News7 Logo

ଏହି ଆମେରିକୀୟ କମ୍ପାନୀମାନେ ଭାରତରେ କରୁଛି ରାଜ୍‌, ଦୈନିକ କରୁଛନ୍ତି କୋଟିକୋଟି ଆୟ

NEWS7
companies

​​​​​​​ ନୂଆଦିଲ୍ଲୀ ୦୬।୦୯:  ଆମେରିକାକୁ ସାଇଟ୍କରୁଛନ୍ତି ତ୍ରିଶକ୍ତି ଏକାଠୀ ହେଉଛନ୍ତି ରୁଷ-ଚୀନ-ଭାରତ ଯାହାକୁ ନେଇ ବିଳିବିଳେଇ ହେଉଛି ଆମେରିକା ଭାରତର ସବୁଠାରୁ ବଡ଼ ବିଜନେସ୍ପାଟନର ହେଉଛି ଆମେରିକା। ତଥାପି ଆମେରିକା ଭାରତ ଉପରେ ଲାଗୁ କରିଛି ୫୦ ପ୍ରତିଶତ ଟାରିଫ୍ କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯଦି ଭାରତ ପ୍ରତିଶୋଧ ନେବା ଆରମ୍ଭ କରେ, ତେବେ ଭାରତରେ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରୁଥିବା ଆମେରିକୀୟ କମ୍ପାନୀଗୁଡ଼ିକର ଅବସ୍ଥା ଖରାପ ହୋଇପାରେ

ଏପରି କିଛି ବଡ଼ ଆମେରିକୀୟ କମ୍ପାନୀ ରହିଛନ୍ତି ଯିଏକି ଭାରତରେ ବ୍ୟବସାୟ କରି ହେଉଛନ୍ତି ମାଲେମାଲ୍ ଭାରତୀୟ ଗ୍ରାହକଙ୍କ ମଧ୍ୟରେ iPhoneର ରହିଛି ବହୁତ କ୍ରେଜ୍ ବଡ ପରିମାଣରେ ଆପଣ ପ୍ରଡକ୍ଟ କିଣିଥାନ୍ତି ଭାରତୀୟ ଏପରି ଭାବେ ଭାରତରେ ବେଶ୍ରୋଜଗାର କରିଥାଏ ଆପଲ ଇନକର୍ପୋରେଟେଡ୍ ଯଦି ଭାରତ କିଛି ବି ଆକ୍ସନ୍ନିଏ ତେବେ ସିଧାସଳଖ ପ୍ରଭାବିତ ହେବ ଆମେରିକୀୟ କମ୍ପାନୀ Amazon India ଇ-କମର୍ସ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ଲେୟର ଭାରତର ପ୍ରାୟ ଘରେ ଘରେ ରହିଛି ଏହାର ଡିମାଣ୍ଡ ଛୋଟ ହେଉ କି ବଡ଼ ଜିନିଷ Amazonରୁ ଲୋକମାନେ ଘରେ ବସି ଅର୍ଡର କରୁଛନ୍ତି ତେଣୁ ଭାରତର ଆକ୍ସନ୍ରେ ପ୍ରଭାବିତ ହେବ ଇ-କମର୍ସ କମ୍ପାନୀ  

