ଲେବାନନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

NEWS7
sumit-challenged-sdjm-verdict-in-district-court

ତେହେରାନ, ୦୩ /୦୩: ଲେବାନନ୍ ଉପରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍) ସୋମବାର ଜୋରଦାର ଏୟାରଷ୍ଟ୍ରାଇକ କରିଛି। ଏଥିରେ ହିଜବୁଲ୍ଲାର ସଂସଦୀୟ ଶାଖା ମୁଖ୍ୟ ମହମ୍ମଦ ରାଦଙ୍କ ସମେତ ମୋଟ ୩୧ ଜଣ ପ୍ରାଣ ହରାଇଛନ୍ତି। ୧୪୯ ଜଣ ଆହତ ହୋଇଛନ୍ତି। ଇରାନକୁ ସମର୍ଥନ କରି ହିଜବୁଲ୍ଲା ପକ୍ଷରୁ ଉତ୍ତର ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ଼ କରାଯାଇଥିଲା। ଏହାର ଜବାବରେ ଆଇଡିଏଫ୍ ଘନଘନ ମିସାଇଲ ମାଡ଼ କରି ଲେବାନନକୁ ଅଣନିଃଶ୍ଵାସୀ କରି ପକାଇଛି।

ଆକ୍ରମଣରେ ବିରୁଟ ଓ ଦକ୍ଷିଣ ଲେବାନନରେ ଥିବା ଉଗ୍ରବାଦୀ ଗୋଷ୍ଠୀ ହିଜବୁଲ୍ଲାର ଅନେକ ଆଡ୍ଡା ଧ୍ୱଂସ ହୋଇଯାଇଛି। ବିରୁଟରେ ଅନେକ ଉଗ୍ରବାଦୀଙ୍କର ନିପାତ ହୋଇଥିବା ଆଇଡିଏଫ୍ ଦାବି କରିଛି । ଗତ ରବିବାର ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ହୋଇଥିଲା। ତେଲ୍ ଆଭିଭରେ ମିସାଇଲ ପଡ଼ିଥିଲା। ଏହାଛଡ଼ା ଜେରୁଜେଲମ ଉପରେ ମଧ୍ୟ ମିସାଇଲ ଦ୍ବାରା ଆକ୍ରମଣ ହୋଇଥିଲା। ୱେଷ୍ଟ ବ୍ୟାଙ୍କ ଉପରେ ଇରାନୀ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଇସ୍ରାଏଲ୍ର ଜନବସତି ଅଞ୍ଚଳରେ ହୋଇଥିବା ଏହି ହମଲାକୁ ଇରାନର ହିଜବୁଲ୍ଲା ଆତଙ୍କବାଦୀଙ୍କ ପାଲଟା ଆକ୍ରମଣ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଆଇଡିଏଫର ଭୀଷଣ ହମଲା ପରେ ଲେବାନନ୍ ସରକାର ଏହାକୁ କଡ଼ା ନିନ୍ଦା କରିଛନ୍ତି। ତେବେ ଅଧିକ ଆକ୍ରମଣ କରିବା ପାଇଁ ଆଇଡିଏଫ୍ କହିବା ପରେ ଲେବାନନ୍ ସରକାର ହିଜବୁଲ୍ଲା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହିଜବୁଲ୍ଲାର ସମସ୍ତ ସାମରିକ କାର୍ଯ୍ୟକଳାପକୁ ସରକାର ନିଷିଦ୍ଧ କରିଛନ୍ତି। ତତସହିତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସରକାରଙ୍କ ନିକଟରେ ସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଲେବାନନର ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ କହିଛନ୍ତି, ହିଜବୁଲ୍ଲାର ସାମରିକ କାର୍ଯ୍ୟକଳାପ ଉପରେ ତତ୍କାଳ ରୋକ୍ ଲଗାଯାଇଛି। ସରକାର ଇସ୍ରାଏଲ ସହ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ।

ଉଲ୍ଲେଖଯୋଗ୍ୟ, ଇରାନର ସୁପ୍ରିମ ଲିତର ଆୟତୋଲହା ଅଲ୍ଲୀ ଖାମେନିଙ୍କୁ ହତ୍ୟା କରଯିବା ପରେ ହିଜବୁଲ୍ଲା କ୍ରୋଧାନ୍ୱିତ ହୋଇଥିଲା। ଇସ୍ରାଏଲକୁ ଏହାର ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବା ନେଇ ଏହା ଚେତାବନୀ ଦେଇଥିଲା।