ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟର ୩୧ ତମ ବୈଠକ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗର ଆଗତ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ପ୍ରଥମ ପ୍ରସ୍ତାବରେ ଉଚ୍ଚ ମାଧ୍ୟମିକ (୧୦+୨) ସ୍ତର କିମ୍ବା ସମାନ ସ୍ତର ଅଧୀନରେ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ୨୦୨୨ର ସଂଶୋଧନ କରାଯାଇଛି । ୨୦୨୨ର ନିୟମ-୩ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ଉଚ୍ଚ ମାଧ୍ୟମିକ ସ୍ତର କିମ୍ବା ସମାନ ସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ ର Schedule-1ରେ ୧ ଗୋଟି ନୂତନ ପଦବୀ ତଥା ସ୍ଵରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧୀନରେ ଥିବା କନିଷ୍ଠ ଅପରାଧ ବିଧା ସହାୟକ ପଦବୀକୁ ଅନ୍ତର୍ଭୂକ୍ତ କରାଯିବ । ଯାହାଫଳରେ, ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ ଗୋଟି ଭିନ୍ନ ପଦବୀ ଗୁଡିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ |

ସେହିପରି ରାଜ୍ୟ ସରକାରଙ୍କ ଅଧନସ୍ଥ ଖ– ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର ସଂଶୋଧନ କରିଛି ରାଜ୍ୟ କ୍ୟାବିନେଟ I ଯାହାଫଳରେ, ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ ଗୋଟି ଭିନ୍ନ ପଦବୀ ଗୁଡିକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ | ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀ ରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ର ସଂଶୋଧନ କରାଯାଇଛି ।୨୦୨୨ର ନିୟମ-୩ରେ ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୁନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ନିମନ୍ତେ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ ର Schedule-1ରେ ୧୪ ଗୋଟି ନୂତନ ପଦବୀକୁ ଅନ୍ତର୍ଭୂକ୍ତ କରାଯିବା ସହିତ ପୂର୍ବରୁ ଅନ୍ତର୍ଭୂକ୍ତ ହୋଇଥିବା ୪ ଗୋଟି ପଦବୀକୁ ବାଦ ଦିଆଯିବ ।

ସେହିଭଳି ବୈଠକରେ ୧୦ ହଜାର କୋଟିର ଅତିରିକ୍ତ ଖର୍ଚ୍ଚ ଚିଠା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ଅତିରିକ୍ତ ଚିଠା ପ୍ରସ୍ତାବ ନଭେମ୍ବର ୨୮ରେ ବିଧାନସଭାରେ ହେବ ଉପସ୍ଥାପନ।