ଭାରତରେ ସର୍ଚ୍ଚ ଇଞ୍ଜିନ୍, ବିଜ୍ଞାପନ, Android ଏବଂ କ୍ଲାଉଡ୍ ସେବା ମାଧ୍ୟମରେ ବଡ଼ ବ୍ୟବସାୟ କରେ Google  କମ୍ପାନୀର ଭାରତରେ ଏକ ଡାଟା ସେଣ୍ଟର ମଧ୍ୟ ଅଛି ଏବଂ ଭାରତୀୟ ବଜାରରୁ ରୋଜଗାର ଆମେରିକାକୁ ପହଞ୍ଚେ ସେହିପରି Microsoft ସଫ୍ଟୱେର୍, କ୍ଲାଉଡ୍ ଏବଂ IT ସେବାରେ ଭାରତରେ ବ୍ୟାପକ ଭାବରେ ସକ୍ରିୟ Microsoft ସଫ୍ଟୱେର୍ ପ୍ରାୟ ପ୍ରତ୍ୟେକ କମ୍ପ୍ୟୁଟର ଏବଂ ଲାପଟପରେ ରହିଛି ଭାରତରେ ହେଉଥିବା ଆୟର ଏକ ବଡ ଅଂଶ ଆମେରିକୀୟ ଅର୍ଥନୀତିକୁ ଯାଇଥାଏ ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ Facebook ଏବଂ X ମଧ୍ୟ ଭାରତରେ ବହୁତ ସକ୍ରିୟ ଯାହାକୁ ଲକ୍ଷ ଲକ୍ଷ ଭାରତୀୟ ବ୍ୟବହାର କରନ୍ତି ଏହି କମ୍ପାନୀଗୁଡ଼ିକ ଭାରତରୁ ବିପୁଳ ପରିମାଣରେ କରିଥାନ୍ତି ଆୟ

ଖାଦ୍ୟ ଏବଂ ପାନୀୟ କ୍ଷେତ୍ରରେ ମଧ୍ୟ ଆମେରିକୀୟ କମ୍ପାନୀଗୁଡ଼ିକର ଭାରତରେ ରହିଛି ଖୁବ୍ଦବଦବା କୋକା-କୋଲା ଇଣ୍ଡିଆ ଭାରତରେ ଏକ ଅଗ୍ରଣୀ କମ୍ପାନୀ ୧୯୬୦ ଦଶକରୁ କମ୍ପାନୀ ସକ୍ରିୟ ରହିଛି ପେପ୍ସିକୋ ଇଣ୍ଡିଆ ପେପ୍ସି, 7Up, ମିରିଣ୍ଡା, କୁରକୁରେ ଏବଂ ଲେଜ୍ ଭଳି ଲୋକପ୍ରିୟ ବ୍ରାଣ୍ଡ ଭାରତୀୟ ବଜାରରେ ନିଜର କବଜା ବଜାୟ ରଖିଛି । ନେସଲେ ଇଣ୍ଡିଆ ମ୍ୟାଗି, କିଟକ୍ୟାଟ୍, ନେସକାଫେ ଏବଂ ମିଲ୍କମେଡ୍ ଭଳି ଉତ୍ପାଦ ତିଆରି ଏବଂ ବିକ୍ରୟ କରେ ପ୍ରୋକ୍ଟର ଆଣ୍ଡ୍ ଗାମ୍ବଲ୍, ଯାହାକୁ ପି ଆଣ୍ଡ୍ ଜି ଇଣ୍ଡିଆ ମଧ୍ୟ କୁହାଯାଏ। ଏହା ୧୯୬୪ ମସିହାରୁ ହ୍ୱିସପର୍, ଟାଇଡ୍ ଏବଂ ଭିକ୍ସ ଭଳି ଉତ୍ପାଦ ମାଧ୍ୟମରେ ଭାରତରେ ସକ୍ରିୟ ଅଛି।

ସେହିପରି କୋଲଗେଟ୍-ପାମୋଲିଭ୍ ଇଣ୍ଡିଆ ଏବଂ ଜନସନ୍ ଆଣ୍ଡ୍ ଜନସନ୍ ଇଣ୍ଡିଆ ମଧ୍ୟ ସେମାନଙ୍କର ଟୁଥପେଷ୍ଟ, ସାବୁନ ଏବଂ ଶିଶୁ ଉତ୍ପାଦ ମାଧ୍ୟମରେ ଭାରତର ପ୍ରତ୍ୟେକ ଘରେ ରହିଛିସେହିପରି କେଲୋଗ୍ ଇଣ୍ଡିଆ ପିଲାମାନଙ୍କ ଜଳଖିଆ ପାଇଁ କର୍ଣ୍ଣ ଫ୍ଲେକ୍ସ, ଚକୋ ଏବଂ ଓଟ୍ସ ତିଆରି କରେ। ଜେ.ଏମ୍. ସ୍ମକର୍ କମ୍ପାନୀ ଜାମ୍, ଜେଲି ଏବଂ ପିନାଟ ବଟର ଭଳି ଜିନିଷରେ ସକ୍ରିୟ ଏବଂ ମାର୍ସ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ ସ୍ନିକର୍ସ, ଚକୋଲେଟ୍ ଏବଂ ମିଠା ଉତ୍ପାଦ ପାଇଁ ଜଣାଶୁଣା।

ସେହିପରି ଫାଷ୍ଟଫୁଡ୍ ସେଗମେଣ୍ଟରେ ମ୍ୟାକଡୋନାଲ୍ଡସ୍ ଇଣ୍ଡିଆ, କେଏଫସି, ଡୋମିନୋଜ୍ ପିଜା ଏବଂ ପିଜା ହଟ୍ ଭଳି ବ୍ରାଣ୍ଡଗୁଡ଼ିକ ଭାରତୀୟ ଗ୍ରାହକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଷ୍ଟାରବକ୍ସ ଇଣ୍ଡିଆ କଫି, ଫ୍ରାପୁଚିନୋ ଏବଂ ମିଠା ମାଧ୍ୟମରେ ଅନେକ ସହରରେ ଏହାର ଷ୍ଟୋର୍ ଚଳାଉଛି ଆମେରିକୀୟ କମ୍ପାନୀଗୁଡ଼ିକ ଜୀବନଶୈଳୀ ଏବଂ ଫ୍ୟାଶନ୍ ସେଗମେଣ୍ଟରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରେ ଫରଏଭର ସୁଲଭ ଏବଂ ଟ୍ରେଣ୍ଡି ପୋଷାକ ପାଇଁ ଜଣାଶୁଣା। ମେବେଲାଇନ୍ ନ୍ୟୁୟର୍କ ଶସ୍ତା ଏବଂ ଲୋକପ୍ରିୟ ମେକଅପ୍ ଉତ୍ପାଦ ତିଆରି କରେ ଟାଇମେକ୍ସ ସ୍ଥାୟୀ ଏବଂ ଷ୍ଟାଇଲିସ୍ ଘଣ୍ଟା ପାଇଁ ଜଣାଶୁଣା

ଏହାବ୍ୟତୀତ ଫସିଲ୍ ଇଣ୍ଡିଆ ପ୍ରିମିୟମ୍ ଘଣ୍ଟା, ବ୍ୟାଗ୍ ଏବଂ ୱାଲେଟ୍ ବିକ୍ରି କରେ। ଆମେରିକୀୟ କମ୍ପାନୀଗୁଡ଼ିକ ସ୍ପୋର୍ଟ୍ସ କ୍ଷେତ୍ରରେ ମଧ୍ୟ ବେଶ୍ସକ୍ରିୟ ନାଇକ୍ ଇଣ୍ଡିଆ ସ୍ପୋର୍ଟ୍ସ ଏବଂ ଫିଟନେସ୍ କ୍ଷେତ୍ରରେ ଜୋତା ଏବଂ ପୋଷାକ ବିକ୍ରି କରେ ଫ୍ୟାଶନ୍ ବ୍ରାଣ୍ଡ୍ ଲେଭି ଷ୍ଟ୍ରାଉସ, ସ୍କେଚର୍ସ ଇଣ୍ଡିଆ, ଗ୍ୟାପ୍ ଇଣ୍ଡିଆ ଏବଂ ଗଏସ୍ ମଧ୍ୟ ଭାରତରେ ଖୁବ୍ସକ୍ରିୟ । ଏହି ଆମେରିକୀୟ କମ୍ପାନୀଗୁଡ଼ିକ ଭାରତରେ ବଡ଼ ପରିମାଣରେ ବ୍ୟବସାୟ କରୁଛନ୍ତି। ଆଉ ଆମେରିକା ଅର୍ଥନୀତିରେ ଏକ ବଡ ଯୋଗଦାନ ଦେଉଛନ୍ତି