LIVE TV

କ୍ଷମା ସତ୍ତ୍ୱେ ବି ତ୍ରୁଟିପୂର୍ଣ୍ଣ ଏଡିଟିଂ ପାଇଁ ବିବିସି ଉପରେ ୫ବିଲିଅନ ଡଲାର ମାମଲା କରିବେ ଟ୍ରମ୍ପ

NEWS7
suryakumar-yadav-enters-in-place-of-shreyas-iyer-team-changed-suddenly-

ୱାଶିଂଟନ ଡିସିଏକ ଭୁଲ୍ ଭିଡିଓ ଦେଖାଇ କ୍ଷମା ମାଗିବା ପରେ ବି ବ୍ରିଟିସ ମିଡିଆ ବିବିସି ବିରୁଦ୍ଧରେ ୫ ବିଲିଅନ ଡଲାରର ମାମଲା କରିବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆସନ୍ତା ସପ୍ତାହରେ ସେ ଏହି ମାମଲା କରିବେ ବୋଲି ଟ୍ରମ୍ପ କହିଛନ୍ତି। ୨୦୨୧ ଜାନୁଆରେ ୬ ତାରିଖରେ ବିବିସି ଟ୍ରମ୍ପଙ୍କର ଏକ ଭାଷଣକୁ ଭୁଲ୍ ଭାବରେ ଏଡିଟ୍ କରି ଦେଖାଇଥିଲା। ଏଥିପାଇଁ ଗଣମାଧ୍ୟମ ପୂର୍ବରୁ କ୍ଷମା ବି ମାଗି ସାରିଛି। ହେଲେ କ୍ଷତିପୂରଣ ଦେବାକୁ ମନା କରିଦେଇଥିଲା। ଯାହା ପାଇଁ ଟ୍ରମ୍ପ ବିବିସି ବିରୁଦ୍ଧରେ ୫ ବିଲିଅନ ଆମେରିକୀୟ ଡଲାର ମାମଲା କରିବେ ବୋଲି ଘୋଷଣା କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ବିବିସର ଏହି ତ୍ରୁଟି ତାଙ୍କର ପ୍ରତିଷ୍ଠାକୁ ଗଭୀର ଆଘାତ ପହଞ୍ଚାଇଛି ଓ ଏବଂ ଆର୍ଥିକ କ୍ଷତି କରିଛି। ତେଣୁ ବିବିସି ଖାଲି କ୍ଷମା ମାଗିଦେଲେ ହେବ ନାହିଁ ବୋଲି ସେ କହିଛନ୍ତି। ଟ୍ରମ୍ପଙ୍କ ଓକିଲମାନେରାଷ୍ଟ୍ରପତି ବିରୁଦ୍ଧରେ ବିବିସି କରିଥିବାତ୍ରୁଟିପୂର୍ଣ୍ଣ ଡକ୍ୟୁମେଣ୍ଟାରୀକୁ ପ୍ରତ୍ୟାହାର କରିବା,କ୍ଷମା ମାଗିବା ଏବଂ କ୍ଷତିପୂରଣ ଦେବା ପାଇଁ ଶୁକ୍ରବାର ଦିନ ସମୟସୀମା ଧାର୍ଯ୍ୟ କରିଥିଲେ।ନଚେତ୍ ସେ ୧ ବିଲିୟନ ଡଲାରରୁ କମ୍ରେ ମାମଲା ରୁଜୁ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ।

ଏହି ଧମକ ପରେ ବିବିସି ସ୍ୱୀକାର କରିଛି ଯେ ଏହି ଏଡିଟିଂ ଏକ ବୈଚାରିକ ତ୍ରୁଟି ଥିଲା ଏବଂ ସଂସ୍ଥା ଗୁରୁବାର ଟ୍ରମ୍ପଙ୍କୁ ବ୍ୟକ୍ତିଗତ କ୍ଷମା ପ୍ରାର୍ଥନା କରିଛି।କିନ୍ତୁ ମାନହାନିର କୌଣସି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ଏହା କାର୍ଯ୍ୟକ୍ରମକୁ ପୁନଃପ୍ରସାରଣ କରିବ ନାହିଁ।

