ବଜାରରେ ଲୋକଙ୍କ ଭିଡ଼ରେ ଆଖିବୁଜା ଗୁଳିମାଡ଼ କଲା ସୁଡାନ ଅର୍ଦ୍ଧ ସାମରିକ ବଳ: ୫୪ ମୃତ୍ୟୁ, ୧୫୮ ଆହତ

Published By : Prameya-News7 Bureau | February 01, 2025 IST

INTERNET

ନୂଆଦିଲ୍ଲୀଗୃହ ଯୁଦ୍ଧରେ ଫସିଥିବା ସୁଡାନରେ ପୁଣି ନରସଂହାର। ସୁଡାନ ପାରାମିଲିଟାରି ରାପିଡ୍ ସପୋର୍ଟ ଫୋର୍ସ ଆକ୍ରମଣରେ ୫୪ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।  ଘଟଣାରେ ୧୫୮ ଜଣ ଲୋକ ଆହତ ହୋଇଛନ୍ତି। ଓମଦୁରମାନ ସହରରେ ସର୍ବିନ ମାର୍କେଟ୍‌ରେ ଏହି ଗୁଳି କାଣ୍ଡ ଘଟିଥିବା ସୁଡାନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। 

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛି ଆର୍‌ଏସଏଫ୍। ଏକ ବିବୃତ୍ତି ଜାରି କରି ଆର୍‌ଏସଏଫ୍ କହିଛି ଯେ ଆମ ସେନା ବଜାରରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ନାହିଁ ବରଂ ସୁଦାନ ଆର୍ମିର ଯବାନ ଏହି ଆକ୍ରମଣ କରିଛି। ସୁଡାନରେ ବର୍ତ୍ତମାନ ସେନା ଓ ଆର୍‌ଏସଏଫ୍ ମଧ୍ୟରେ କ୍ଷମତା ଦଖଲ ପାଇଁ ଲଢ଼େଇ ଜାରି ରହିଛି। ଏହି ରାକ୍ତାକ୍ତ ସଂଘର୍ଷରେ ୨୮,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଘର ଛାଡିବାକୁ ବାଧ୍ୟ କରାଯାଇଛି ଏବଂ ଦେଶର କିଛି ସ୍ଥାନରେ ଦୁର୍ଭିକ୍ଷ ଯୋଗୁଁ କିଛି ପରିବାର ବଞ୍ଚିବା ପାଇଁ ଘାସ ଖାଉଛନ୍ତି।

ଜାତିସଂଘ ଏବଂ ଅଧିକାର ଗୋଷ୍ଠୀଗୁଡ଼ିକ ଅନୁଯାୟୀ, ଯୁଦ୍ଧରେ ଜାତିଗତ ଭାବରେ ପ୍ରେରିତ ହତ୍ୟା ଏବଂ ବଳାତ୍କାର ସମେତ ନିଷ୍ଠୁର ଅତ୍ୟାଚାର ହୋଇଛି। ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ବର୍ତ୍ତମାନ ଭୋକରେ ରହିଛନ୍ତି। ସେଠାରେ ଖାଦ୍ୟ ସଂକଟ ଦେଖା ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.