IPL ବେଆଇନ ଷ୍ଟ୍ରିମିଂ ମାମଲାରେ ସାଇବର ସେଲ୍‌ରେ ହାଜର ହେଲେନି ତମନ୍ନା, ମାଗିଲେ ସମୟ

Published By : Prameya-News7 Bureau | April 30, 2024 IST

ମୁମ୍ଵାଇ ୩୦।୦୪: ଦକ୍ଷିଣ ଏବଂ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ । ତାଙ୍କର ଦୃଢ ଏବଂ ଦକ୍ଷତା ଅଭିନୟ  ପାଇଁ ସେ ଖୁବ୍‌ ଲୋକପ୍ରିୟ । ନିକଟରେ ଆଇପିଏଲ ମ୍ୟାଚ୍‌ର ବେଆଇନ ଷ୍ଟ୍ରିମିଂ ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍‌ ତାଙ୍କୁ ସମନ କରିଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ହେଲେ ଅଭିନେତ୍ରୀ ଗଣମାଧ୍ୟମକୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି। କିନ୍ତୁ ସାଇବର ସେଲରେ ପରବର୍ତ୍ତୀ ତାରିଖ ପାଇଁ ସେ ଅନୁରୋଧ କରିଛନ୍ତି।

ମହାରାଷ୍ଟ୍ର ସାଇବର ସେଲ୍ ଏପ୍ରିଲ୍ ୨୯ ରେ ଆଇପିଏଲ୍ ମ୍ୟାଚ୍ ମାମଲାର ବେଆଇନ ଷ୍ଟ୍ରିମିଂରେ ସାକ୍ଷୀ ଭାବରେ ପଚରାଉଚରା ପାଇଁ ତମନ୍ନାଙ୍କୁ ସମନ କରାଯାଇଥିଲା। ମହାରାଷ୍ଟ୍ର ସାଇବର ସେଲ୍ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ଗତ ସପ୍ତାହରେ ଉପସ୍ଥିତ ରହିବାକୁ କହିଥିଲା, କିନ୍ତୁ ଶୁଟ୍ କାର୍ଯ୍ୟସୂଚୀ ହେତୁ ସେ ପରବର୍ତ୍ତୀ ତାରିଖ ପାଇଁ ଆବେଦନ କରିଥିଲେ। ରିପୋର୍ଟ ଅନୁଯାୟୀ, ତମନ୍ନା ଭାଟିଆ ସାଇବର ଟିମ୍‌ ସୂଚନା ଦେଇଛନ୍ତି ଯେ ସେ ମୁମ୍ବାଇରେ ନାହାଁନ୍ତି ଏବଂ ପରେ ପୁନର୍ବାର ହାଜର ହୋଇପାରନ୍ତି। ହେଲେ ସାଇବର ସେଲ୍ ଏ ବାବଦରେ ନୂଆ ତାରିଖ ଘୋଷଣା କରିନାହିଁ।

ତମନ୍ନା ଭାଟିଆଙ୍କ ପ୍ରଶ୍ନ କ’ଣ ହେବ?

ମହାରାଷ୍ଟ୍ର ସାଇବର ସେଲ୍ ଅଭିଯୋଗରେ ଫେୟାର ପ୍ଲେ ଆପ୍ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାର ଅନୁସନ୍ଧାନ ହେତୁ ଅଭିନେତ୍ରୀ ତମନ୍ନାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା। ତମନ୍ନାଙ୍କୁ ପଚରାଉଚରା କରି ସାଇବର ପୋଲିସ ଜାଣିବାକୁ ଚାହୁଁଛି ଯେ ତାଙ୍କ ସହ କିଏ ଯୋଗାଯୋଗ କରିଛି ଏବଂ ଫେୟାର ପ୍ଲେକୁ କିପରି ପ୍ରୋତ୍ସାହିତ କରାଯିବ। ଆମେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛୁ ଯେ ଏଥିପାଇଁ ଅଭିନେତ୍ରୀଙ୍କୁ କେତେ ଟଙ୍କା ଦିଆଯାଇଥିଲା ଏବଂ ଏହା କିପରି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.