କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ ସୂର୍ଯ୍ୟ କୁମାର ଯାଦବ, ପୂରଣ କଲେ ଦ୍ରୁତତମ ୪୦୦୦ ରନ୍‌

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ ୨୮।୦୪: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ଆଇପିଏଲ ୨୦୨୫ରେ ବହୁତ ଭଲ ଫର୍ମରେ ଅଛନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ଏକ ବିସ୍ଫୋରକ ଇନିଂସ ମଧ୍ୟ ଖେଳିଥିଲେ। ସୂର୍ଯ୍ୟକୁମାର ଯାଦବ ସିଜିନର ୪୫ତମ ମ୍ୟାଚ୍‌ରେ ଲକ୍ଷ୍ନୌ ଟିମ୍‌ ବିପକ୍ଷରେ ୨୮ ବଲ୍‌ରେ ୫୪ ରନ୍‌ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ। 

ଏହି ଇନିଂସ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଆଇପିଏଲ କ୍ୟାରିୟରରେ ୪୦୦୦ ରନ ମଧ୍ୟ ପୂରଣ କରିଥିଲେ । ଏହା ସହିତ ସେ ଇତିହାସ ମଧ୍ୟ ସୃଷ୍ଟି କରିଥିଲେ। ବଲ୍ ଦୃଷ୍ଟିରୁ ସୂର୍ଯ୍ୟକୁମାର ଯାଦବ ଆଇପିଏଲରେ ଦ୍ରୁତତମ ୪୦୦୦ ରନ୍ ପୂରଣ କରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ସୁରେଶ ରାଇନାଙ୍କ ନାଁରେ ରହିଥିଲା। 

ସୂର୍ଯ୍ୟକୁମାର ଯାଦବ ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ୨୭୧୪ ବଲ୍ ନେଇଥିଲେ । ସେହିପରି ସୁରେଶ ରାଇନା ୨୮୮୧ ବଲରେ ୪୦୦୦ ଆଇପିଏଲ ରନ ପୂରଣ କରିଥିଲେ। ସୂର୍ଯ୍ୟକୁମାର ଯାଦବ ଚଳିତ ସିଜିନରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛନ୍ତି ଏବଂ ସମସ୍ତ ମ୍ୟାଚ୍‌ରେ ୨୫ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି । 

ଏହା ପୂର୍ବରୁ କେବଳ ରବିନ ଉତ୍ଥାପା ଆଇପିଏଲରେ ଏହି କୃତିତ୍ୱ ହାସଲ କରିପାରିଥିଲେ। ସୂର୍ଯ୍ୟକୁମାର ଯାଦବ ଚଳିତ ସିଜିନରେ ୪୨୭ ରନ କରିଛନ୍ତି । ଏହା ସହିତ ସେ ଅରେଞ୍ଜ କ୍ୟାପ୍ ଦୌଡ଼ରେ ମଧ୍ୟ ଆଗରେ ରହିଛନ୍ତି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.