ଏୟାର ଫୋର୍ସ ୱାନରେ ଭାଷଣ ଦେଇ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଥିଲେ, "ଆମେ ସେମାନଙ୍କ ବିରୁଦ୍ଧରେ ୧ ବିଲିୟନରୁ ୫ ବିଲିୟନ ଡଲାର ପର୍ଯ୍ୟନ୍ତ ମାମଲା ରୁଜୁ କରିବୁ।ହୁଏତ ଆସନ୍ତା ସପ୍ତାହରେ କୌଣସି ସମୟରେ ଆମେ ଏହି ମାମଲା କରିବୁ। ମୁଁ ଭାବୁଛି ମୋତେ ଏହା କରିବାକୁ ପଡିବ। ସେମାନେ ଠକେଇ କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି। ସେମାନେ ମୋକଥାକୁ ବଦଳାଇ ଭୁଲ୍ ଭାବେ ଏଡିଟିଂ କରିଛନ୍ତି।"

ବିବିସିର ପ୍ରମୁଖ ପାନୋରାମା କାର୍ଯ୍ୟକ୍ରମର ଅଂଶବିଶେଷ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀରେ ଟ୍ରମ୍ପଙ୍କ ଭାଷଣର ତିନୋଟି ଅଂଶକୁ ମିଶା ଯାଇଥିଲା। ଭିଡିଓରେ ଦେଖିଲା ପରେ ଏଭଳି ଲାଗୁଥିଲା ଯେମିତି ଆମେରିକାର କ୍ୟାପିଟଲରେ ହୋଇଥିବା ଦଙ୍ଗା ପାଇଁ ଟ୍ରମ୍ପ ଉସୁକାଉଛନ୍ତି। ଏହାକୁ ନେଇ ଟ୍ରମ୍ପଙ୍କ ଓକିଲମାନେ ଏହାକୁ "ମିଥ୍ୟା ଏବଂ ମାନହାନିକାରକ" ବୋଲି କହିଛନ୍ତି।

ଜିବି ନ୍ୟୁଜ୍କୁ ସାକ୍ଷାତ୍କାର ଦେଇ ଟ୍ରମ୍ପ କହିଛନ୍ତିଜିବି ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ,ଟ୍ରମ୍ପ୍ କହିଥିଲେ ଯେ ଏଭଳି ଏଡିଟିଂ ବିଶ୍ୱାସ କରିବା ଅସମ୍ଭବ। ଏବଂ ଏହାକୁ ନିର୍ବାଚନ ହସ୍ତକ୍ଷେପ ସହିତ ତୁଳନା କରି ସେ କହିଥିଲେଯେ ବିବିସି ଏକ ବଡ଼ ଆକାରରେ ମିଛ ଖବର ଦେଖାଇଥିଲା।ସେମାନେ ଭାଷଣର ଦୁଇଟି ଅଂଶକୁ ଏକାଠି କରିଥିଲେ ଯାହା ପ୍ରାୟ ଗୋଟିଏ ଘଣ୍ଟା ବ୍ୟବଧାନରେ ଥିଲା। ଗୋଟିଏ ମୋତେ ଖରାପ ବ୍ୟକ୍ତିବୋଲି ଦର୍ଶାଉଥିଲାଏବଂ ଅନ୍ୟଟି ଏକ ବହୁତ ଶାନ୍ତ ବକ୍ତବ୍ୟ ଥିଲାବୋଲି ଟ୍ରମ୍ପ କହିଥିଲେ।

ଘଟଣାକୁ ନେଇ ବିବିସି ଅଧ୍ୟକ୍ଷ ସମୀର ଶାହ ହ୍ୱାଇଟ୍ ହାଉସକୁ ବ୍ୟକ୍ତିଗତ କ୍ଷମା ପ୍ରାର୍ଥନା ପଠାଇ ଏହି ସମ୍ପାଦନାକୁ "ଭୁଲ୍" ବୋଲି କହିଛନ୍ତି। ବ୍ରିଟିଶ ସଂସ୍କୃତି ମନ୍ତ୍ରୀ ଲିସା ନନ୍ଦି ଏହି କ୍ଷମା ପ୍ରାର୍ଥନାକୁ ଉଚିତ ଓ ଆବଶ୍ୟକ ଥିଲା ବୋଲି କହିଛନ୍ତି।