ବରିଷ୍ଠଙ୍କ ଅଭିଜ୍ଞତା ଓ ଯୁବ ମାନଙ୍କ ଉତ୍ସାହ ନେଇ କାମ ହେବ : ସଂଗ୍ରାମ, ଝଡ଼, ଲଢେଇ ଘରୁ ଘରୁ ଆରମ୍ଭ ହେବ

Published By : Prameya-News7 Bureau | August 27, 2025 IST

ଭୁବନେଶ୍ବର ୨୭।୮: ବିଜୁ ଯୁବ ଜନତା ଦଳ ସଭାପତି ଦାୟିତ୍ୱ ପାଇବା ପରେ ଦଳୀୟ ନେତାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଚିନ୍ମୟ ସାହୁ । ଏହାସହ ଦଳକୁ ଆହୁରି ସୁଦୃଢ କରିବାକୁ ଆଲୋଚନା କରିଛନ୍ତି ।  ଏହାପରେ ପ୍ରତିକ୍ରିୟା ରଖି ଚିନ୍ମୟ ସାହୁ କହିଛନ୍ତି, ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ । ଏହାକୁ ସମ୍ଭାଳିବାକୁ ପ୍ରସ୍ତୁତ । 

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆସ୍ଥାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ରହିବ । ବରିଷ୍ଠଙ୍କ ଅଭିଜ୍ଞତା ଓ ଯୁବ ମାନଙ୍କ ଉତ୍ସାହ ନେଇ କାମ ହେବ । ସଂଗ୍ରାମ, ଝଡ଼, ଲଢେଇ ଘରୁ ଘରୁ ଆରମ୍ଭ ହେବ । ବିଜେପି ସରକାରର ପ୍ରତିଶ୍ରୁତି ନେଇ ପ୍ରଶ୍ନ ହେବ । ଅଧିକାର ପାଇଁ ଲଢେଇ ହେବ । 

ନବୀନ ପଟ୍ଟନାୟକଙ୍କ ସମୟରେ ଯାହା କୁହନ୍ତି ତାହା କରିଥିଲେ ।  ଆଜି କ’ଣ କଲେ ବିଜେପି । ପ୍ରତିଶ୍ରୁତି ପୂରଣ କର ନ ହେଲେ ଗାଦି ଛାଡ । କାହିଁକି ଓଡ଼ିଶା ଲୋକଙ୍କି ଭୁଆଁ ବୁଲାଯାଇଛି । ସେଥିପାଇଁ ଜନ ଆନ୍ଦୋଳନ ସୃଷ୍ଟି ହେବ । ସଂଗଠନ ଆହୁରି ଆଗକୁ ବଢ଼ାଇବାକୁ ହେବ । ସମସ୍ତଙ୍କ ଆଶୀର୍ବାଦ ନେଇ ଦଳ ଆଗକୁ ଯିବ । ଛାତ୍ର ସଂସଦ ନିର୍ବାଚନ କାହିଁକି କରୁ ନାହାନ୍ତି, କାହିଁକି ଭୟଭୀତ, ଏ ପ୍ରଶ୍ନ କରାଯିବ । ଯେଉଁ ବାଲେଶ୍ୱର ଝିଅ ଆତ୍ମାହୁତି ଦେଲେ, ତାଙ୍କ ପୋଷ୍ଟର ପ୍ରତି କ୍ୟାମ୍ପସରେ ଲଗାଇ ବିଜେପିର ଅସଲ ମୁଖା ଖୋଲାଯିବ ବୋଲି ଚିନ୍ମୟ ସାହୁ କହିଛନ୍ତି ।

You Can Read:

ଯାହା ଆସ୍ଥା ମୋ ଉପରେ ରଖିଛନ୍ତି, ତାକୁ କାର୍ଯ୍ୟରେ ପରିଣତ କରିବି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.