ଇସ୍ରାଏଲକୁ ପରମାଣୁ ଧମକ ଦେଲା ଇରାନ: ଦେଶକୁ ବିପଦ ଆସିଲେ ବଦଳାଇବୁ ସାମରିକ ନୀତି

Published By : Prameya-News7 Bureau | May 12, 2024 IST

NDTV

ଗୋଟିଏ ପଟେ ଇସ୍ରାଏଲ-ହାମାସ ବିବାଦ ସେପଟେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା। ଏହି ସମୟ ମଧ୍ୟରେ ଇସ୍ରାଏଲକୁ ପରମାଣୁ ଧମକ ଦେଇଛି ଇରାନ। ଇସ୍ରାଏଲ ସହିତ ବଢୁଥିବା ତିକ୍ତତା ମଧ୍ୟରେ ଇରାନର ସୁପ୍ରିମ ଲିଡର୍ ଅୟତୁଲ୍ଲା ଅଲି ଖାମିନେଇଙ୍କ ଉପଦେଷ୍ଟା କମଲ ଖରାଜୀ ଏକ ବିବୃତ୍ତି ଜାରି କରିଛନ୍ତି

କହିଛନ୍ତି ଯେ ଯଦି ଇରାନର ଅସ୍ତିତ୍ୱ ପ୍ରତି କୌଣସି ବିପଦ ଥାଏ ତେବେ ସେ ପରମାଣୁ ସିଦ୍ଧାନ୍ତର ପରିବର୍ତ୍ତନ କରିବେ। ସେ ଆହୁରି କହିଛନ୍ତି ଯେ ଯଦି ଇସ୍ରାଏଲ ଯୋଗୁଁ ଇରାନ କ୍ଷତିଗ୍ରସ୍ତ ହୁଏ, ତେବେ ସେ ପଛକୁ ଫେରିବେ ନାହିଁ।

ଅୟତୋଲ୍ଲା ଅଲି ଖାମେନେଇଙ୍କ ପରାମର୍ଶଦାତା କମଲ ଖରାଜୀ ଏକ ବିବୃତ୍ତି ଜାରି କରି ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଆଣବିକ ବୋମା ତିଆରି କରିବାର ଆମର ଉଦ୍ଦେଶ୍ୟ ନାହିଁ, କିନ୍ତୁ ଯଦି ଇରାନର ଅସ୍ତିତ୍ୱ ପ୍ରତି କୌଣସି ବିପଦ ଥାଏ, ତେବେ ଆମର ସାମରିକ ନୀତି ବଦଳାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। 

ପ୍ରକାଶଥାଉକି ଗତ ମାସରେ ଇସ୍ରାଏଲ ଦାମିଶକରେ ଥିବା ଇରାନ କନସୁଲେଟ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୂତାବାସର ଏକ ଶାଖା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.