ପଛରେ ପଡ଼ିବେ ଜର୍ମାନୀ, ଚୀନ ଓ ଫ୍ରାନ୍ସ: ଲଞ୍ଚ୍‌ ହେବ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଏହି ରୁଟ୍‌ରେ ଚାଲିବ

Published By : Prameya-News7 Bureau | March 19, 2025 IST

dtnext

ନୂଆଦିଲ୍ଲୀ: ପରିବହନ କ୍ଷେତ୍ରରରେ ଭାରତ ଜର୍ମାନୀ, ଚୀନ, ଫ୍ରାନ୍ସ ଓ ସ୍ୱିଡେନ ଭଳି ରାଷ୍ଟ୍ରକୁ ଟକ୍କର ଦେଇ ଆଗକୁ ବଢ଼ୁଛି। ଗୋଟିଏ ପଟେ ଘଣ୍ଟାକୁ ପାଖାପାଖି ୧୦୦୦ କିମି ଗତି କରୁଥିବା ହାଇପରଲୁପ ତିଆରି କାମ ଚାଲିଥିବା ବେଳେ ଏପଟେ ହାଇଡ୍ରୋଜନେ ଟ୍ରେନ୍‌ ଲଞ୍ଚ୍‌ ହେବାକୁ ଯାଉଛି। ଭାରତର ଗ୍ରୀନ ଟେକ୍ନୋଲୋଜୀ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ। ହାଇଡ୍ରୋଜେନ୍ ଟ୍ରେନ୍ ପାରମ୍ପରିକ ଡିଜେଲ୍ ଟ୍ରେନ୍ ଠାରୁ ଭିନ୍ନ। କେମିତି ଆସନ୍ତୁ ଜାଣିବା।

ଲଞ୍ଚ୍‌ ହେବାକୁ ଯାଉଛି ଭାରତର ପ୍ରଥମ ହାଇଡ୍ରୋଜେନ୍ ସେଲ୍ ଟ୍ରେନ୍। ଏହି ଟ୍ରେନ୍‌ ଦେଶରେ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ। ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌ର ଶୁଭାରମ୍ଭ ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ନିଜ ପରିବହନ ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେବା ଦିଗରେ କାମ ଜାରି ରଖିଛି ଭାରତ।ମିିଡିଆ ରିପୋର୍ଟ ଅନୁସାରେ ଚେନ୍ନାଇର ପେରମ୍ବୁରରେ ଥିବା ଇଣ୍ଟେଗ୍ରାଲ କୋଚ ଫେକ୍ଟୋରୀରେ ଏହି ଟ୍ରେନ୍‌ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ୮୦ ପ୍ରତିଶତ କାର୍ଯ୍ୟ ସରିଗଲାଣି। 

ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ କେବଳ ଟ୍ରେନ୍‌ରେ ରଙ୍ଗ ଦେବା, ହାଇଡ୍ରୋଜେନ୍ ସିଲିଣ୍ଡର କନେକ୍ଟ କରିବା ଏବଂ କିଛି ଟେକ୍ନିକାଲ କାମ ବାକି ରହିଛି। ଚଳିତ ମାସ ଶେଷ ସୁଦ୍ଧା ଏହି ଟ୍ରେନ୍‌ ତିଆରି କାମ ସରିଯିବ ବୋଲି ଆଶା କରାଯାଉଛି। ଟ୍ରେନ୍ ତିଆରି କାମ ସରିବା ପରେ ଆସନ୍ତା ମାସରେ ହରିଆଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିମି ରୁଟ୍‌ରେ ଏହାର ପ୍ରଥମ ଟ୍ରାଏଲ ହେବ ବୋଲି ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି। 

ତେବେ ଏହି ହାଇଡ୍ରୋଜେନ୍ ଟ୍ରେନ୍‌ଗୁଡ଼ିକ ପାରମ୍ପରିକ ଡିଜେଲ୍‌ ଟ୍ରେନ୍‌ଠାରୁ ଭିନ୍ନ। ଏଥିରେ କଣସବୁ ସୁବିଧା ରହିଛି ଆସନ୍ତୁ ଜାଣିବା। ମାଲାଇମାର ରିପୋର୍ଟ ଅନୁସାରେ, ହାଇଡ୍ରୋଜେନ୍ ଟ୍ରେନ୍‌ରେ ୧,୨୦୦ ଇଞ୍ଜିନ ଏଚ୍‌ପି ଖଞ୍ଜାଯାଇଛି। ଏହାର ବେଗ ଘଣ୍ଟା ପ୍ରତି ୧୧୦ କିମି ରହିବ। ଭାରତରେ ଚାଲିବାକୁ ଥିବା ହାଇଡ୍ରୋଜେନ୍ ଟ୍ରେନ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ବଗି ରହିବ। ଅନ୍ୟ ଦେଶଗୁଡ଼ିକର ହାଇଡ୍ରୋଜେନ୍ ଟ୍ରେନ୍‌ରେ ୧୦ଟି ଲେଖାଏ ବଗି ରହିଛି। 

ଚୀନ ହାଇଡ୍ରୋଜେନ୍ ଟ୍ରେନ୍ 

ରେଲୱେ ଅଧିକାରୀଙ୍କ ଅନୁସାରେ ପ୍ରତ୍ୟେକ ଟ୍ରେନ୍ ତିଆରି ପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ଥାୟିତ୍ୱ ଏବଂ ପରିବେଶ ସଂରକ୍ଷଣ ପାଇଁ ପାର୍ବତ୍ୟ ଅଞ୍ଚଳରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ପ୍ରଥମ ଟ୍ରେନ୍ ଉତ୍ତର ରେଳବାଇ ଦ୍ୱାରା ପରିଚାଳିତ ହେବ। ୨୦୩୦ ସୁଦ୍ଧା ଭାରତୀୟ ରେଳବାଇକୁ ଅଙ୍ଗାରକାମ୍ଳମୁକ୍ତ କରିବାକୁ ଯେଉଁ ଯୋଜନା କରାଯାଉଛି ହାଇଡ୍ରୋଜେନ୍ ଟ୍ରେନ୍ ଏହାର ରେଜଲ୍ଟ। 

କେନ୍ଦ୍ରୀୟ ରେଳ ବୋର୍ଡ ଏହି ପ୍ରକଳ୍ପର କଳ୍ପନା କରିଥିଲା। ଏଥିପାଇଁ ବୋର୍ଡ ୨୩୦୦ କୋଟି ଟଙ୍କା ବ୍ୟୟରେ ୩୫ଟି ହାଇଡ୍ରୋଜେନ୍ ଟ୍ରେନ୍ ନିର୍ମାଣ କରିବାକୁ ଯୋଜନା କରିଛି। ଗତ ବର୍ଷର ବଜେଟରେ ଏହି ପଦକ୍ଷେପ ଘୋଷଣା କରାଯାଇଥିଲେ ମଧ୍ୟ, ICF କାରଖାନା ବର୍ତ୍ତମାନ ୮୦ ପ୍ରତିଶତ କାମ ସମାପ୍ତ କରିଛି। ପରୀକ୍ଷାମୂଳକ ରନ୍ ସଫଳ ହେବା ପରେ, ଏପ୍ରିଲ ଶେଷ ସୁଦ୍ଧା ଟ୍ରେନ୍ ସାଧାରଣ ବ୍ୟବହାର ପାଇଁ ଛଡ଼ାଯିବ ବୋଲି ରେଳ ବୋର୍ଡ କହିଛି।

ଅନ୍ୟ କିଛି  ମିଡିଆ ରିପୋର୍ଟ ଅନୁସାରେ, ଐତିହ୍ୟସ୍ଥଳ କାଲକା-ସିମଲା ଟ୍ରେନ୍ ରୁଟଟରେ ପ୍ରଥମ ଥର ପାଇଁ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବ। ଫଳରେ ଯାତ୍ରୀମାନେ ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ଯାତ୍ରାରେ ମଜା ନେଇପାରିବେ। ଏହି ହାଇଡ୍ରୋଜେନ୍ ଟ୍ରେନ୍ ପାରମ୍ପରିକ ଡିଜେଲ ଟ୍ରେନ୍‌ ଭଲି ଦ୍ରୁତ ଗତିରେ ଯିବା ପାଇଁ ଡିଜାଇନ୍ କରାଯାଇଛି। 

