ସୁନା ଦରରେ ନିଆଁ, ୯୧,୦୦୦ ଟଙ୍କା ଟପିଲା ମୂଲ୍ୟ

Published By : Prameya-News7 Bureau | March 18, 2025 IST

ନୂଆଦିଲ୍ଲୀ: ସୁନା ମୂଲ୍ୟ ବୃଦ୍ଧିରେ ଲାଗୁନି ବ୍ରେକ୍ । ସପ୍ତାହର ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ଦେଶର ରାଜଧାନୀ ଦିଲ୍ଲୀରେ ସର୍ରଫା ବଜାରରେ ସୁନା ମୂଲ୍ୟ ୫୦୦ ଟଙ୍କା ବଢି ପ୍ରତି ୧୦ ଗ୍ରାମ ୯୧,୨୫୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି । ଅଖିଳ ଭାରତୀୟ ସର୍ରଫା ସଂଘ ଏହି ସୂଚନା ଦେଇଛି । ଏହା ପୂର୍ବରୁ ସୋମବାର ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ଏହି ସୁନାର ମୂଲ୍ୟ ୧୩୦୦ ଟଙ୍କା ବଢି ୧୦ ପିଛା ୯୦,୭୫୦ ଟଙ୍କାର ନୂଆ ଶିଖର ଛୁଇଁଥିଲା । ୯୯.୫ ପ୍ରତିଶତ ଶଦ୍ଧତା ଥିବା ସୁନା ୪୫୦ ଟଙ୍କା ବଢି ପ୍ରତି ୧୦ ଗ୍ରାମ ୯୦,୮୦୦ ଟଙ୍କାର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ତେବେ ରୁପା ମୂଲ୍ୟ କିଲୋ ପିଛା ୧,୦୨,୫୦୦ ଟଙ୍କାର ଐତିହାସିକ ସ୍ତରରେ ସ୍ଥିର ରହିଛି । 

ବିଶେଷଜ୍ଞଙ୍କ ମତରେ ସୁନା ମୂଲ୍ୟରେ ବୃଦ୍ଧି ଜାରି ରହିବ । ଅନ୍ତରାଷ୍ଟ୍ରୀୟ ବଜାର ସହ ଘରୋଇ ବଜାରରେ ବି ନୂଆ ରେକର୍ଡ କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି, ଆର୍ଥିତ ମାନ୍ଦାବସ୍ଥାର ଆଶଂକା ଓ ଜିଓ ପଲିଟିକ୍ସ ଅନିଶ୍ଚିତତା କାରଣରୁ ସୁରକ୍ଷିତ ନିବେଶ ପାଇଁ ସୁନା ଏକ ଆକର୍ଷଣୀୟ ବିକଳ୍ପ ହୋଇଛି ।

ଏହା ବ୍ୟତୀତ ନିକଟରେ ଦୁର୍ବଳ ଆମେରିକୀୟ ବୃହତ ଆର୍ଥିକ ଡାଟା ମଧ୍ୟ ଆଶାକୁ ବଳ ଦେଇଛି । ଆମେରିକାର ଫେଡ୍‌ରାଲ୍ ରିଜର୍ଭ ଚଳିତ ବର୍ଷ ଅନେକ ଧର ସୁଧ ହାର ହ୍ରାସ କରିପାରେ, ଯାହା ସୁନା ମୂଲ୍ୟ ବୃଦ୍ଧିକୁ ଅଧିକ ସୁହାଇବ । ବିଶେଷଜ୍ଞଙ୍କ ମତରେ ପଶ୍ଚିମ ଏସିଆରେ ଅସ୍ଥିରତା, ଚୀନର ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ଯୋଜନା ସହ ମିଶି, ସୁନାର ସୁରକ୍ଷିତ ଦାବିକୁ ବଢାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.