ନଦୀରେ ବୁଡି ଯୁବକ ନିଖୋଜ ଘଟଣା, ୧୮ ଘଣ୍ଟା ପରେ ମିଳିଲା ତାପସଙ୍କ ମୃତଦେହ

Published By : Prameya-News7 Bureau | April 08, 2024 IST

ବାଲିପାଟଣା ୦୮।୦୪ : ବାଲିପାଟଣା ଥାନା ବାଇଁଆପଦା ଗାଁ ନିକଟ ଭାର୍ଗବୀ ନଦୀରେ ବୁଡି ଯୁବକ ନିଖୋଜ ଘଟଣା । ନିଖୋଜର ୧୮ ଘଣ୍ଟା ପରେ ନଦୀରୁ ମିଳିଲା ମୃତଦେହ । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇପାଟଣା ଗାଁର ତାପସ କୁମାର ଦାସ । ବାଲିପାଟଣା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । 

ଖବର ଅନୁଯାୟୀ, ରବିବାର ଦିନ ତାପସ ଏବଂ ତାଙ୍କ ସାଙ୍ଗମାନେ ବାଇଁଆପଦା ଗାଁ ନିକଟ ଭାର୍ଗବୀ ନଦୀ ପଠାରେ ବଣ ଭୋଜି କରୁଥିଲେ । ଭୋଜି ପରେ ତିନି ଜଣ ଏକାଠି ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ତାପସ ନଦୀରେ ଥିବା ଗଣ୍ଡରେ ବୁଡି ଯାଇଥିଲେ । ଅନ୍ୟ ସାଙ୍ଗମାନେ ତାପସ ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ବାଲିପାଟଣା ପୋଲିସ ବାଲିଅନ୍ତା ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ ୧୮ ଘଣ୍ଟା ପରେ ତାପସଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.