PEO ଜିତେନ୍ଦ୍ର ଜେନାଙ୍କୁ ବାନ୍ଧିଲା ଭିଜିଲାନ୍ସ, ଚଢାଉରେ ମିଳିଥିଲା ୬ଟି ଫ୍ଲାଟ୍‌ ଏବଂ ୩୪ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା

NEWS7
sumit-challenged-sdjm-verdict-in-district-court

ଭୁବନେଶ୍ୱର ୩୧।୧୨ : ପିଇଓ ଜିତେନ୍ଦ୍ର ଜେନା ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ମଙ୍ଗଳବାର ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କ ଏକାଧିକ ସ୍ଥାନରେ ଚଢାଉ କରିଥିଲା ।

ମଙ୍ଗଳବାର ଭିଜିଲାନ୍ସ ଟିମ୍ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ଭିଜିଲାନ୍ସ ଟିମକୁ ଅନେକ ପରିମାଣର ସଂପତ୍ତିର ସଂପର୍କରେ ସୁରାକ୍ ମିଳିଥିଲା । ଯେଉଁଥିରେ ତିନି ମହଲା କୋଠା, ମାର୍କେଟ କଂପ୍ଲେକ୍ସ ମିଳିଥିଲା । ଏହାସହ ୬ଟି ଫ୍ଲାଟ୍ ଏବଂ ୩୪ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ମଧ୍ୟ ମିଳିଥିଲା । ତେବେ ମଙ୍ଗଳବାର ଦିନ ତମାମ ଭିଜିଲାନ୍ସ ଟିମ ଚଢାଉ ଜାରି ରହିଥିଲା । ଶେଷରେ ବୁଧବାର ଦିନ ପିଇଓ ଜିତେନ୍ଦ୍ର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ପିଇଓଙ୍କୁ ଗିରଫ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।