ଟେଷ୍ଟ କ୍ରିକେଟ୍ ବହୁତ ଚ୍ୟାଲେଞ୍ଜିଂ, କଠିନ ପରିଶ୍ରମ ପରେ ହିଁ ସଫଳତା ମିଳିପାରିବ- ରୋହିତ ଶର୍ମା

Published By : Prameya-News7 Bureau | August 26, 2025 IST

ମୁମ୍ବାଇ ୨୬।୦୮ : ଟେଷ୍ଟ କ୍ରିକେଟ୍‌ ବହୁତ ଚ୍ୟାଲେଞ୍ଜିଂ। ଏଥିପାଇଁ ତୁମକୁ ମାନସିକ ସ୍ଥରରେ ମଜବୁତ ହେବାକୁ ପଡିବ । କଡ଼ା ପରିଶ୍ରମ ମଧ୍ୟ କରିବାକୁ ପଡିବ । ଯଦି ଏହି ସବୁ କଠିନ ରାସ୍ତାରେ ଚାଲିପାରିବ । ତେବେ ତୁମେ ଟେଷ୍ଟ କ୍ରିକେଟ୍‌ରେ ଯାଇ ସଫଳ ହୋଇପାରିବ ।

ଗତ ଜୁନ୍‌ ମାସରେ ଇଂଲଣ୍ଡ ଗସ୍ତ ଯାଇଥିଲେ ଭାରତୀୟ ଟିମ୍‌ । ଏହାପୂର୍ବରୁ ମେ ୭ ତାରିଖରେ ଟେଷ୍ଟ କ୍ରିକେଟ୍‌କୁ ବାଏ ବାଏ କହିଥିଲେ ରୋହିତ ଶର୍ମା । ଏହାପୂର୍ବରୁ ମାନେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ବିଜୟୀ ପରେ ଏହି ଫର୍ମାଟକୁ ବି ଅଲ୍‌ବିଦା କହିଥିଲେ ହିଟ୍‌ ମ୍ୟାନ୍‌ ( ରୋହିତ ଶର୍ମା) । ଓ୍ୱାର୍କ ଲୋଡକୁ ଧ୍ୟାନରେ ରଖି ରୋହିତ ଶର୍ମା ଏପରି ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଦୀର୍ଘ ସମୟରେ ଟେଷ୍ଟ କ୍ରିକେଟ୍‌ ନେଇ ରୋହିତ ଶର୍ମା ବଡ଼ କଥା କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରୋହିତଙ୍କୁ ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତ ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ରୋହିତ କହିଥିଲେ କି, କ୍ରିକେଟ୍‌ର ପାଇଁ ବହୁତ ଚ୍ୟାଲେଞ୍ଜିଂ ଟେଷ୍ଟ କ୍ରିକେଟ୍‌ । ୫ ଦିନ ଧରି ପଡିଆରେ ରହିବା ବହୁତ କଠିନ । ଦିନିକିଆ ଓ ଟି-୨୦ କ୍ରିକେଟ୍‌ ଖେଳାଳିଙ୍କ ପାଇଁ ଟିକିଏ ସହଜ । ଏହା କମ୍‌ ସମୟ ଓ ସୀମିତ ଓଭରରେ ଖେଳାଯାଇଥାଏ । ହେଲେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ହେଲେ ଜଣେ କ୍ରିକେଟରଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏଥିପାଇଁ ନିଜ ସକ୍ଷମ ଠାରୁ ଅଧିକ ଅଭ୍ୟାସ କରିବାକୁ ପଡିବ । ଯଦି ଏସବୁରେ ଆପଣ ସଫଳ ହେଉଛନ୍ତି । ତେବେ ଯାଇ ଆପଣ ଟେଷ୍ଟ କ୍ରିକେଟରେ ସଫଳ ହୋଇପାରିବେ । 

ସୂଚନାଯୋଗ୍ୟ ଯେ, ରୋହିତ ୬୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ସେ ୪୩୦୧ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ଭାବେ ୨୧୨ ତାଙ୍କର ସର୍ବାଧିକ ସ୍କୋର ରହିଛି । ତେବେ ଟେଷ୍ଟ କ୍ରିକେଟ୍‌ରେ ରୋହିତ ଶର୍ମା ୧୮ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୧୨ ଶତକ ନିଜ ନାଁରେ କରିଛନ୍ତି । ଏହାବାଦ୍‌ ଗୋଟିଏ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.