LIVE TV

ଧର୍ମଶାଳାରେ ଚୋରଙ୍କ ଆତଙ୍କ, ଗ୍ରିଲ୍ କାଟି ନେଇଗଲେ ଝିଅ ବାହାଘର ପାଇଁ ଥିବା ସୁନା ଅଳଙ୍କାର

NEWS7
chori

ଚଣ୍ଡିଖୋଲ: ଘରେ ପଶି କଳାକନା ବୁଲାଇଲେ ଦୁବୃର୍ତ୍ତ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଜାମୁବଣିଆରେ ଭାନୁଦେବ ପତିଙ୍କ ଘରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଭାନୁଦେବ ପତି ଓ ତାଙ୍କ ପରିବାର ଘରେ ନ ଥିବା ସମୟରେ ଗ୍ରିଲ ତାଲା ଭାଙ୍ଗି ଚୋରମାନେ ତାଙ୍କ ଘରେ ପଶିଥିଲେ ।

ଝିଅ ବାହାଘର ପାଇଁ ସୁନା ଅଳଙ୍କାର ରଖିଥିବା ବେଳେ ଚୋରି କରି ନେଇଛନ୍ତି । ଚୋରି ସୁନା ଅଳଙ୍କାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି ।  ଅନ୍ୟପଟେ ଭାନୁଦେବଙ୍କ ଘରେ ରହୁଥିବା ଭଡାଟିଆଙ୍କ ଘରୁ ମଧ୍ୟ ଚୋରି ହୋଇଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଏହା ପ୍ରଥମ ଘଟଣା ନାହିଁ, ଧର୍ମଶାଳା ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ ବଢ଼ି ଚାଲିଥିବା ବେଳେ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।