ପଢନ୍ତୁ- ସୁନୀତା ୱିଲିୟମ୍ସଙ୍କ ସଫଳ ଲ୍ୟାଣ୍ଡିଂ, ସମୁଦ୍ର ମଝିରେ ଡଲଫିନ୍ କଲେ ସ୍ଵାଗତ
ହାଇଡ୍ରୋଜେନ୍ ଟ୍ରେନ୍‌ରେ ହର୍ସପାୱାର ଉପକରଣ ବ୍ୟବହାର କରାଯାଇଛି। ଫଳରେ ଏଥିରେ ସମାନ କାର୍ଯ୍ୟଦକ୍ଷତା ସହିତ ପରିଚାଳନା ଖର୍ଚ୍ଚ କମ୍ ହେବ। ରେଳ ନେଟୱର୍କରେ ଦକ୍ଷତା ବୃଦ୍ଧି କରିବା ସହିତ ପରିବେଶଗତ ପ୍ରଭାବକୁ ହ୍ରାସ କରିବା ପାଇଁ ଏକ  ବୃହତ୍ତର ଦୃଷ୍ଟିକୋଣକୁ ନେଇ ଭାରତ ସରକାର ଏହି ହାଇଡ୍ରୋଜେନ୍ ଟ୍ରେନ୍ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଭବିଷ୍ୟତର ହାଇଡ୍ରୋଜେନ୍ ଟ୍ରେନ ପାଇଁ ରାସ୍ତା ପରିସ୍କାର ହେବା ସହିତ ଭାରତର ପରିବହନ ଭିତ୍ତିଭୂମିର ସ୍ଥାୟୀତ୍ୱ ବୃଦ୍ଧି ପାଇବ।

ସୂଚନା ଥାଉକି, ହାଇଡ୍ରୋଜେନ ଚାଳିତ ଟ୍ରେନର ସଫଳ କାର୍ଯ୍ୟାନ୍ୱୟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସରକାର କରୁଥିବା ଚେଷ୍ଟା  ମଧ୍ୟରୁ ଏକ ଉତ୍ତମ ଉପାୟ ହେବ। ଏହି ନବସୃଜନ ଭାରତକୁ ସ୍ଥାୟୀ ପରିବହନ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ସ୍ଥାନିତ କରିବ ଏବଂ ଅନ୍ୟ ଦେଶଗୁଡ଼ିକୁ ଏଭଲି ପଦକ୍ଷେପ ନେବାକୁ ଉତ୍ସାହିତ କରିପାରେ।

ଜର୍ମାନୀ ପ୍ରଥମ Alstom Coradia iLint ଟ୍ରେନ୍

ପୂର୍ବରୁ ଏହିସବୁ ଦେଶରେ ଚାଲୁଛି ହାଇଡ୍ରୋଜେନ୍ ଟ୍ରେନ୍ ?

ତେବେ ଆପଣ ଜାଣି ରଖନ୍ତୁ ଯେ ସାରା ବିଶ୍ୱରେ ୨୦୧୮ରେ ପ୍ରଥମେ ଜର୍ମାନୀରେ Alstom Coradia iLint ନାମକ ହାଇଡ୍ରୋଜେନ୍‌ ଟ୍ରେନ୍ ଚଳନ ଆରମ୍ଭ ହୋଇଥିଲା। ବର୍ତ୍ତମାନ କେବଳ ଚାରୋଟି ଦେଶ - ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନ୍ - ହାଇଡ୍ରୋଜେନ ଚାଳିତ ଟ୍ରେନ ଚାଳୁଛି। ଯାହା ୫୦୦-୬୦୦ ହର୍ସପାୱର୍ ଆଉଟପୁଟ ଦେଉଛି। ତେବେ ଏମାନଙ୍କ ଠାରୁ ଭାରତ ଆଉ ପାଦେ ଆଗେଇଛି। ଭାରତରେ ସ୍ୱଦେଶୀ ଭାବରେ ବିକଶିତ ହାଇଡ୍ରୋଜେନ୍ ଇଞ୍ଜିନ୍ ୧,୨୦୦ ହର୍ସପାୱର୍ ଆଉଟପୁଟ ଦେବ। ପାୱାର ଆଉଟ୍‌ପୁଟ୍‌ରେ ଯାହା ବିଶ୍ୱରେ ସର୍ବାଧିକ ହେବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.