LIVE TV

ଭାରତୀୟ କ୍ରିକେଟ୍‌ରେ ରାଜନୀତିକୁ ନେଇ ଚିନ୍ତା ପ୍ରକାଶ କଲେ ସୈୟଦ କିରମାନି

NEWS7
Syed Kirmani

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ୱିକେଟକିପର ସୈୟଦ କିରମାନି ଆଧୁନିକ କ୍ରିକେଟ୍‌ରେ ନୈତିକ ପତନ ପାଇଁ ଭାରତକୁ ଦାୟୀ କରାଇଛନ୍ତି। ସେ ଟିମ୍‌ ଉପରେ ଏହି ଖେଳରେ ରାଜନୀତି ପଶିବାର ଅଭିଯୋଗ କରିଛନ୍ତି , କହିଛନ୍ତି - ଏହା ଦିନେ ଭଦ୍ରତା ଓ ନିରପେକ୍ଷତାର ପ୍ରତୀକ ଥିଲା। କିରମାନି କହିଛନ୍ତି , ଭାରତୀୟ ଟିମ୍‌ ଓ ବିଶ୍ୱ ସ୍ତରରେ କ୍ରିକେଟ୍‌ ଏବେ ସଙ୍କଟରେ। ସେ ଆହୁରି କହିଛନ୍ତି , ଅଶିଷ୍ଟ ବ୍ୟବହାର , ଅହଙ୍କାର ଓ ଅନାଦାର ମୈଦାନର ସରଳ ଓ ଉଚିତ୍‌ ଶିଷ୍ଟାଚାର ସ୍ଥାନ ନେଇଛି। ଏହା କେବଳ ଏସିଆ କପ୍‌ର କଥା ନୁହେଁ ,ଯାହାକୁ ଭାରତ ଜିତି ଥିଲା, ବରଂ ଏହା ଏକ ବ୍ୟାପକ ଓ ଚିନ୍ତାଜନକ ପ୍ରବୃତ୍ତିର ଅଂଶ। ମୋତେ ଆମେରିକା , ବିଟ୍ରେନ ଓ ସଂଯୁକ୍ତ ଆରବ ଏମିରେଟ୍‌ରୁ ବାର୍ତ୍ତା ଆସୁଛି , ଯେଉଁଥିରେ ପଚାରୁଛନ୍ତି , ଭାରତୀୟ ଟିମ୍‌କୁ କଣ ହୋଇ ଯାଇଛି ? ମୈଦାନରେ ଏତେ ରାଜନୀତି କାହିଁକି ହେଉଛି ? ବିଦେଶରୁ ମୋ ବନ୍ଧୁଙ୍କ ଠାରୁ ଏହି ଶବ୍ଦ ଶୁଣି ମୋତେ ଲଜ୍ଜା ଲାଗୁଛି।

କିରମାନି ସ୍ପଷ୍ଟ କରି କହିଛନ୍ତି , କ୍ରିକେଟ୍‌ରେ ରାଜନୀତିର କୌଣସି ସ୍ଥାନ ନାହିଁ। ମୈଦାନ ବାହାରେ ଯାହା କିଛି ବି ହୋଇଥାଏ ,ତାହା ବ୍ୟକ୍ତିଗତ ମହତ୍ୱାକାଂକ୍ଷା ହେଉ କିମ୍ୱା ବନ୍ୟା ରିଲିଫ୍‌ ଭଳି ଉଚିତ୍‌ କାମ , ଏହାକୁ କେବେ ବି ମୈଦାନକୁ ଆଣିବା ଉଚିତ୍‌ ନୁହେଁ।  କ୍ରିକେଟ୍‌ ରାଜନୈତିର ଫାଇଦା ହାସଲ କରିବାର ମଞ୍ଚ ନୁହେଁ। ଏହା ପ୍ରତି ଖେଳାଳି , ପ୍ରତି ଟିମ୍‌ ଓ ପ୍ରତି କ୍ରିକେଟ୍‌ ବୋର୍ଡର ଦୃଢ ବିଶ୍ୱାସ ହେବା ଉଚିତ୍‌।

କିରମାନି ଆଜିର ଭାରତୀୟ କ୍ରିକେଟ୍‌କୁ ନିଜ ସମୟ ଠାରୁ ପୂରା ଅଲଗା ପ୍ରକାରର ଦର୍ଶାଇଛନ୍ତି। ସେ କହିଛନ୍ତି , ଆମ ସମୟରେ , କ୍ରିକେଟ୍‌ ଏକ ଖେଳ ଠାରୁ ବହୁତ ଉର୍ଦ୍ଧ୍ୱରେ ଥିଲା, ଏହା ସମ୍ମାନ ଓ ଭାଇଚାରାର ପ୍ରତୀକ ଥିଲା। ପାକିସ୍ତାନୀ ଖେଳାଳି ଭାରତ ଆସୁ ଥିଲେ। ଆମେ ପାକିସ୍ତାନ ଯାଉ ଥିଲୁ। ଆମେ ପରିବାରର ହାଲଚାଲ ପଚାରୁ ଥିଲୁ , ଶୁଭେଚ୍ଛା ଜଣାଉ ଥିଲୁ। ଖୁବ୍‌ ଉତ୍ସାହର ସହ ସ୍ୱାଗତ ହେଉଥିଲା। ସେ ଦୁନିଆ ଏବେ ଆଉ ନାହିଁ। ତାହା କୁଆଡେ ହଜିଗଲା ? ​​​​​​​