ଭୁବନେଶ୍ବର ୨୬।୯: ଗଛ କାଟିବା ବେଳେ ଅଘଟଣ । ୩୩ କେଭି ବିଦ୍ୟୁତ ତାର ଲାଗି ଜଳିଗଲେ ଯୁବକ । ମଞ୍ଚେଶ୍ୱର ଚକେଇସିଆଣିରେ ଘଟିଛି ଘଟଣା । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି ।
ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଥିବା ଲକ୍ଷେଶ୍ୱର ସିମେଣ୍ଟ କଂକ୍ରିଟ ସମ୍ମୁଖରେ ଥିବା ଗୋଟିଏ ଆମ୍ବ ଗଛ କାଟିବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ଯୁବକ । ଘଟଣାସ୍ଥଳରେ ଜଳିଗଲେ ଯୁବକ । ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଯୁବକ ଜଣକ ଗଞ୍ଜାମ କଡଚୁଳି ଅଞ୍ଚଳର ତପବ୍ରତ ନାୟକ । ସେ ଏଠାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ।
You Can Read: