ନୂଆଦିଲ୍ଲୀ : ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜି ଥିଲା। ଯୁଦ୍ଧରେ ନିଜର ସ୍ଥିତି ସାଂଘାତିକ ହେବାର ଦେଖି ପାକିସ୍ତାନ ଭାରତ ସାମ୍ନାରେ ଅସ୍ତ୍ରବିରତି ପାଇଁ ଗୁହାରୀ କରିବାକୁ ଲାଗି ଥିଲା, ଏହାପରେ ଭାରତ ଅସ୍ତ୍ରବିରତି ଚୁକ୍ତିନାମାକୁ ଅନୁମୋଦନ ଦେଇ ଥିଲା। ଏବେ ନିକଟରେ ଭାରତୀୟ ସେନା ଭାରତର ଏହି ପଦକ୍ଷେପକୁ ମାଷ୍ଟର ଷ୍ଟ୍ରୋକ୍ କହିଛି। ଭାରତର ଡେପୁଟୀ ଆର୍ମୀ ଚିଫ୍ ରାହୁଲ ଆର ସିଂହ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ କରାଯାଇ ଥିବା ଅପରେସନ ସିନ୍ଦୂରକୁ ସଠିକ୍ ସେନା କାର୍ଯ୍ୟାନୁଷ୍ଠାନ ଦର୍ଶାଇ କହିଛନ୍ତି, ଭାରତ ସବୁ କାର୍ଯ୍ୟାନୁଷ୍ଠାନକୁ ଯୋଜନାବଦ୍ଧ ଉପାୟରେ ସଫଳ କରିଛି।
ଲେଫ୍ଟେନାଣ୍ଟ ଜେନେରାଲ ରାହୁଲ ଆର୍ ସିଂହ ଫେଡରେସନ ଅଫ୍ ଇଣ୍ଡିଆନ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଫିକ୍କି) ଦ୍ୱାରା ଆୟୋଜିତ ନ୍ୟୁ ଏଜ ମିଲିଟାରୀ ଟେକ୍ନୋଲଜିଜ୍ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ୱୋଧିତ କରୁଥିଲେ। ଡେପୁଟୀ ଚିଫ୍ ଅପରେସନ ସିନ୍ଦୂର ଆରମ୍ଭ କରିବାକୁ ନେଇ ଶେଷ କରିବା ଯାଏ ନିଷ୍ପତ୍ତିକୁ ନେଇ ଏକ ବିଚାରପୂର୍ଣ୍ଣ ରଣନୀତିର ପାର୍ଟ କହିଛନ୍ତି। ଲେଫ୍ଟିନାଣ୍ଟ ଜେନେରାଲ ସିଂହ କହିଛନ୍ତି, ଆମେ ପୂରା ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ନେଇଥିଲୁ ଯେ, କେଉଁ ନଅଟି ଟାର୍ଗେଟ୍ରେ ଆକ୍ରମଣ କରାଯିବ।
ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ , ଏହି କାର୍ଯ୍ୟାନୁଷ୍ଠାନରେ ଜାଣିଶୁଣି ସେନା, ବାୟୁସେନା ଓ ନୌସେନା ତିନି ବାହିନୀଙ୍କୁ ସାମିଲ କରାଯାଇ ଥିଲା, ଯାହାକି ଏହି ସନ୍ଦେଶ ଦିଆଯାଇ ପାରିବ ଯେ, ଆମେ ଗୋଟିଏ। ସେ କହିଛନ୍ତି, ଭାରତ ୨୧ଟି ଟାର୍ଗେଟ୍କୁ ଫାଇନାଲ କରିଥିଲା, ଯେଉଁଥିରେ ୯ଟି ଲକ୍ଷ୍ୟ ଉପରେ ଆକ୍ରମଣ କରିବା ଆମ ପାଇଁ ଚତୁରତାପୂର୍ଣ୍ଣ ପଦକ୍ଷେପ ଥିଲା। ସେ କହିଛନ୍ତି ଯେ, ଟାର୍ଗେଟ୍ର ଚୟନ କରିବା ପାଇଁ ଟେକ୍ନିକାଲର ମଧ୍ୟ ସାହାଯ୍ୟ ନିଆ ଯାଇ ଥିଲା।
ଡେପୁଟୀ ଚିଫ୍ କହିଛି ଯେ, ଅପରେସନ ସିନ୍ଦୂରକୁ ରୋକିବାର ନିଷ୍ପତ୍ତି ମାଷ୍ଟର ଷ୍ଟ୍ରୋକ୍ ଥିଲା। ସେ କହିଛନ୍ତି , ଏହା ସ୍ଥିର କରାଯାଇ ଥିଲା ଯେ, ଯେବେ ବି ଆକ୍ରମଣ ହେବ, ଆମେ ତାଙ୍କ ଠାରୁ ଆଗରେ ରହିବାର ଅଛି। ହେଲେ ଏହା ମଧ୍ୟ ଯୋଜନା ଥିଲା ଯେ, ନିଜର ଲକ୍ଷ୍ୟକୁ ପୂରା କରିବା ପରେ ଆମେ ଏହି ଯୁଦ୍ଧକୁ ରୋକିବାକୁ ଚେଷ୍ଟା କରିବୁ। ସେ ଆହୁରି କହିଛନ୍ତି, ଯୁଦ୍ଧ ଆରମ୍ଭ କରିବା ସହଜ , କିନ୍ତୁ ଏହାକୁ ନିୟନ୍ତ୍ରିତ କରିବା ବହୁତ ମୁସ୍କିଲ ହୋଇଥାଏ। ଏଥିପାଇଁ ମୁଁ କହିବି ଯେ , ସଠିକ୍ ସମୟରେ ଏହି ସଂଘର୍ଷକୁ ରୋକିବା ଏକ ସୁନ୍ଦର ଯୋଜନା ଥିଲା।