କଂଗ୍ରେସ ସାଂସଦଙ୍କୁ କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ, ବିମାନରେ ଅସୁବିଧା ଭୋଗିଥିଲେ ନେତା

NEWS7
sunita-williams-butch-wilmore-survived-for-9-months-

ନୂଆଦିଲ୍ଲୀ, ୧୬/୧୨:କଂଗ୍ରେସ ସାଂସଦଙ୍କୁ କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ । ବିମାନରେ ଯାତ୍ରା ସମୟରେ ସାମ୍ନା କରିଥିବା ଅସୁବିଧା ଘଟଣାରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳଙ୍କୁ ବିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ୟାମ୍ପବେଲ୍ ଓ୍ୱିଲସନ୍ କ୍ଷମା ମାଗିଛନ୍ତି ।

ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ସମେତ ଅନ୍ୟ କିଛି ସାଂସଦ ଥିରୁବନ୍ତପୁରମରୁ ଦିଲ୍ଲୀ ଯାତ୍ରା କରୁଥିଲେ । ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବା ବେଳେ ସାଂସଦମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ଏହି ପ୍ରସଙ୍ଗ ସଂସଦରେ ଉଠିଥିଲା ।

ଲୋକସଭା ବାଚସ୍ପତି କଂଗ୍ରେସ ସାଂସଦଙ୍କ ଅଭିଯୋଗକୁ ଗୁରୁତର ସହ ନେଇଥିଲେ । ଯାହା ପରେ ଏୟାର ଇଣ୍ଡିଆର ସିଇଓଙ୍କ ସହ ଅନ୍ୟ ଅଧିକାରୀଙ୍କୁ ମାମଲାରେ ନୋଟିସ କରାଯାଇଥିଲା । ସାଂସଦ କିମ୍ବା ସାଧାରଣ ଲୋକଙ୍କ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ବାଚସ୍ପତି ରୋକଠୋକ ଶୁଣାଇଥିଲେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସମସ୍ତ ଅଭିଯୋଗକୁ ଏୟାର ଇଣ୍ଡିଆ ମିଛ ବୋଲି କହିଥିଲା । ଯାହା ପରେ ସଂସଦରେ ବିଶେଷାଧିକାର ହନନ ନୋଟିସ ଆଗତ ହୋଇଥିଲା । ଶେଷରେ କମ୍ପାନୀ ମୁଣ୍ଡ ନୁଆଁଇଛି । କମ୍ପାନୀର ସିଇଓ ଘଟଣାକୁ ନେଇ କ୍ଷମା ମାଗିଛନ୍ତି । ବିମାନ କର୍ତ୍ତୃପକ୍ଷ ନିଜ ଭୁଲ ସ୍ୱିକାର କରିବା ସହ ଭବିଷ୍ୟତରେ ଯେପରି ସମାନ ଘଟଣାର ପୁନରାବୃତ୍ତି ନହୁଏ ସେଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି ।