ଭୁବନେଶ୍ବର ୨୭।୮: ବିଜୁ ଛାତ୍ର ଜନତା ଦଳର ନୂଆ ସଭାପତି ଦାୟିତ୍ବ ଇପସିତା ସାହୁଙ୍କୁ ଦିଆଯାଇଛି । ଦାୟିତ୍ବ ମିଳିବା ପରେ ଦଳୀୟ ନେତାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଇପସିତା । ଏହାସହ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ପ୍ରଥମ ଥର ଜଣେ ମହିଳାକୁ ସେ ଏତେ ବଡ଼ ଦାୟିତ୍ୱ ଦେଇଛନ୍ତି । ଯାହା ଆସ୍ଥା ମୋ ଉପରେ ରଖିଛନ୍ତି, ତାକୁ କାର୍ଯ୍ୟରେ ପରିଣତ କରିବି । ତାଙ୍କ ଆଦର୍ଶରେ ଛାତ୍ର ସଂସଦ ରାଜନୀତିକୁ ଆସିଥିଲି । ଆଜିର ଯାହା ପରିସ୍ଥିତି, ଝିଅ ଜଳୁଛି, ଛାତ୍ରୀ ଜଳୁଛି, ମହିଳା ଅସୁରକ୍ଷିତ । ସେମାନଙ୍କ ଅଧିକାର ପାଇଁ ଲଢେଇ ହେବ । ବିଜେପି ସରକାର କଲେଜରେ ଇଟା ଖଣ୍ଡେ ପକାଇନି । ଯାହା ହୋଇଛି, ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଛି । ଚାକିରି ନାହିଁ । ପ୍ରଶ୍ନପତ୍ର ଲିକ୍ ହେଉଛି । ଛାତ୍ର ଓ ଯୁବ ସମାଜ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ପାଆନ୍ତି । ସମସ୍ତଙ୍କ ଆଶୀର୍ବାଦରେ କାମ ହେବ । ସବୁବେଳେ ନବୀନ ପଟ୍ଟନାୟକ କୁହନ୍ତି, ରାଜନୀତିରେ ଆଶା ରହିବ । ମୁଁ ସମସ୍ତଙ୍କ ଠାରୁ ବୟସରେ ସାନ । ସମସ୍ତଙ୍କୁ ଫୋନ୍ କରିଛି । ସେମାନେ ମୋ ସହିତ ଅଛନ୍ତି ବୋଲି କହିଛନ୍ତି । ପଦ ଘୋଷଣା ପରେ ସମସ୍ତେ ମିଶି ଯାଆନ୍ତି । ଛାତ୍ର ବିଜେଡି ସବୁବେଳେ କ୍ୟାମ୍ପସରେ ଅଛି, ଛାତ୍ରଛାତ୍ରୀଙ୍କ ସହ ଅଛି । ABVP ପିଲା ଯେମିତି ନିଜ ଝିଅକୁ ଜଳିବାକୁ ପ୍ରବର୍ତ୍ତାଇଲେ, ସମସ୍ତେ ଜାଣିଲେ ଯେ କେବଳ ବିଜେଡି ଛାତ୍ରଛାତ୍ରୀଙ୍କ ସହ ଅଛି । ଲଢେଇ କ୍ୟାମ୍ପସ ସୁରକ୍ଷା ପାଇଁ ଜାରି ରହିବ ବୋଲି ଇପସିତା କହିଛନ୍ତି ।
You Can Read:
ଆଶ୍ରମ ସ୍କୁଲରେ ଅଘଟଣ : ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ଘଣ୍ଟାଏ ଲାଖି ରହିଲେ ନାବାଳକ