ମୁମ୍ଵାଇ ୦୯।୦୫; ସମସ୍ତେ ଭାରତର ଅପରେସନ ସିନ୍ଦୂରକୁ ନେଇ ପ୍ରଶଂସା କରୁଛନ୍ତି। ହେଲେ ଏହି କାର୍ଯ୍ୟକୁ ନେଇ ପାକିସ୍ତାନୀ କଳାକାରମାନେ ନିନ୍ଦା କରୁଛନ୍ତି। ଅନେକ ପାକିସ୍ତାନୀ କଳାକାର ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଯାହାକୁ ନେଇ ବିଗ୍ ବସ୍ ୧୮ ଫେମ୍ ଅଭିନାଶ ମିଶ୍ରା ରାଗିଯାଇଛନ୍ତି। ଅଭିନାଶ ମାହିରା ଖାନଙ୍କ ଉପରେ ବର୍ଷିଛନ୍ତି ।
ମାହିରା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ବିଷ ଓଗାଳିଛନ୍ତି। ସେ ଲେଖିଛନ୍ତି - ସେ ବହୁତ ଭାଗ୍ୟବାନ ଯେ ସେ ଏପରି ଏକ ଦେଶରେ ରୁହନ୍ତି… ଯେଉଁଠାରେ ତାଙ୍କୁ ତାଙ୍କ ମନର କଥା କହିବାରୁ ବାରଣ କରାଯାଏ ନାହିଁ। ସେ ଆହୁରି କହିଛନ୍ତି ଯେ କୌଣସି ପ୍ରମାଣ ବିନା ପାକିସ୍ତାନକୁ ଦୋଷ ଦିଆଯାଏ। ଏହା ବ୍ୟତୀତ ସେ ଭାରତ ବିରୁଦ୍ଧରେ ବହୁତ କିଛି ଲେଖିଛନ୍ତି। ଯାହା ପରେ ଅଭିନାଶ ଟାର୍ଗେଟ୍ କରିଛନ୍ତି ।
ମାହିରା ଖାନଙ୍କ ପୋଷ୍ଟକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ଅଭିନାଶ ଲେଖିଛନ୍ତି, 'ଓ… ମାହିରା ଦିଦି, ଆମକୁ ପାକିସ୍ତାନୀମାନଙ୍କୁ ଦୋଷ ଦେବାର ଆବଶ୍ୟକତା ନାହିଁ, କାହିଁକି ନା ସାରା ବିଶ୍ୱ ପ୍ରମାଣ ଦେଖିସାରିଛି।' ଏବେ ପରିସ୍ଥିତି ସୁଧୁରିବା ପରେ, କାମ ମାଗିବା ପାଇଁ ଆମ ଭାରତକୁ ଆସବେ ନାହିଁ। କିନ୍ତୁ ତୁମର ଦେଶର ପକ୍ଷ ନେବା ପାଇଁ ତୁମକୁ ତୁମର ସର୍ବସ୍ୱ ଦେବାକୁ ପଡିବ।
ଭାରତୀୟ ସେଲିବ୍ରିଟିମାନଙ୍କୁ ମଧ୍ୟ ଭର୍ତ୍ସନା କରାଯାଇଥିଲା
ଅଭିନାଶ ଏତିକିରେ ଅଟକି ନଥିଲେ, ସେ ଭାରତୀୟ ସେଲିବ୍ରିଟିମାନଙ୍କୁ ମଧ୍ୟ ଭର୍ତ୍ସନା କରିଥିଲେ। ସେ ଲେଖିଛନ୍ତି - ସୀମା ଆରପାରିର ଥିବା ସେଲିବ୍ରିଟି ଯେଉଁମାନେ ଭାରତୀୟ ଦର୍ଶକଙ୍କଠାରୁ ପ୍ରସିଦ୍ଧି ଅର୍ଜନ କରିଥିଲେ, ସେମାନେ ଏବେ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଲଜ୍ଜାଜନକ ଏବଂ କାପୁରୁଷ ବୋଲି କହୁଛନ୍ତି। ଏହା କପଟତାର ଶୀର୍ଷ। ଅନ୍ୟପଟେ ଅଭିନାଶଙ୍କ ପୂର୍ବରୁ ରୂପାଲି ଗାଙ୍ଗୁଲି ମଧ୍ୟ ପାକିସ୍ତାନୀ କଳାକାରଙ୍କୁ ଭର୍ତ୍ସନା କରିଛନ୍ତି। ସେ ଫୱାଦ ଖାନଙ୍କ ଉପରେ ରାଗି ଯାଇଥିଲେ।