍ତି ।
ଯଦିଓ ଏହା ଆଉ ସିରିଆରେ ବ୍ୟବହାର କରାଯାଉନି । କିନ୍ତୁ ସ୍କିଡଲର ତାଙ୍କ ଓ୍ବାର୍କସପ୍ରେ ଏହି ପୁରୁଣା ଟେକନିକ୍ ପୁଣି ଥରେ ଆପଣାଇଛନ୍ତି । ଲାର୍ସ ସ୍କିଡଲର ଏହି ଛୁରୀକୁ ଷ୍ଟିଲର ଶହ ଶହ ପରସ୍ତରୁ ତିଆରି କରିଛନ୍ତି । ସ୍କିଡଲର ଏବଂ ତାଙ୍କ ସହଯୋଗୀମାନେ ଅନେକ ପରସ୍ତର ଏକ ପ୍ଲେଟକୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା କରିଥାନ୍ତି ।
ଏହାପରେ ସେମାନେ ଏପରି କରି ୪୮୦ ସ୍ତରରେ ଗୋଟିଏ ଛୁରୀ ତିଆରି କରିଥାନ୍ତି । ତେବେ ସ୍କିଡଲରଙ୍କ ଦ୍ୱାରା ତିଆରି ଗୋଟିଏ ଛୁରୀର ଦାମ୍ ଚାରି ହଜାର ୟୁରୋ। ଅର୍ଥାତ୍ ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ । ଏହାର ଧାର ବହୁତ ତୀକ୍ଷ୍ନ ।