ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ବର୍ତ୍ତମାନ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହାକୁ ଅଣଦେଖା କରିବା ହୃଦଘାତ ଏବଂ ଷ୍ଟ୍ରୋକର ସମ୍ଭାବନାକୁ ବୃଦ୍ଧି କରିଥାଏ। ଏଥିପାଇଁ ନିୟମିତ ଭାବରେ ଔଷଧ ଖାଇବା ସହ ଉଚିତ ଖାଦ୍ୟପେୟ ସହ ଜୀବନଶୈଳୀ ଗୁରୁତ୍ବପୂର୍ଣ୍ଣ। ତେବେ ଆଜି ଆମେ ଏଭଳି ୩ ପ୍ରାକୃତିକ ପାନୀୟ ବିଷୟରେ ଜାଣିବା ଯାହା ଉଚ୍ଚ ରକ୍ତଚାପ କମାଇବାରେ ବେଶ୍ ସହାୟକ ହୋଇଥାଏ। ନିୟମିତ ଔଷଧ ଖାଇବା ସହ, ଏହି ତିନି ପାନୀୟକୁ ସେବନ କରିବା ଦ୍ବାରା ଅତିରିକ୍ତ ଏହାର ଭଲ ଫଳ ମିଳିଥାଏ।

୧.ବିଟ୍ରୁଟ୍ ଜୁସ୍

ବିଟ୍ରୁଟ୍ ରସରେ ଥିବା ପ୍ରାକୃତିକ ନାଇଟ୍ରେଟ୍ ଶରୀରକୁ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରଦାନ କରିଥାଏ। ନାଇଟ୍ରିକ୍ ଅକ୍ସାଇଡ ରକ୍ତ ସଞ୍ଚାଳନ ଉତ୍ତମ କରିବାରେ ସହାୟକ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ପ୍ରତିଦିନ ବିଟ୍ ରୁଟ୍ ରସ ସେବନ, ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ମଧ୍ୟରେ ସିଷ୍ଟୋଲିକ୍ ରକ୍ତଚାପରେ ୭ରୁ ୧୨ mmHg ହ୍ରାସ କରିଥାଏ। ତେଣୁ ଏହାକୁ ନିୟମିତ ସେବନ କରିବା ହାର୍ଟକୁ ସୁସ୍ଥ ରଖିବା ସହ ପ୍ରାକୃତିକ ଭାବରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥିଏ।

ଏକ୍ସଟର ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ବୟସ୍କ ବ୍ୟକ୍ତିମାନେ ବିଟ୍ଜୁସ୍ ପିଇବା ଦ୍ୱାରା ସେମାନଙ୍କ ପାଟିରେ ଜୀବାଣୁ ପରିବର୍ତ୍ତନ ହୋଇଥାଏ, ଯାହା ମାଧ୍ୟମରେ ରକ୍ତଚାପ ହ୍ରାସ ପାଇଥାଏ। ଏହା ନାଇଟ୍ରିକ୍ ଅକ୍ସାଇଡ୍ର ମାତ୍ରା ବଢ଼ାଇଥାଏ।ପ୍ରତିଦିନ ୭୦ରୁ ୨୫୦ ମିଲିଲିଟର ବିଟଜୁସ୍ ପିଇବା ଦ୍ୱାରା ରକ୍ତଚାପରୁ ଉପଶମ ମିଳିଥାଏ।

ହାର୍ଟ ପାଇଁ ମଧ୍ୟ ଏହା ଉପକାରୀ ହୋଇଥିବାରୁସନ୍ଧ୍ୟା ସମୟରେଏକ ହେଲଦୀ ଡ୍ରିଙ୍କ୍ ଭାବରେ ପିଇପାରିବେ। କିଡନି ସମସ୍ୟା ଥିବା ଲୋକମାନେ ବିଟ୍ ଜୁସ୍ ସେବନକୁ ସୀମିତ କରିବା ଉଚିତ। କାରଣ ଏହା ଅତ୍ୟଧିକ ସେବନ କଲେ ପ୍ରତିକୂଳ ପ୍ରଭାବ ପକାଇପାରେ।

