LIVE TV

ଆସିଗଲା ‘ହୁରୁନ ଇଣ୍ଡିଆ’ ରିଚ୍ ଲିଷ୍ଟ, ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ବ୍ୟବସାୟୀ

NEWS7
gfx

ନୂଆଦିଲ୍ଲୀ ୧।୧୦: ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ଅନୁସାରେ ଭାରତରେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଗୌତମ ଆଦାନୀଙ୍କୁ ପଛରେ ପକାଇ ପୁଣି ଥରେ ଭାରତର ସବୁଠୁ ଧନୀ ପରିବାର ପାଲଟିଛନ୍ତି। ନିକଟରେ ପ୍ରକାଶିତ ହୋଇଥିବା ଏହି ତାଲିକାରେ ଭାରତର ସବୁଠୁ ଧନୀ ପରିବାରଙ୍କୁ ସାମିଲ କରାଯାଇଛି। ୯.୫୫ କୋଟି ଟଙ୍କାର ସମ୍ପତ୍ତି ସହିତ ଅମ୍ବାନୀ ଏହି ସୂଚୀର ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ୮.୧୫କୋଟି ଟଙ୍କାର ସମ୍ପତ୍ତି ସହ ଆଦାନୀ ପରିବାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ସେହିପରି ରୋସନୀ ନାଦର ମଲହୋତ୍ରା ଓ ତାଙ୍କ ପରିବାର ୨.୮୪ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଏଣୁ ଭାରତର ସବୁଠୁ ଧନୀ ମହିଳା ଭାବେ ରୋସନୀଙ୍କ ସ୍ଥିତି ଅଧିକ ମଜଭୁତ ହୋଇଛି। ରିପୋର୍ଟରେ ଦେଶର ଧନ ପରିଦୃଶ୍ୟକୁ ଆକାର ଦେବାରେ ନୂଆ ଲୋକଙ୍କ ବଢୁଥିବା ପ୍ରଭାବ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ତେବେ ଆସନ୍ତୁ ନଜର ପକାଇବା ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟର ଟପ୍ ୧୦ରେ ଥିବା ଧନୀକଙ୍କ ଉପରେ।

ଏହି ତାଲିକାରେ ୯,୫୫,୪୧୦ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀଙ୍କ ପରିବାର ପ୍ରଥମ ସ୍ଥାନରେ ଥିବା ବେଳେ ୮,୧୪,୭୨୦ କୋଟି ଟଙ୍କାର ସମ୍ପତ୍ତି ସହ ଗୌତମ ଆଦାନୀଙ୍କ ପରିବାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନୂଆଦିଲ୍ଲୀର ରୋସନୀ ନାଦର ମଲହୋତ୍ରା ଓ ତାଙ୍କ ପରିବାର ୨,୮୪,୧୨୦ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି। ରୋସନୀଙ୍କ ପରିବାରର ଏଚସିଏଲ, ସଫ୍ଟୱେର ଓ ସର୍ଭିସ କ୍ଷେତ୍ରରେ  ବ୍ୟବସାୟ ରହିଛି।

ସିରମ ଇଂଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ମାଲିକ ତଥା ପୁଣେର ଫର୍ମାସ୍ୟୁଟି କାଲ ବ୍ୟବସାୟୀ ସାଇରସ ଏସ.ପୁନାୱାଲା ଓ ତାଙ୍କ ପରିବାର ୨,୪୬,୪୬୦ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହା ପଛକୁ ଆଦିତ୍ୟ ବିରଳା ଗ୍ରୁପ ମାଲିକ କୁମାର ମଙ୍ଗଳମ ବିରଳା ଓ ତାଙ୍କ ପରିବାର ୨,୩୨,୮୫୦ କୋଟି ଟଙ୍କାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଷଷ୍ଠ ସ୍ଥାନରେ ବଜାଜ ଅଟୋ, ଅଟୋ ମୋବାଇଲ ଓ କମ୍ପୋନେଣ୍ଟ କମ୍ପାନୀ ମାଲିକ ନିରଜ ବଜାଜ ଓ ତାଙ୍କ ପରିବାର ରହିଛନ୍ତି। ଏହି ପରିବାରର ମୋଟ ସମ୍ପତ୍ତି ୨,୩୨,୬୮୦ କୋଟି ଟଙ୍କା ବୋଲି ଜଣାପଡିଛି।

ମୁମ୍ବାଇର ସନ ଫର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜ ମାଲିକ ଦିଲୀପ ସାଂଘଭୀ ଓ ତାଙ୍କ ପରିବାର ୨,୩୦,୫୬୦ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି। ବେଙ୍ଗାଲୁରୁର ୱିପ୍ରୋ ମାଲିକା ଅଜିମ ପ୍ରେମଜୀ ଓ ତାଙ୍କ ପରିବାର ୨,୨୧,୨୫୦ କୋଟି ଟଙ୍କା ସହ ଅଷ୍ଟମ ସ୍ଥାନରେ ଥିବା ବେଳେ ହିନ୍ଦୁଜା ଅଟୋ ମୋବାଇଲସ୍ ଓ ଅଟୋ କମ୍ପୋନେଣ୍ଟ ମାଲିକ ଗୋପିଚାନ୍ଦ ହିନ୍ଦୁଜା ଓ ତାଙ୍କ ପରିବାର ୧,୮୫,୩୧୦ କୋଟି ଟଙ୍କା ସହ ନବମ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ଏଭେନ୍ୟୁ ସୁପରମାର୍ଟସ୍, ମୁମ୍ବାଇର ରିଟେଲ ବ୍ୟବସାୟୀ ରାଧାକିଶନ ଦମାନୀ ଓ ତାଙ୍କ ପରିବାର ୧,୮୨,୯୮୦ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ୧୦ମ ସ୍ଥାନରେ ଅଛନ୍ତି।