ନୂଆଦିଲ୍ଲୀ: ମହିଳା ବିଶ୍ୱକପ୍ 2025 ଜିତି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ରବିବାର ଇତିହାସ ରଚିଥିଲା । ଟିମକୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟି ଥିଲା । ଖେଳାଳିଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ଭୁରି ଭୁରି ପ୍ରଶଂସା କରାଯାଉଛି । ଏହାରି ଭିତରେ ଟାଟା ଗ୍ରୁପର ଟାଟା ମୋଟର୍ସ ପାସେଞ୍ଜର ଭେଇକଲ୍ । ଭାରତୀୟ ମହିଳା ଟିମକୁ ନିଜ ଆଗାମୀ Tata Sierra SUVର ପ୍ରଥମ ୟୁନିଟ୍ ଗିଫ୍ଟ କରିବ । ବ୍ରାଣ୍ଡ ପକ୍ଷରୁ ଏହି ପଦକ୍ଷେପ ଆଇସିସି ମହିଳା ବିଶ୍ୱକପରେ ଟିମର ଐତିହାସିକ ବିଜୟକୁ ସେଲିବ୍ରେସନ କରିବା ପାଇଁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଟାଟା ଏହି ଏସୟୁଭି ଭାରତରେ ନଭେମ୍ୱର 25ରେ ଲଞ୍ଚ୍ ହେବ । ଏହି ଲଞ୍ଚ୍ ସହ ବ୍ରାଣ୍ଡ ନିଜର ପୁରୁଣା ଲୋକପ୍ରିୟ ନାଁକୁ ନୂଆ ଓ ମଡର୍ଣ୍ଣ ରୂପରେ ବଜାରକୁ ଛାଡ଼ିବ ।

ଦିନିକିଆ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ପୁରସ୍କାର ବର୍ଷା ଜାରି ରହିଛି । ବିସିସିଆଇ ୫୧ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିବା ପରେ ଏବଂ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ଖେଳାଳି ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ଏହାରି ଭିତରେ ଭାରତର ବହୁରାଷ୍ଟ୍ରୀୟ ଅଟୋମୋଟିଭ୍ ନିର୍ମାତା ଟାଟା ମୋଟର୍ସ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କରିଛି ।

 

କମ୍ପାନି ଘୋଷଣା କରିଛନ୍ତି, ଭାରତୀୟ ମହିଳା ଟିମକୁ ନିଜ ଆଗାମୀ Tata Sierra SUVର ପ୍ରଥମ ୟୁନିଟ୍ ଗିଫ୍ଟ କରିବ । ଖୁବଶୀଘ୍ର ଲଞ୍ଚ୍ ହେବାକୁ ଥିବା ଟାଟା ସିଏରା ବିଶ୍ୱକପ୍ ବିଜୟୀ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଉପହାର ଦିଆଯିବ । ବ୍ରାଣ୍ଡ ପକ୍ଷରୁ ଏହି ପଦକ୍ଷେପ ଆଇସିସି ମହିଳା ବିଶ୍ୱକପରେ ଟିମର ଐତିହାସିକ ବିଜୟକୁ ସେଲିବ୍ରେସନ କରିବା ପାଇଁ କରାଯାଇଛି ବୋଲି ଏକ୍ସରେ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଟାଟା ଏହି ଏସୟୁଭି ଭାରତରେ ନଭେମ୍ୱର ୨୫ରେ ଲଞ୍ଚ୍ ହେବ । ଏହି ଲଞ୍ଚ୍ ସହ ବ୍ରାଣ୍ଡ ନିଜର ପୁରୁଣା ଲୋକପ୍ରିୟ ନାଁକୁ ନୂଆ ଓ ମଡର୍ଣ୍ଣ ରୂପରେ ବଜାରକୁ ଛାଡ଼ିବ ।

ଟାଟା ମୋଟର୍ସ ପାସେଞ୍ଜର ଭେଇକଲ ଲିମିଟେଡର ଏମଡି ଏବଂ ସିଇଓ ଶୈଳେଶ ଚନ୍ଦ୍ର କହିଛନ୍ତି, "ଭାରତୀୟ ମହିଳା କ୍ରିକେଟ୍ ଦଳ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଉଲ୍ଲେଖନୀୟ ବିଜୟ ସହିତ ପୂରା ଦେଶକୁ ଗର୍ବିତ କରିଛି । ସେମାନଙ୍କର ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରୁଛି।"

ଭାରତର ଅଟୋମୋବାଇଲ୍ ଇତିହାସରେ ଟାଟା ସିଏରା କାରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ମଡେଲ୍ ୧୯୯୧ରେ ବଜାରକୁ ଆସିଥିଲା । ଏହା ଭାରତରେ ପ୍ରଥମେ ଘରୋଇ ମାଲିକାନାରେ ଥିବା ଏସୟୁଭି ମଧ୍ୟରୁ ଗୋଟିଏ ଥିଲା । Tata Sierra SUV ଏଥର ନୂଆ ରୂପ ଧରି ନଭେମ୍ବରରେ ବଜାରକୁ ଫେରୁଛି ।