ବନ୍ଦ ହେଲା Phone peର ଏହି ବ୍ୟବସାୟ, RBIଙ୍କୁ ଫେରାଇବେ ଲାଇସେନ୍ସ

Published By : Prameya-News7 Bureau | February 07, 2025 IST

ନୂଆଦିଲ୍ଲୀ ୭।୨: ଦେଶର ସବୁଠୁ ବଡ଼ ଫିନଟେକ୍ କମ୍ପାନୀ ଫୋନ ପେ ଶୁକ୍ରବାର ‘ଖାତା ଏଗ୍ରିଗେସନ’ (ଏଏ) କାରବାରରୁ ନିଜକୁ ବାହାର କରିନେଇଛି। କମ୍ପାନୀ କହିଛି ଯେ ଆଶା ଅନୁସାରେ ସେବା  ପ୍ରଦାନ ନିମନ୍ତେ  ପର୍ଯ୍ୟାପ୍ତ ସହଭାଗିତା ସଂଗ୍ରହ କରିପାରି ନାହିଁ, ଏଣୁ ବ୍ୟବସାୟରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛି। ଫୋନ ପେ କହିଛନ୍ତି ଯେ ସେ ଆରବିଆଇଙ୍କୁ ଏନବିଏଫସି-ଏଏ ଲାଇସେନ୍ସ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓ ସେ ସଞ୍ଚାଳନ ବନ୍ଦ କରିଦେବେ। 

ଏଏ ଲାଇସେନ୍ସରେ କମ୍ପାନୀକୁ ଉପଯୋଗକର୍ତ୍ତାଙ୍କ ସହମତିରେ ସେମାନଙ୍କ ଆର୍ଥିକ ସୂଚନା ହାସଲ କରିବା ଓ ଋଣ, କ୍ରେଡିଟ କାର୍ଡ ଭଳି ଆର୍ଥିକ ସେବା ଦେବା ପାଇଁ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସଂସ୍ଥାଙ୍କ ସହିତ ଏହାକୁ ସେୟାର କରିବାକୁ ଅନୁମତି ମିଳିଥିଲା। ଫୋନ ପେ କହିଛନ୍ତି ଯେ ‘ଆମେ ମାତ୍ର ୨ ବର୍ଷର କମ ସମୟରେ ଆମର ଏଏ ମଞ୍ଚରେ ପାଖାପାଖି ୫ କୋଟି ଭାରତୀୟଙ୍କୁ ପଞ୍ଜିକୃତ କରିବାରେ ସକ୍ଷମ ହୋଇଛୁ’। ତେବେ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱୀତା କାରଣରୁ ଆମେ ଆମ ମଞ୍ଚରେ ସେତିକି ଆର୍ଥିକ ସୂଚନା ପ୍ରଦାତା (ଏଫଆଇପି)ଙ୍କୁ ସାମିଲ କରିପାରି ନାହୁଁ ଯେତିକି ଆମେ ଚାହୁଁଥିଲୁ ବୋଲି କହିଛନ୍ତି।  

ଏଣୁ ଫୋନ ପେ ସମୂହ ଖାତା ଏଗ୍ରିଗେଟର ବ୍ୟବସାୟରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚିତ କରିଛନ୍ତି। ଏଣୁ ଏହା ବଦଳେ ଆମେ ବଜାରରେ ଅନ୍ୟ ଏଏ ଙ୍କ ସହିତ ଭାଗିଦାରୀ କରିବୁ। ୱାଲମାର୍ଟ ସମୂହର ଏହି କମ୍ପାନୀଙ୍କୁ ଜୁନ ୨୦୨୩ରେ ଏଏ ଲାଇସେନ୍ସ ମିଳିଥିଲା। କମ୍ପାନୀ କହିଛି ଯେ ସେ ଖୁବ୍ ଶୀଘ୍ର ଏଏ ଉପଯୋଗକର୍ତ୍ତା ଆଧାର ସହିତ ସମ୍ପର୍କ କରିବ ଓ ସେମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚିତ କରିବ ଓ ନିୟାମକୀୟ ଦିଶାନିର୍ଦ୍ଦେଶ ଅନୁରୂପ ସେମାନଙ୍କୁ ସହଯୋଗ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.