ଟ୍ୟାକ୍ସ କୋହଳ କଲେ ସରକାର ଏପଟେ ମହଙ୍ଗା ହେଲା କାର୍: ମଧ୍ୟବିତ୍ତଙ୍କୁ ଯେଉଁ ଟେନ୍‌ସନକୁ ସେହି ଟେନ୍‌ସନ

Published By : Prameya-News7 Bureau | March 19, 2025 IST

indiatoday

ନୂଆଦିଲ୍ଲୀ ଟ୍ୟାକ୍ସ କୋହଳ ହେଲେ କ'ଣ ହେବ ଏପଟେ ମହଙ୍ଗା ମାଡ଼ କନ୍ଦାଉଛି। ସ୍ୱପ୍ନର କାର୍‌ଟିଏ କିଣିବାକୁ ମଧ୍ୟବିତ୍ତଙ୍କୁ ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ। କାରଣ ପୁଣି ମହଙ୍ଗା ହେବାକୁ ଯାଉଛି ପାସେଞ୍ଜର କାର୍। ସବୁ କାର୍‌ ନିର୍ମାତା କମ୍ପାନୀ ଏପ୍ରିଲରୁ ବିଭିନ୍ନ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଏପ୍ରିଲ ମାସରେ ମାରୁତି ଠାରୁ ଆରମ୍ଭ କରି ଟାଟା ଓ କିଆ, କାର୍‌ ମୂଲ୍ୟରେ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ବଡ଼ କଥା ହେଲା କାର୍‌କମ୍ପାନୀଗୁଡ଼ିକ ମାତ୍ର ତିନି ମାସରେ ଦ୍ୱିତୀୟ ଥର କାର୍ ଦର ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଜାନୁଆରୀ ମାସରେ ସବୁ କମ୍ପାନୀ ୩-୪ ପ୍ରତିଶତ କାର ଦାମ ବଢ଼ାଇଥିଲେ। ଆଉ ଏବେ ପୁଣି ମହଙ୍ଗା ଖବର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ତେବେ ପାସେଞ୍ଜର ଭେଇକିଲ୍‌ର ମୂଲ୍ୟ ବୃଦ୍ଧି ନେଇ ସବୁ କମ୍ପାନୀଙ୍କର ଗୋଟିଏ ଯୁକ୍ତି ଖର୍ଚ୍ଚ ବଢୁଥିବାରୁ ଆମେ ଦାମ ବଢ଼ାଉଛୁ।

ପଢନ୍ତୁ- ପଛରେ ପଡ଼ିବେ ଜର୍ମାନୀ, ଚୀନ ଓ ଫ୍ରାନ୍ସ: ଲଞ୍ଚ୍‌ ହେବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଏହି ରୁଟ୍‌ରେ ଚାଲିବ

ଏପ୍ରିଲ ମାସ ଠାରୁ ଟାଟା ମୋଟର୍ସ ଏହାର ବିଭିନ୍ନ କାର୍‌ ମଡେଲର ମୂଲ୍ୟ ବୃଦ୍ଧି କରିବ। ପାସେଞ୍ଜର କାର୍‌ ଉପରେ କେତେ ଦାମ ବଢ଼ାଇବା ତାହା ସ୍ପଷ୍ଟ ହୋଇନ ନଥିବା ବେଳେ କର୍ମସିଆଲ ଗାଡ଼ି ଉପରେ ୨% ମୂଲ୍ୟ ବୃଦ୍ଧି କରିବ କମ୍ପାନୀ। ଏହା ପୂର୍ବରୁ କମ୍ପାନୀ ଜାନୁଆରୀରେ ବିଭିନ୍ନ ମଡେଲ ଉପରେ ଦାମ୍‌ରେ ୩% ବୃଦ୍ଧି କରିଥିଲା। 

ସେହିପରି ମାରୁତି ସୁଜୁକୀ ମଧ୍ୟ ମାର୍ଚ୍ଚ ୧୭ ତାରିଖରେ କାର୍ ଦାମ ୪ % ବୃଦ୍ଧି କରିବା ନେଇ ଘୋଷଣା କରିଥିଲା। ଯାହା ଏପ୍ରିଲ୍‌ରେ ଲାଗୁ ହେବ। ଏହା ପୂୁର୍ବରୁ କମ୍ପାନି ଜାନୁଆରୀ ମାସରେ ୪% ଏବଂ ଫେବ୍ରୁଆରୀ ମାସରେ ବିଭିନ୍ନ ମଡେଲ ଉପରେ ୩୨ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିସାରିଛି। ସେହିପରି ‘କିଆ’ ବିଭିନ୍ନ କାର୍‌ ଉପରେ ୩% ଦର ବୃଦ୍ଧି କରିବ ବୋଲି ଘୋଷଣା କରିଛି।

ସେହିପରି ହ୍ୟୁଣ୍ଡାଇ ମଧ୍ୟ ଏପ୍ରିଲ ଠାରୁ ଯାତ୍ରୀବାହୀ କାରଗୁଡିକର ମୂଲ୍ୟ ବୃଦ୍ଧି କରିବ ବୋଲି ଘୋଷଣା କରିଛି। କମ୍ପାନୀ ୩ ପ୍ରତିଶତ ଦାମ ବଢାଇବ ବୋଲି କହିଛି। ହ୍ୟୁଣ୍ଡାଇର ମଧ୍ୟ ସମାନ ଅଭିଯୋଗ। କାର୍ ତିଆରି ସାମଗ୍ରୀର ଦର ବଢିଥିବାରୁ ଗାଡି ଦାମ ବଢାଯାଉଛି। ବିଭିନ୍ନ ମଡେଲ ପାଇଁ ଦର ବୃଦ୍ଧି ଭିନ୍ନ ଭିନ୍ନ ହେବ ବୋଲି କମ୍ପାନୀ କହିଛି। ଅକ୍ଟୋବରରେ ଆରମ୍ଭରେ IPO ଆଣିବା ପରେ କମ୍ପାନୀ ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। ଏହା ପୂର୍ବରୁ ହ୍ୟୁଣ୍ଡାଇ ଡିସେମ୍ବରରେ ବିଭିନ୍ନ ମଡେଲ ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦର ବଢାଇଥିଲା। 

ଖର୍ଚ୍ଚ ବଢୁଥିବା ଦର୍ଶାଇ କମ୍ପାନୀମାନେ ବାରମ୍ବାର କାର୍ ଦର ବୃଦ୍ଧି କରିବା ଗ୍ରାହକଙ୍କ ଉପରେ ଚାପ ପକାଉଛି। ସରକାର ଏପଟେ କୋହଳ କରୁଥିବା କହୁଥିବା ବେଳେ ସେପଟେ ଦର ବୃଦ୍ଧି କାନ୍ତାରରୁ ଆସି ମହରଗରେ ପଡିବ ଭଳି ହେଉଛି। ଆସିଲା ଦୁଇ ଗଲା ଦୁଇ। ଯେଉଁ ଶୂନକୁ ସେହି ଶୂନରେ ଗ୍ରାହକ। 

ମୂଲ୍ୟ ବୃଦ୍ଧିର ସିଧା ପ୍ରଭାବ ଗ୍ରାହକଙ୍କ ପକେଟରେ ପଡ଼ୁଛି। ବିଶେଷ କରି ମଧ୍ୟବିତ୍ତଙ୍କ ପକେଟ ଖାଲି ହେଉଛି। 

ପଢନ୍ତୁ- ସୁନା ଦରରେ ନିଆଁ, ୯୧,୦୦୦ ଟଙ୍କା ଟପିଲା ମୂଲ୍ୟ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.