LIVE TV

ସୁଦାନରେ ଭୟଙ୍କର ସ୍ଥିତି, ୭୦ ହଜାର ଲୋକଙ୍କ ପଳାୟନ; ଅଲ୍-ଫଶୀରରେ ନରସଂହାର ଆଶଙ୍କା

NEWS7
the-supreme-court-has-sought-a-response-from-the-center-on-the-ordinance

ନୂଆଦିଲ୍ଲୀ: ସୁଦାନର ଦାରଫୁର ଅଞ୍ଚଳର ପରିସ୍ଥିତି ପୁଣି ଥରେ ସଙ୍ଗୀନ ହୋଇଛି । ଇଣ୍ଟରନ୍ୟାସନାଲ୍ କମିଟି ଅଫ୍ ଦି ରେଡକ୍ରସ୍ (ଆଇସିଆରସି)ର ମୁଖ୍ୟ ମିର୍ଜାନା ସ୍ପୋଲଜାରିକ୍ ଚେତାବନୀ ଦେଇଛନ୍ତି, ଅଲ୍-ଫଶୀର ସହରର ହିଂସା ଇତିହାସକୁ ପୁନରାବୃତ୍ତି କରୁଛି । ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ଆରଏସ୍‌ଏଫ୍ (ରାପିଡ୍ ସପୋର୍ଟ ଫୋର୍ସ) ସହରକୁ କବଜା କରିବା ପରେ ଶହ ଶହ ନାଗରିକ ମୃତ୍ୟୁବରଣ ଆଶଙ୍କା କରାଯାଉଛି ।

ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଅନୁଯାୟୀ, RSF ଦଖଲ ସମୟରେ ପୁରୁଷମାନଙ୍କୁ ମହିଳା ଏବଂ ପିଲାମାନଙ୍କଠାରୁ ଅଲଗା କରାଯାଇଥିଲା ଏହା ପରେ ଲାଗାତାର ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା । କିନ୍ତୁ ଆରଏସ୍‌ଏଫ୍ ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ଅଭିଯୋଗକୁ ଖଣ୍ଡନ କରିଛି ।

ରେଡ୍ କ୍ରସ୍ ମୁଖ୍ୟ ରିୟାଦ କହିଛନ୍ତି, ଅଲ-ଫଶୀରରୁ ହଜାର ହଜାର ଲୋକ ପଳାୟନ କରିସାରିଛନ୍ତି । ଏବେବି ହଜାର ହଜାର ଲୋକ ସେଠାରେ ଖାଦ୍ୟ,ପାନୀୟ,ଚିକିତ୍ସା ଅଭାବରେ ଫସି ରହିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ ଥର ଯେତେବେଳେ କୌଣସି ସହର ଉପରେ ଅନ୍ୟ ପକ୍ଷ କବଜା କରେ ତେବେ ସ୍ଥିତି ଆହୁରି ଖରାପ ହୋଇଯାଏ । ଉଲ୍ଲେଖଯୋଗ୍ୟ ଯେ ଦାକଫୁର କ୍ଷେତ୍ରରେ ୨୦୦୦ ଦଶନ୍ଧିରେ ଜାତିଗତ ହିଂସା ଓ ନରସଂହାର ଘଟଣା ଘଟିଥିଲା । ଏହି ହିଂସାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ହିଁ ଜଞ୍ଜାବିଦ ମିଲିଶିଆରୁ ଆରଏସଏଫର ଜନ୍ମ ହୋଇଥିଲା ।

ଆନ୍ତର୍ଜାତୀୟ ଅପ୍ରବାସନ ସଂଗଠନ (IOM) ଅନୁଯାୟୀ, ଅକ୍ଟୋବର ୨୬ରୁ ୭୦,୦୦୦ ଲୋକ ଅଲ୍-ଫଶୀର ଛାଡି ପଳାଳନ କରିଛନ୍ତି । ୨ ଲକ୍ଷ ଲୋକ ସହରରେ ଫସି ରହିଛନ୍ତି । ସ୍ପୋଲଜାରିକ୍ କହିଛନ୍ତି ଯେ ବିଶ୍ୱ ଏକ ଯୁଦ୍ଧର ଦଶନ୍ଧି ଦେଇ ଗତି କରୁଛି । ଗତ ୧୫ ବର୍ଷ ମଧ୍ୟରେ ସଶସ୍ତ୍ର ସଂଘର୍ଷର ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇ ୧୩୦ ହୋଇଛି । ସେ ଚେତାବନୀ ଦେଇଥିଲେ ଯେ ଦ୍ରୁତ ଗତିରେ ବିକଶିତ ସୈନ୍ୟ ପ୍ରଯୁକ୍ତିବିଦ୍ୟା, ବିଶେଷକରି ଡ୍ରୋନ୍, ଯୁଦ୍ଧକୁ ଅଧିକ ବିପଜ୍ଜନକ କରିଦେଇଛି । ଆରଏସ୍‌ଏଫ ଅଲ୍-ଫାଶରକୁ ଦଖଲ କରିବା ପୂର୍ବରୁ, ସ୍ଥାନୀୟ ଲୋକମାନେ ଡ୍ରୋନ ଏବଂ ଗୁଳି ଗୁଳିରୁ ରକ୍ଷା ପାଇବା ପାଇଁ ଭୂତଳ ଆଶ୍ରୟସ୍ଥଳରେ ଲୁଚି ରହିଥିବା ରିପୋର୍ଟ କରିଥିଲେ ।