ରେଳ ଧାରଣା କଡରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 18, 2024 IST

ଖଲ୍ଲିକୋଟ ୧୮।୫: ରେଳ ଧାରଣା ପାର୍ଶ୍ବ ରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଶନିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ରମ୍ଭା ଓ ବିରୁଳି ଗଡ ମଧ୍ୟ ଦେଇ ଯାଇଥିବା ରେଳ ଧାରଣା ପାର୍ଶ୍ବ ରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ଯୁବତୀ ଜଣକ ବିରୂଳି ଗଡ଼ ନିକଟସ୍ତ ପଣସ ଢିଅର ବୋଲି ଜଣାପଡିଛି । ଯୁବତୀ ଜଣକ ଯୁକ୍ତ ୨ ଛାତ୍ରୀ ଥିଲେ । ମୃତ ଯୁବତୀଙ୍କର ଆଂଶିକ ମାନସିକ ବିକୃତ ଥିଲା । ଶନିବାର ସକାଳେ କୌଣସି  ଏକ ଦ୍ରୁତଗାମୀ ରେଳ ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

You Can Read :

ବାଲେଶ୍ବରରେ AICC ଷ୍ଟାର୍ ପ୍ରଚାରକ ସଚିନ ପାଇଲଟ୍, ‘ସାରା ଦେଶରେ ପରିବର୍ତ୍ତନର ମାହୋଲ ଦେଖିବାକୁ ମିଳୁଛି’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.