Live Live
LIVE

ଘମାଘୋଟ ଲଢେଇ; ଘରକୁ ସୁରକ୍ଷିତ ଫେରିଲେ ୫୨ ହଜାର ଭାରତୀୟ, ଏୟାର ଇଣ୍ଡିଆ-ଇଣ୍ଡିଗୋର ସୀମିତ ଉଡ଼ାଣ ଆରମ୍ଭ

NEWS7
tejpatta-controls-blood-sugar-level

ନୂଆଦିଲ୍ଲୀ ୦୮।୦୩; ଆକ୍ରମଣ, ପ୍ରତି ଆକ୍ରମଣ ଆଉ ବିସ୍ଫୋରଣ । ପ୍ରତି ମୂହୁର୍ତ୍ତରେ ଜୀବନ ପ୍ରତି ବିପଦ । ଯୁଦ୍ଧ ଭିତରେ କିପରି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତା ଭିତରେ ଘରକୁ ଫେରିଛନ୍ତି ଭାରତୀୟ । ଗତ ଫେବ୍ରୁଆରୀ ୨୮ରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପ୍ରାୟ ୫୨,୦୦୦ ଭାରତୀୟ ନିଜ ଦେଶକୁ ଫେରିଥିବା ଜଣାପଡ଼ିଛି । ମୋଟ ୨୮୦ ବିମାନରେ ୫୨,୩୬୦ ଜଣ ଭାରତ ଆସିଛନ୍ତି । ସେଥିମଧ୍ୟରୁ ୧୮୪ ବିମାନ ଭାରତୀୟ ଏୟାରଲାଇନ୍ସର ଥିଲା । ସେଥିରେ ୩୨,୦୬୨ ଯାତ୍ରୀ ଭାରତ ଆସିଛନ୍ତି । ସେହିପରି ୮୫ ବିଦେଶୀ ବିମାନରେ ୧୯,୭୫୪ ଭାରତୀୟ ଫେରିଛନ୍ତି । ୧୧ ଚାର୍ଟର ବିମାନରେ ୫୪୪ ଜଣ ଆସିଛନ୍ତି ।

ଅନ୍ୟପକ୍ଷରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାଶ ଏୟାର, ସ୍ପାଇସ୍ ଜେଟ୍ ଆଦି ଘରୋଇ ଏୟାରଲାଇନ୍ସଗୁଡ଼ିକ ମଧ୍ୟପ୍ରାଚ୍ୟର ଦୁବାଇ, ଆବୁଧାବି, ଫୁଜିରାହ, ଜେଦାହରେ କିଙ୍ଗ୍ ଅବଦୁଲଜିଜ୍ ଆଦି ଅନ୍ତର୍ଜାତୀୟ ବିମାନବନ୍ଦରକୁ ସୀମିତ ଉଡ଼ାଣ ଆରମ୍ଭ କରିଛନ୍ତି । ସେହିପରି ୟୁରୋପ ଏବଂ ଉତ୍ତର ଆମେରିକାକୁ ଏୟାର ଇଣ୍ଡିଆର ସେବା ସ୍ୱାଭାବିକ ରହିଛି । ସେପଟେ ଆକ୍ରମଣ ଯୋଗୁ ସାମୟିକ ଭାବେ ବନ୍ଦ ଥିବା ଦୁବାଇ ଇଣ୍ଟରନ୍ୟାସନାଲ ଏବଂ ଅଲ୍ ମକତୁମ୍ ବିମାନବନ୍ଦର ବିମାନ ଉଡ଼ାଣ ପାଇଁ ପୁଣି ଖୋଲିଛି । ତେବେ ଯେଉଁ ଯାତ୍ରୀମାନଙ୍କର ବୁକିଂ କନ୍ଫର୍ମ ନ ହୋଇଛି ସେମାନେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି । ଶନିବାର ଦୁବାଇରେ ବିସ୍ଫୋରଣ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଏଥିଯୋଗୁ ବିଶ୍ୱର ଅନ୍ୟତମ ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା ।

ସେହିପରି ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆକୁ ବିମାନ ସେବା ଶନିବାର ମଧ୍ୟ ବାଧାପ୍ରାପ୍ତ ହୋଇଛି । ବହୁସଂଖ୍ୟାରେ ଯାତ୍ରୀଙ୍କ ଟିକେଟ ବାତିଲ କରାଯାଉଛି । ଫସି ରହିଥିବା ନାଗରିକମାନଙ୍କୁ ସହାୟତା କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଏବଂ 24x7 ହେଲ୍ପଲାଇନ୍ ସେଣ୍ଟର ସ୍ଥାପନ କରିଛି। ଭାରତୀୟ ଏବଂ ବିଦେଶୀ ବିମାନ କମ୍ପାନୀଗୁଡ଼ିକ ନାଗରିକମାନଙ୍କର ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ବିମାନ ଚଳାଚଳ ଜାରି ରଖିଛନ୍ତି।

ଅଧିକ ପଢନ୍ତୁ- ସବୁ ସୀମା ପାର୍ କରିଛନ୍ତି ମମତା ସରକାର, ରାଷ୍ଟ୍ରପତିଙ୍କ ସହ ଘଟିଥିବା ଘଟଣା ଲଜ୍ଜାଜନକ : ବର୍ଷିଲେ ପ୍ରଧାନମନ୍ତ୍ରୀ