LIVE TV

EV ସ୍କୁଟରର କମ୍ ହେଉଛି କି ରେଞ୍ଜ ? ଜାଣନ୍ତୁ ଏହା ପଛର କାରଣ କ'ଣ...

NEWS7
ev

ନୂଆଦିଲ୍ଲୀ ୦୮।୧୦: ବର୍ତ୍ତମାନ ଘରେ ଘରେ EV ସ୍କୁଟର । ଏହାର ଚାହିଦା ବେଶ୍ ବଢିବାରେ ଲାଗୁଛି । କିନ୍ତୁ ପ୍ରାୟତଃ ଦେଖିବାକୁ ମିଳୁଛି ଯେ EV ସ୍କୁଟରର ରେଞ୍ଜ କମ୍ ହେଉଛି । ଏହା ପଛରେ କାରଣ କଣ ? ଆସନ୍ତୁ ଜାଣିବା... ହଠାତ୍ ଫୁଲ୍ ଥ୍ରୋଟଲ୍ ଦିଅନ୍ତୁନି । ଏପରି କରିବା ଦ୍ବାରା ବ୍ୟାଟେରୀ ଶୀଘ୍ର ଶୁଷ୍କ ହୋଇଯାଏ । ତେଣୁ ସବୁବେଳେ ଧୀରେ ଧୀରେ ସ୍ପିଡ ବଢ଼ାନ୍ତୁ । ହଠାତ୍ ବ୍ରେକ୍ ଲଗାଇବା ଦ୍ୱାରା ମଟରରେ ଚାପ ବଢ଼ିଥାଏ । ଧୀରେ ଧୀରେ ଏବଂ କଣ୍ଟ୍ରୋଲ୍ କରି ବ୍ରେକ୍ ଲଗାନ୍ତୁ ।

ଚକାରେ କମ୍ ପ୍ରେସର ହେବା ଦ୍ବାରା ଟାୟାର ଘର୍ଷଣ ବୃଦ୍ଧି କରେ ଏବଂ ବ୍ୟାଟେରୀକୁ ଅଧିକ ଶୁଷ୍କ କରେ । କମ୍ପାନୀ ଦ୍ବାରା କରାଯାଇଥିବା ସୁପାରିଶ PSI ବଜାୟ ରଖନ୍ତୁ ଏବଂ ନିୟମିତ ଯାଞ୍ଚ କରନ୍ତୁ । ବ୍ୟାଟେରୀକୁ 0% ପର୍ଯ୍ୟନ୍ତ କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ବାରା ବ୍ୟାଟେରୀ ଖରାପ ହୁଏ। ସବୁବେଳେ ଗାଡିରେ ୨୦% ଥିବା ବେଳେ ଚାର୍ଜ କରିବା ଆରମ୍ଭ କରନ୍ତୁ । ବ୍ୟାଟେରୀକୁ ୧୦୦% ଚାର୍ଜ କରନ୍ତୁନି । ବ୍ୟାଟେରୀକୁ ୮୦% ପର୍ଯ୍ୟନ୍ତ ଚାର୍ଜ କରିବା ଭଲ ।

ସ୍କୁଟରରେ ନିର୍ଦ୍ଧାରିତ ଲୋଡ୍ ଠାରୁ ଅଧିକ ଲୋଡ୍ କରନ୍ତୁନି । ଏପରି କରିବା ଦ୍ବାରା ବ୍ୟାଟେରୀ ଏବଂ ମଟର ଉପରେ ଚାପ ପଡ଼ିଥାଏ । ତେଣୁ ହାଲୁକା ଲୋଡ୍ ସହିତ ସ୍କୁଟର ଚଲାଇବା ଭଲ । ଲୋକାଲ୍ କିମ୍ବା ନନ୍-କ୍ୟାପାଟିବଲ ଚାର୍ଜର ବ୍ୟାଟେରୀକୁ କ୍ଷତି ପହଞ୍ଚାଇପାରେ । ତେଣୁ କମ୍ପାନୀଠୁ ମିଳିଥିବା ଚାର୍ଜରକୁ ସବୁବେଳେ ବ୍ୟବହାର କରନ୍ତୁ। ବ୍ରେକ୍, ଟାୟାର ଏବଂ ମୋଟରକୁ ଟାଇମ-ଟୁ-ଟାଇମ୍ ସର୍ଭିସିଂ କରନ୍ତୁ । ଏପରି କରିବା ଦ୍ବାରା ପର୍ଫମାନ୍ସ ଏବଂ ରେଞ୍ଜ ଉନ୍ନତ ହୋଇଥାଏ । ଗାଡ଼ି ଚଲାଇବା ସମୟରେ ଇକୋ ମୋଡ୍ ବ୍ୟବହାର କରନ୍ତୁ ।