୨.କ୍ୟାମୋମାଇଲ୍ ଚା

ସାଧାରଣତଃଲୋକେ କ୍ୟାମୋମାଇଲ ଚା’କୁ ଆରାମ ଅନୁଭବ କରିବା ପାଇଁ ପିଅନ୍ତି। ତେବେ ଏହା କେବଳ ଏକ ଚା’ ନୁହେଁ ଏହାକୁ ପିଇବା ଦ୍ବାରା ବ୍ୟକ୍ତି ଭଲ ନିଦ ଆସିଥାଏ। ଯାହା ପରବର୍ତ୍ତୀ ସମୟରେ ରକ୍ତଚାପ ସ୍ତରକୁ ହ୍ରାସ କରିଥାଏ। ଗବେଷଣାରୁ ଜଣାପଡ଼ିଛି କ୍ୟାମୋଲାଇନ ସେବନ ଦ୍ୱାରା LDL କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସେରାଇଡସ୍ ସ୍ତର ହ୍ରାସ ପାଏ।ଏହି ପାନୀୟରେ କୌଣସି କ୍ୟାଫିନ୍ ନାହିଁ, ତେଣୁ ଶୋଇବା ପୂର୍ବରୁ ଆରାମ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ। ନିୟମିତ କ୍ୟାମୋଲାଇନ ଚା’ ସେବନ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କୁ ସାହାଯ୍ୟ କରେ। କାରଣ ଏହା ଷ୍ଟ୍ରେସ ଦ୍ବାରା ଏବଂ ଭଲ ନିଦ ହେବାର କ୍ଷମତାକୁ ବୃଦ୍ଧି କରେ।

୩.କ୍ଷୀର

ରକ୍ତଚାପ ନିୟନ୍ତ୍ରଣ କରିବାକୁ ଚାହୁଥିବା ଲୋକଙ୍କ ପାଇଁ କମ୍ ଚର୍ବିଯୁକ୍ତ କ୍ଷୀର ଏକ ପ୍ରଭାବଶାଳୀ ପାନୀୟ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ନିୟମିତ କ୍ଷୀର ପିଅନ୍ତି, ସେମାନଙ୍କର ସିଷ୍ଟୋଲିକ୍ ରକ୍ତଚାପ ହ୍ରାସ ପାଏ । କ୍ଷୀରରେ ଥିବା ଖଣିଜ ପଦାର୍ଥ, କ୍ୟାଲସିୟମ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମରକ୍ତ ରକ୍ତନଳୀକୁ ଆରମ ପହଞ୍ଚାଇବା ସହ ରକ୍ତନଳୀରେ ରକ୍ତ ସଞ୍ଚାଳନ ସନ୍ତୁଳିତ କରିଥାଏ।ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ କ୍ଷୀର ସ୍ୱାସ୍ଥ୍ୟପାଇଁ ବେଶ୍ ଉପକାରୀ ହୋଇଥାଏ। ତେବେ ଏଥିପାଇଁ କେବଳ କମ୍ ଫ୍ୟାଟ୍ ଥିବା କ୍ଷୀର ହିଁ ଗ୍ରହଣୀୟ।

ତେବେ ବୈଜ୍ଞାନିକ ପ୍ରମାଣ ଅନୁଯାୟୀ, ବିଟ୍ଜୁସ୍, କ୍ୟାମୋମାଇଲ୍ ଚା’ ଏବଂ କ୍ଷୀରକୁ ପ୍ରାକୃତିକ ରକ୍ତଚାପ ହ୍ରାସକାରୀ ପାନୀୟ ଭାବରେ ବ୍ୟବହାର କରାଯାଏ। ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଦ୍ବାରା ସର୍ବୋତ୍ତମ ଫଳ ମିଳିଥାଏ। ଔଷଧ, ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମ ଦିନଚର୍ଯ୍ୟା ସହ ଏହି ପାନୀୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ଅଧିକ ପ୍ରଭାବଶାଳୀ ହୋଇଥାଏ।