ସନରାଇଜର୍ସ ହାଇଦ୍ରାବାଦ ପାଖରେ ଇତିହାସ ରଚିବାର ସୁଯୋଗ, IPLରେ ଏପରି କରିବାରେ ହୋଇପାରନ୍ତି ଦ୍ୱିତୀୟ ଟିମ୍

Published By : Prameya-News7 Bureau | May 26, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଶେଷ ମୁକାବିଲା ଖେଳାଯିବ । ଏହି ସିଜିନର ଶେଷ ମୁକାବିଲା ଚେନ୍ନାଇର ଚେପକ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ସନରାଇଜର୍ସ ପାଖରେ ଇତିହାସ ରଚିବାର ସୁଯୋଗ ରହିବ । ଯଦି ସେ ଏହି ମ୍ୟାଚ୍‌କୁ ଜିତିବାରେ ସଫଳ ହୁଅନ୍ତି ତେବେ ଆଇପିଏଲ୍ ଇତିହାସରେ ଏପରି କାରନାମା କରିବେ ଯାହା ଏହା ପୂର୍ବରୁ କେବଳ ମୁମ୍ୱାଇ ଇଣ୍ଡିଆନ୍ସ ହିଁ କରିବାରେ ସଫଳ ହୋଇଛି ।

ସନରାଇଜର୍ସ ହାଇଦ୍ରାବାଦକୁ ଚଳିତ ସିଜିନରେ କ୍ୱାଲିଫାୟାର-୧ରେ ପରାଜୟ ସାମନା କରିବାକୁ ପଡ଼ିଥିଲା । ଏହାପରେ କ୍ୱାଲିଫାୟାର-୨ରେ ହାଇଦ୍ରାବାଜ ବାଜି ମାରିଥିଲା ଏବଂ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ଯଦି ଏସଆରଏଚ୍ ଫାଇନାଲରେ ବିଜୟ ହାସଲ କରେ ତେବେ ଆଇପିଏଲର ଦ୍ୱିତୀୟ ଟିମ ହେବ ଯିଏ କ୍ୱାଲିଫାୟାର-୧ରେ ହାରିବା ପରେ ବି ଚାମ୍ପିୟନ ହେବ । ଏହା ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସ ହିଁ ଏପରି କରିବାରେ ସଫଳ ହୋଇଥିଲା ।  

ସନରାଇଜର୍ସ ହାଇଦ୍ରାବା ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ୧୧ ମୁକାବିଲା ଖେଳିଛି ଯେଉଁଥିରୁ ସେ ୮ ମ୍ୟାଚରେ ପରାଜୟ ସାମନା କରିଛି । କେବଳ ୨ଟି ମ୍ୟାଚରେ ବିଜୟୀ ହୋଇଛି । ତେବେ ଚେପକ ଷ୍ଟାଡିୟମରେ ଆଇପିଏଲର ଚଳିତ ସିଜିନର ଦ୍ୱିତୀୟ କ୍ୱାଲିଫାୟାର ଖେଳାଯାଇଥିଲା, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଟିମ ବିଜୟ ହାସଲ କରିବାରେ ସଫଳ ହୋଇଥିଲା, କିନ୍ତୁ ଏହା ସତ୍ତ୍ୱେ ବି ଟିମର ରେକର୍ଡ ଏହି ମୈଦାନରେ ଭଲ ନାହିଁ ।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.