ମୋଦି ସରକାର ବିରୋଧରେ ଅଣଦେଖା ଅଭିଯୋଗ ଆଣିଲେ ମମତା ବାନାର୍ଜୀ, କହିଲେ-ଭୋଟ ବେଳେ ମନେପଡେ ‘ସୋନାର ବାଂଲା’

NEWS7
sunita-williams-butch-wilmore-survived-for-9-months-

କୋଲକାତା ୨୪।୨: କେନ୍ଦ୍ର ମନ୍ତ୍ରୀମଣ୍ଡଳ ୨୪ ଫେବୃଆରୀ ମଙ୍ଗଳବାର କେରଳ ନାମ ବଦଳାଇ ‘କେରଳମ’ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଓ ବେଙ୍ଗଲ ସହିତ ପାତର ଅନ୍ତର କରୁଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବେଙ୍ଗଲ ବିଧାନସଭା ରାଜ୍ୟର ନାମ ‘ବାଂଲା’ କରିବା ପାଇଁ ୨ ଥର ପ୍ରସ୍ତାବ ପାରିତ କରିଛନ୍ତି। ହେଲେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଏଥି ପ୍ରତି ଧ୍ୟାନ ମଧ୍ୟ ଦେଇ ନାହାନ୍ତି। ହେଲେ କେରଳରେ ବିଜେପି ଓ ସିପିଆଇଏମ ମଧ୍ୟରେ ବଢୁଥିବା ରାଜନୈତିକ ସମୀକରଣ ଯୋଗୁ ନାମ ବଦଳାଇବା ଏବେ ସହଜ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ‘ୱେଷ୍ଟ ବେଙ୍ଗଲର’ ନାମ ‘W’ରୁ ଆରମ୍ଭ ହେଉଛି। ଏଣୁ ବଙ୍ଗଳାର ଛାତ୍ରଛାତ୍ରୀ ଓ ନେତାଙ୍କୁ ସାକ୍ଷାତକାର ହେଉ ଅଥବା କୌଣସି ବୈଠକ ସଭା ଶେଷରେ ସୁଯୋଗ ମିଳୁଛି। ମମତା ଅଭିଯୋଗ କରିଛନ୍ତି ଯେ ବିଜେପି ‘ବଙ୍ଗାଳୀ’ଙ୍କ ଭାବନାକୁ ସମ୍ମାନ କରେନି, କେବଳ ନିର୍ବାଚନ ସମୟରେ ‘ବାଂଲା’ ଶବ୍ଦକୁ ଜବୁଡିଧରେ। ତେବେ ମମତା ସତର୍କ କରିଦେଇଛନ୍ତି, କହିଛନ୍ତି ଦିନେ ନା ଦିନେ କେନ୍ଦ୍ରରେ ସରକାର ବଦଳିବ ଓ ଆମେ ଆମର ରାଜ୍ୟର ନାମ ନିଶ୍ଚେ ବଦଳାଇବୁ।

ପଶ୍ଚିମବଙ୍ଗ ଶାସନରେ ତୃଣମୂଳ କଂଗ୍ରେସ (ଟିଏମସି) ଯେବେଠୁ ଆସିଲାଣି ସେବେଠୁ ରାଜ୍ୟର ନାମ ବଦଳାଇବାକୁ ଦାବି କରି ଆସୁଛି। ଗତମାସରେ ରାଜ୍ୟସଭାର ଶୂନ୍ୟକାଳରେ ଟିଏମସି ସାଂସଦ ରୀତାବ୍ରତ ବାନାର୍ଜୀ ଏହି ପ୍ରସଙ୍ଗ ଉଠାଇଥିଲେ। ସେ ପଶ୍ଚିମବଙ୍ଗ ନାମ ବଦଳାଇ ବାଂଲା କରିବାକୁ ଦାବି କରି କହିଥିଲେ ଏହି ନାମ ରାଜ୍ୟର ଇତିହାସ ଓ ସଂସ୍କୃତିକୁ ପ୍ରଦର୍ଶିତ କରୁଛି। ସେ କହିଥିଲେ ଯେ ୱେଷ୍ଟ ବେଙ୍ଗଲ ବିଧାନସଭା ୨୦୧୮ ମସିହାରେ ସର୍ବସମ୍ମତିରେ ରାଜ୍ୟର ନାମ ବଦଳାଇବାକୁ ପ୍ରସ୍ତାବ ଗୃହୀତ କରିଥିଲା, ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳି ନାହିଁ।

ଟିଏମସି ସାଂସଦଙ୍କ ଅନୁସାରେ ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ମଧ୍ୟ ଲେଖିଥିଲେ। ୨୦୧୧ରେ ରାଜ୍ୟରେ ଟିଏମସି ସରକାରକୁ ଆସିବା ପରେ କେନ୍ଦ୍ରକୁ ରାଜ୍ୟର ନାମ ପରିବର୍ତ୍ତନ ଲାଗି ପରାମର୍ଶ ଦେଇଥିଲା। ଏହା ପରେ ସେ ରାଜ୍ୟର ନାମ ‘ବୋଙ୍ଗୋ’ ନଚେତ ‘ବାଂଲା’ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ କେରଳ ରାଜ୍ୟର ନାମ ବଦଳାଇ କେରଳମ କରିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।

କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳ (ନାମ ପରିବର୍ତ୍ତନ) ବିଧେୟକକୁ ଭାରତର ସମ୍ବିଧାନ ଅନୁଚ୍ଛେଦ ୩ ପ୍ରାବଧାନ ଅନୁସାରେ ବିଚାର ବ୍ୟକ୍ତ କରିବା ପାଇଁ କେରଳ ରାଜ୍ୟ ବିଧାନସଭାକୁ ପଠାଇବେ। କେରଳ ବିଧାନସଭା ୨୪ ଜୁନ ୨୦୧୪ରେ କେରଳର ନାମ ବଦଳାଇ କେରଳମ କରିବାକୁ ପ୍ରସ୍ତାବ ଗୃହୀତ କରିଥିଲା। ଏହି ପ୍ରସ୍ତାବରେ ଏବେ କେନ୍ଦ୍ରର ମୋହର ଲାଗିଛି।

ଏହା ବି ପଢନ୍ତୁ :-କେରଳନ୍ ଓ କେରଲାଇଟ୍ ଶବ୍ଦର କ’ଣ ହେବ ? କେରଳର ନାମ ପରିବର୍ତ୍ତନ ପରେ ଚର୍ଚ୍ଚାରେ ଶଶି ଥରୁରଙ୍କ ଟ୍ବିଟ୍