ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନର ୩ୟ କିସ୍ତି, ଡିବିଟି ଜରିଆରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 27, 2025 IST

ଭୁବନେଶ୍ବର ୨୭।୮: ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନର ତୃତୀୟ କିସ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତି ପ୍ରଦାନ କରାଯାଇଛି । ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁନ୍ନତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡିବିଟି ମାଧ୍ୟମରେ ମୋଟ୍ ୧୦୪୧.୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ବିଜେପି ସରକାର ଆସିବା ପରେ ବଢିଛି ଚାଷୀଙ୍କ ଆୟ । ବିଜେଡି ସରକାରରେ ଦେଶରେ ତଳ ଆଡୁ ଦୁଇ ନମ୍ବରରେ ଥିଲା ଓଡ଼ିଶା । ଆମ ସରକାରରେ ଚାଷୀଙ୍କୁ ବାର୍ଷିକ ୫୮ ହଜାର ଟଙ୍କା ସହାୟତା ଦିଆଯାଉଛି । ସିଏମ୍ କିଷାନ ଟଙ୍କା ବାଣ୍ଟି କିଛି ଏଭଳି ଢଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୪ ମାସ ପୂର୍ବରୁ ବିଜେଡି ସରକାର ବେଳେ ରିପୋର୍ଟ କହୁଛି ଚାଷୀଙ୍କ ଲାଭ ହେଉନଥିଲା ବେଶୀ କ୍ଷତି ହେଉଥିଲା । ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ପଛରେ ରହୁଥିଲା ଓଡ଼ିଶା । ଦେଶରେ ଦ୍ଵିତୀୟ ସର୍ବନିମ୍ନ ଥିଲା, ତଳ ଆଡୁ ଦ୍ଵିତୀୟ । ଆମ ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ବିଚାରକୁ ନେଲେ, ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଗଲା ଇନପୁଟ ସବସିଡି ପାଇଁ । ଉଭୟ ଖରିଫ ଏବଂ ରବିରେ ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ଇନପୁଟ ସବସିଡି ଦିଆଯାଇଛି । ରେକର୍ଡ ପରିମାଣର ୯୨ ଲକ୍ଷ ୭୩୦୦୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ଚାଷୀଙ୍କୁ ୭୫୩୭ କୋଟି ଟଙ୍କା ଇନପୁଟ ସବସିଡି ଦିଆଯାଇଛି । ସୁଭଦ୍ରା, ପିଏମ୍ କିଷାନ, ସିଏମ୍ କିଷାନ ମିଶାଇ ବିଭିନ୍ନ ଯୋଜନା ସହାୟତାରେ ଚାଷୀଙ୍କ ବାର୍ଷିକ ଆୟ ୫୮ ହଜାର ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

କୁଲଡିହା ଅଭୟାରଣ୍ୟରେ କରିଥିଲେ ଶିକାର, ବନ୍ଧୁକ ସହ ଦୁଇ ଶିକାରୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.