ନୂଆଦିଲ୍ଲୀ ୦୯/୦୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଚଳିତ ସିଜିନ ମଝିରେ ବାତିଲ ହୋଇପାରେ । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଏକ ବୈଠକ ଅନୁଷ୍ଠିତ ହୋଇଛି । ଆଜି (୯ ମଇ), ବିସିସିଆଇ ଆଇପିଏଲ ୨୦୨୫ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି ।
ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ଘରକୁ ପଠାଇବା । ଆଜି IPLରେ, ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଏକ ମ୍ୟାଚ୍ ହେବାକୁ ଯାଉଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଏହି ମ୍ୟାଚ୍ ହେବ କି ନାହିଁ।
କହିବାକୁ ଗଲେ ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ, ୮ ମଇ (ବୁଧବାର) ରେ ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ମ୍ୟାଚ୍ ଅଧା ରାସ୍ତାରେ ବାତିଲ କରାଯାଇଥିଲା । ଏହି ସମୟରେ, ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ (HPCA) ଷ୍ଟାଡିୟମକୁ ଖାଲି କରାଯାଇଥିଲା ।
ଖେଳାଳିମାନଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚାଲିଥିଲା । ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଆଣିବା ପାଇଁ ବିସିସିଆଇ ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା ହୋଇଥିଲା । ବନ୍ଦେ ଭାରତରେ ଖେଳାଳିମାନେ ଧର୍ମଶାଳାରଉ ଫେରିଛିନ୍ତି ।
ଉତ୍ତର ରେଳବାଇର CPRO ମଧ୍ୟ ଏହା ଉପରେ ଏକ ବିବୃତ୍ତି ଦେଇଥିଲେ । ସୁରକ୍ଷା କାରଣରୁ, ଏହାର ସମୟ ଏବଂ ମାର୍ଗ ବିଷୟରେ ସୂଚନା ସାର୍ବଜନୀନ କରାଯାଇ ନାହିଁ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ଗୁରୁବାର ଦିନ ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ-ସବୁକିଛି ମନେ ରଖି, ଆମେ ଏହି ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, ସେଥିପାଇଁ ଆମେ ମେ ୮ ତାରିଖର ମ୍ୟାଚ୍ ବାତିଲ କରିଛୁ। ପଡ଼ୋଶୀ ଦେଶ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚେଷ୍ଟା କରୁଛି। ଖେଳାଳି, ଦର୍ଶକ ଏବଂ ସହାୟକ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା।