News7 Logo

Asia Cup: ଟିମ୍ ଇଣ୍ଡିଆର ‘ସାଇଲେଣ୍ଟ ପ୍ରୋଟେଷ୍ଟ’, ହାତ ମିଳାଇଲେନି ସୂର୍ଯ୍ୟକୁମାର ଯାଦବ

NEWS7
gfx

ନୂଆଦିଲ୍ଲୀ ୧୪।୯: ଏସିୟା କପ୍ ୨୦୨୫ରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବା ବେଳେ ଭାରତ ତାର ନିରବ ବିରୋଧ ପ୍ରଦର୍ଶନ କରିଛି। ମ୍ୟାଚ୍ ପାଇଁ ଟସ୍ ପଡିବା ବେଳେ ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ୟାପ୍ଟେନ ସଲମାନ ଅଲି ଆଗାଙ୍କ ସହ କରମର୍ଦ୍ଦନ କରିନାହାନ୍ତି। ମ୍ୟାଚ୍ ପୂର୍ବରୁ ଅନୁମାନ କରାଯାଉଥିଲା ଟିମ୍ ଇଣ୍ଡିଆ ପାକିସ୍ତାନ ବିରୋଧରେ ଏହି ମ୍ୟାଚ୍ ରେ ପ୍ରତୀକାତ୍ମକ ପ୍ଟୋଟେଷ୍ଟ କରିବ।

ମ୍ୟାଚ୍ ପୂର୍ବରୁ ଏ ନେଇ ଏନଡି ଟିଭିରେ ଏକ ରିପୋର୍ଟ ଆସି ସାରିଥିଲା। ସୋସିଆଲ ମିଡିଆରେ ଫ୍ୟାନସଙ୍କ ବୟକଟକୁ ନଜରରେ ରଖି ଭାରତୀୟ ଟିମ୍ ପ୍ରୋଟେଷ୍ଟ କରିବାକୁ ବିଚାର କରୁଛି। ଯାହା ଟସ୍ କାଳରେ ଦେଖିବାକୁ ମିଳିଛି। ଦୁଇ କ୍ୟାପ୍ଟେନ ଟସ୍ ପଡିବା କାଳରେ ନା ହାତ ମିଳାଇଥିଲେ ନା କୌଣସି କଥାବାର୍ତ୍ତା ହୋଇଥିଲେ। ଏମିତିରେ ସାଧାରଣ ବେଳେ ଟସ୍ ପଡିବା କାଳରେ ଦୁଇ କ୍ୟାପ୍ଟେନ ପରସ୍ପର ସହ ହାତ ମିଳାଇବା ଦେଖା ଯାଏ।

ଟସ୍ ରେ ହାରିବା ପରେ ଭାତୀୟ କ୍ୟାପ୍ଟେନ ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ ବୋଲି କହିଥିଲେ। ଏଣୁ ଏଥିରେ ଆମେ ଖୁସି ବୋଲି କହିଥିଲେ। ଭାରତ ପକ୍ଷରୁ ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟ କୁମାର ଯାଦବ (କ୍ୟାପ୍ଟେନ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୂଲଦୀପ ଯାଦବ, ଯଶପ୍ରିତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀ ଖେଳୁଛନ୍ତି।