ନୂଆ ରୂପ ପାଇବ କାକଟପୁର ମା’ ମଙ୍ଗଳାଙ୍କ ପୀଠ, ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୩୪୫କୋଟି ଟଙ୍କା

Published By : Prameya-News7 Bureau | April 15, 2025 IST

କୋଣାର୍କ : ନୂଆ ରୂପ ପାଇବ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୩୪୫କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଡିପିଆର ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେହିଭଳି ମା’ ମଙ୍ଗଳା ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଛି ଡିପିଆର୍ । ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୧୨୨ କୋଟି ଟଙ୍କା ।

କାକଟପୁର ବାସିନୀ ମା’ ମଙ୍ଗଳାଙ୍କର ଆଜି ହେଉଛି ପ୍ରସିଦ୍ଧ ଝାମୁଯାତ୍ରା । ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ପର୍ବ ପାଳନ ହେଉଥିବା ବେଳେ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା’ ମଙ୍ଗଳାଙ୍କ ମନ୍ଦିରରେ ଝାମୁ ଯାତ୍ରା ପାଳନ ହୋଇଥାଏ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା’ ମଙ୍ଗଳା ମନ୍ଦିର ପରିସରରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ଙ୍କୁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିଲି, ମା’ଙ୍କ ଉପରେ ମୋର ପ୍ରଗାଢ଼ ବିଶ୍ୱାସ ରହିଛି । 


You Can Read:

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଯୁବକକୁ ଅଟକ ରଖି ପଚରାଉଚରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.