Live Live
LIVE

TMC Candidates List: ୨୯୧ ଆସନରେ ପ୍ରାର୍ଥୀ ଦେଲା ଟିଏମସି, ଭବାନୀପୁରରୁ ଲଢ଼ିବେ ମମତା ବାନାର୍ଜୀ

NEWS7
tension-in-bjd-corporate

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗିରହିଛି । ଏପ୍ରିଲ ୨୩ ଏବଂ ଏପ୍ରିଲ୍‌ ୨୯ରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୪ରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ସୋମବାର ବିଜେପି ୧୪୪ ଆସନ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି (ମଙ୍ଗଳବାର) ଶାସକ ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେଇଛି । ବାକି ୩ଟି ଆସନ​‌ରେ ପ୍ରାର୍ଥୀ ଦେଇ ନାହିଁ ଟିଏମସି । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ଏହା ସ୍ପଷ୍ଟ ହେବ ।

ଟିଏମସିର ପ୍ରଥମ ପ୍ରାର୍ଥୀ ତାଲିକା 
ମୋଟ ୨୯୪ ଆସନ୍‌ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଶାସକ ଟିଏମସି ପୁଣ ଥରେ ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଟିଏମସି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ନାହିଁ । ସେ ଭବାନୀପୁରରୁ ମୈଦାନକୁ ଓହ୍ଲାଇବେ ।  ସେପଟେ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି

ନନ୍ଦୀଗ୍ରାମରୁ ହାରିଥିଲେ ମମତା
 ଗତ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ଉପନିର୍ବାଚନରେ ​​ମମତା ବାନାର୍ଜୀ ଭବାନୀପୁର ଆସନରୁ ବିଜୟୀ ହୋଇଥିଲେ। ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସହିତ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଭବାନୀପୁର ଆସନରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଫାଇଟ୍‌ ହେବ। 

Also Read: ନିର୍ବାଚନ ଆୟୋଗଙ୍କୁ ବିରୋଧ କରି ରାଜ୍ୟସଭାରେ TMCର କକ୍ଷତ୍ୟାଗ

ମମତାଙ୍କ ବଡ଼ ଦାବି
ମମତା ବାନାର୍ଜୀ କହିଛନ୍ତି ଯେ, TMC ୨୨୬ ଆସନ ଜିତିବ। ସେ ବିଜେପି ବୟକଟ୍‌, ନୋ ଭୋଟ୍‌ ଫର ବିଜେପି ସ୍ଲୋଗାନ ମଧ୍ୟ ଦେଇଛନ୍ତି । ମମତା ଦାବି କରିଛନ୍ତି, BJP ୫୦ ଆସନ ମଧ୍ୟ ଜିତିପାରିବ ନାହିଁ ।  ସେପଟେ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ବିଜେପି ତାର ପ୍ରଥମ ତାଲିକା ପ୍ରକାଶ କରିଛି। ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।