ଭୁବନେଶ୍ବର ୧୧।୬: ରାଜ୍ୟରେ ହଟିଲା ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସଂପୂର୍ଣ୍ଣ ବାଟ ବନ୍ଦ ଥିଲା । ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା ସେମାନେ ହଇରାଣ ହେଉଥିଲେ । ଏବେ ୫ ହଜାର ୨୦୦ ବର୍ଗଫୁଟ ପାର୍ଟ ପ୍ଲଟ୍ ବିକିବା ପାଇଁ ସମସ୍ତ କଟକଣା ହଟିଲା । ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ୍, ପାର୍କିଂ, ଓପନ ପ୍ଲେସ୍ ପାଇଁ ଅନୁସଙ୍ଗିକ ବ୍ୟବସ୍ଥା ରଖିଲେ ଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଗତ ସମୟରେ ଦୀର୍ଘ ଦିନ ଧରି ପାର୍ଟ ପ୍ଲଟ୍ ବିକ୍ରି ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକ କ୍ଷତିରେ ହଇରାଣ ହେଉଥିଲେ । ସମସ୍ତ ଷ୍ଟେକ୍ ହୋଲଡରଙ୍କୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘରବାଡ଼ି ଜମିରେ କଟକଣା ରହିଛି ।
ସେପଟେ ଖୁବ୍ଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ନେଇ ମଧ୍ୟ ବାଟ ଫିଟିବ । ଫାଇଲ ପ୍ରୋସେସିଂ ଆରମ୍ଭ ହୋଇଛି । ଚୂଡାନ୍ତ ପ୍ରକ୍ରିୟାରେ ଅଛି । ଅତୀତ ସରକାର ଯଦି ସମସ୍ୟାକୁ ଜାଣି ତାର ସମାଧାନ କରିଥାନ୍ତେ ଲୋକ ହଇରାଣ ହୋଇନଥାନ୍ତେ କି ସରକାରଙ୍କ ହଜାର ହଜାର କୋଟିର କ୍ଷତି ହୋଇନଥାନ୍ତା ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read:
ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା, ଘର ନିକଟରେ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