ଭାରତ ପାକିସ୍ତାନ ଯୁଦ୍ଧ ନେଇ ଜେଡି ଭେନ୍ସ କହିଲେ ଏଥିରେ ଆମର ଯାଏଆସେ ନାହିଁ

Published By : Prameya-News7 Bureau | May 09, 2025 IST

indiatoday

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଆମେରିକାର ଆଭିମୁଖ୍ୟ ସାମ୍ନାକୁ ଆସିଛି। ପ୍ରାୟ ସମସ୍ତେ ପରୋକ୍ଷରେ ଭାରତକୁ ସମର୍ଥନ ଜଣାଇଥିବା ବେଳେ ପାକିସ୍ତାନ ଏକ ଘରକିଆ ହୋଇଯାଇଛି। 

ଆମେରିକା ଗଣମାଧ୍ୟମ ଫକ୍ସ ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଛନ୍ତି ଏଥିରେ ଆମର କୌଣସି କାମ ନାହିଁ। ଦୁଇ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ବଢ଼ୁଥିବା ବିବାଦ ନେଇ ପ୍ରଶ୍ନ କରିବାରୁ ଭେନ୍ସ କହିଛନ୍ତି "ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଲଢ଼େଇ ନ ଲାଗନ୍ତୁ କୌଣସି ବଡ଼ ବିବାଦ ନ ହେଉ। ଏଥିପାଇଁ ଆମେ ସବୁବେଳେ ଚିନ୍ତିତ।"

ପଢ଼ନ୍ତୁ- ପୂର୍ବରୁ ବାଂଲାଦେଶ ଏବେ ବଲୋଚିସ୍ତାନ: ପୁଣି ଦୁଇ ଖଣ୍ଡ ହେବ ପାକିସ୍ତାନ

ସେ ଆହୁରି କହିଛନ୍ତି “ବଦେଶିକ ସଚିବ ମାର୍କୋ ରୁବିଓ ଯାହା କହିଛନ୍ତି ରାଷ୍ଟ୍ରପତି ବି ସମାନ କଥା କହିଛନ୍ତି ଯେ ଆମେ ଚାହୁଁଛୁ ଯେ ଏହି ଘଟଣା ଯଥାଶୀଘ୍ର ଉତ୍ତେଜନା ହ୍ରାସ ପାଉ। ତଥାପି ଆମେ ଏହି ଦେଶଗୁଡ଼ିକୁ ନିୟନ୍ତ୍ରଣ କରିପାରିବୁ ନାହିଁ। ମୂଳତଃ ଭାରତର ପାକିସ୍ତାନ ସହିତ ବିବାଦ ରହିଛି। ଆମେ ଯାହା କରିପାରିବୁ ତାହା ହେଉଛି ଉତ୍ତେଜନା କମ କରିବାକୁ ଆମେ ସେମାନଙ୍କୁ ଉତ୍ସାହିତ କରିପାରିବୁ। କିନ୍ତୁ ଆମେ ଯୁଦ୍ଧ ମଧ୍ୟରେ ସାମିଲ ହେବୁ ନାହିଁ। ମୂଳତଃ ଏଥିରେ ଆମର କୌଣସି କାମ ନାହିଁ ଏବଂ ଏହାକୁ ନିୟନ୍ତ୍ରଣ କରିବାର ଆମେରିକାର କ୍ଷମତା ସହିତ ଏହାର କୌଣସି ସମ୍ପର୍କ ନାହିଁ।”

ଅନ୍ୟପଟେ ଭାରତର ସମର୍ଥନରେ ବାହାରିଛି ପଡ଼ୋଶୀ ଦେଶ ନେପାଳ। ଗୁରୁବାର ନେପାଳ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ, ପହଲଗାମ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ଏବଂ ଆଞ୍ଚଳିକ ଶାନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢ଼େଇ ପ୍ରତି ତାହାର ଅଟଳ ସମର୍ଥନକୁ ଦୋହରାଇଛି ନେପାଳ।

ନେପାଳ କହିଛି “ଏହି ଦୁଃଖଦ ସମୟରେ, ନେପାଳ ଏବଂ ଭାରତ ଏକ ହୋଇ ଠିଆ ହୋଇଛି।, ଦୁଃଖ ଏବଂ ଯନ୍ତ୍ରଣାରେ ଏକ ହୋଇ ରହିଥିଛି।” କେବଳ ଏତିକି ନୁହେଁ ଭାରତର ବିରୋଧରେ ନେପାଳ ଏହାର ମାଟିକୁ କେବେ ହେଲେ ବି ବ୍ୟବହାର ହେବାକୁ ଦେବ ନାହିଁ ବୋଲି ନେପାଳ କହିଛି। ସରକାର ଜୋର ଦେଇ କହିଛନ୍ତି ଯେ ନେପାଳ କୌଣସି ଶତ୍ରୁତାପୂର୍ଣ୍ଣ ତତ୍ତ୍ୱକୁ ପଡ଼ୋଶୀ ଦେଶମାନଙ୍କ ବିରୁଦ୍ଧରେ ନିଜ ମାଟି ବ୍ୟବହାର କରିବାକୁ ଦେବ ନାହିଁ। ଏବଂ ନିଜ ଅଞ୍ଚଳ ମଧ୍ୟରେ ସୀମାପାର ବିପଦକୁ ରୋକିବା ପାଇଁ ନିଜର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ନେପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.