ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ, ଗ୍ରହମାନଙ୍କର ରାଜା ବୋଲି ବିଶ୍ବାସ ରହିଛି। ୨୦୨୬ ଏପ୍ରିଲ ୧୪ ଠାରୁ ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ପ୍ରବେଶ କରିବେ। ମେଷ ସୂର୍ଯ୍ୟଙ୍କ ଉଚ୍ଚ ରାଶି ମଧ୍ୟ। ଏଥିପାଇଁ ମେଷ ରାଶିକୁ ସୂର୍ଯ୍ୟଙ୍କ ଆଗମନ, ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଶୁଭଫଳଦାୟୀ ବୋଲି ବିଶ୍ବାସ କରାଯାଏ। ଏହି ଗୋଚରକୁ ମେଷ ସଂକ୍ରାନ୍ତି ଭାବରେ ମଧ୍ୟ ପାଳନ କରାଯାଏ। ଏହା ସୌର ନବବର୍ଷର ଆରମ୍ଭର ପ୍ରତୀକ।

ମେଷ ରାଶିରେ ସୂର୍ଯ୍ୟ: ବଢ଼ିବ ମାନ- ସମ୍ମାନ

ସୂର୍ଯ୍ୟ ଯେତେବେଳେ ନିଜ ଉଚ୍ଚ ରାଶିକୁ ଆସନ୍ତି, ସେତେବେଳେ ଜାତକର ସାହସ, ଆତ୍ମବିଶ୍ବାସ ଏବଂ ନେତୃତ୍ବ କ୍ଷମତାରେ ଦ୍ରୁତ ବୃଦ୍ଧି ହୋଇଥାଏ। ଏପ୍ରିଲ ୧୪ରୁ ଆରମ୍ଭ ହେଉଥିବା ଏହି ଗୋଚର ପ୍ରଶାସନିକ ସେବା, ରାଜନୀତି ଏବଂ ପ୍ରବନ୍ଧନ ସହ ଜଡ଼ିତ ଲୋକଙ୍କ ପାଇଁ ବିଶେଷ ଲାଭକାରୀ ହେବ। ଏହି ସମୟରେ ସମାଜରେ ଆପଣଙ୍କର ପ୍ରଭାବ ବଢ଼ିବ। ସରକାରୀ କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ।

Also Read: ହିନ୍ଦୁ ଦେବାଦେବୀଙ୍କ ରଙ୍ଗ କାହିଁକି ନୀଳ, କ'ଣ ଏହା ପଛରେ କାରଣ ହୋଇପାରେ ?

ଚମକିବ ଭାଗ୍ୟ ଏହି ୪ ରାଶିଙ୍କ

ମେଷ ରାଶି: ରାଶିରେ ସୂର୍ଯ୍ୟ ଲଗ୍ନ ଭାବରେ ପ୍ରବେଶ କରୁଛନ୍ତି। ଏହାଦ୍ବାରା ବ୍ୟକ୍ତିତ୍ବରେ ଉନ୍ନତି ହେବ। ନୂଆ ଚାକିରି ପ୍ରସ୍ତାବ ମିଳିପାରେ।

ମିଥୁନ ରାଶି: ରାଶିର ୧୧ତମ ଭାବରେ ସୂର୍ଯ୍ୟଙ୍କ ଗୋଚର ଆୟର ନୂଆ ସ୍ରୋତ ଖୋଲିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବଡ଼ ଭାଇ-ଭଉଣୀଙ୍କ ସହଯୋଗ ମିଳିବ।

ସିଂହ ରାଶି: ସୂର୍ଯ୍ୟ ଆପଣଙ୍କ ଭାଗ୍ୟ ସ୍ଥାନରେ ଗୋଚର କରିବେ। ବିଦେଶ ଯାତ୍ରାର ଯୋଗ ସୃଷ୍ଟି ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଲମ୍ବା ସମୟରୁ ଅଟକି ରହିଥିବା କାମ ପୁଣି ଆରମ୍ଭ ହେବ।

ଧନୁ ରାଶି: ଶିକ୍ଷା ଏବଂ ସନ୍ତାନ କ୍ଷେତ୍ରରେ ଶୁଭ ସମାଚାର ମିଳିବ। ଯଦି ଆପଣ କୌଣସି ପ୍ରତଯୋଗିତାମୂଳକ ପରୀକ୍ଷାରେ ପ୍ରସ୍ତୁତି କରୁଛନ୍ତି। ତେବେ ସଫଳତା ମିଳିବାର ସମ୍ଭାବନା ରହିଛି।

କ୍ୟାରିୟର ଏବଂ ବାଣିଜ୍ୟ ଉପରେ କ’ଣ ହେବ ପ୍ରଭାବ ?

ମେଷ ରାଶିକୁ ସୂର୍ଯ୍ୟଙ୍କ ପ୍ରବେଶ ଫଳରେ ବ୍ୟବସାୟ ପାଇଁ ନୂଆ ଅବସର ଆସିବ। ବିଶେଷ କରି ଯେଉଁମାନେ ସୁନା, ତମ୍ବା ଏବଂ ଶସ୍ୟ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବଡ଼ ଲାଭ ହୋଇପାରେ। ଚାକିରିରେ ଥିଲେ ପଦୋନ୍ନତି ଏବଂ ନୂଆ ଦାୟିତ୍ବ ମିଳିପାରେ। ଅବଶ୍ୟ ସୂର୍ଯ୍ୟଙ୍କ ପ୍ରଭାବରେ ସ୍ବଭାବରେ କିଛି ଅହଙ୍କାର ଆସିପାରେ। ଯେଉଁଥିରୁ ବର୍ତ୍ତିବା ପାଇଁ ପରାମର୍ଶ ଦିଆଯାଉଛି।

ଶୁଭ ଫଳ ପ୍ରାପ୍ତି ଉପାୟ

ସୂର୍ଯ୍ୟଙ୍କ ଏହି ଗୋଚରର ଅଧିକ ଲାଭ ପାଇଁ ନିୟମିତ ଭାବରେ ‘ଆଦିତ୍ୟ ହୃଦୟ ସ୍ତୋତ୍ର’ ପାଠ କରନ୍ତୁ। ପ୍ରତିଦିନ ସକାଳେ ତମ୍ବା ଢାଳରେ ଜଳ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।