କମିଶନରେଟ୍ ପୋଲିସକୁ ସଫଳତା, ତିନି ବ୍ରାଉନସୁଗର ବେପାରୀ ଗିରଫ

Published By : Prameya-News7 Bureau | January 13, 2025 IST

File

ଭୁବନେଶ୍ୱର: ବ୍ରାଉନସୁଗର କାରବାର ମାମଲାରେ କମିଶନରେଟକୁ ବଡ଼ ସଫଳତା ମିଳିଛି । ଧଳ ଜହର ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ତିନି ଜଣଙ୍କୁ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ । ସ୍ପେଶାଲ ସ୍କ୍ୱାର୍ଡ ଏବଂ ସହିଦ ନଗର ଥାନା ପୋଲିସର ମିଳିତ ଚଢ଼ଉରେ ଏହି ସଫଳତା ମିଳିଛି । 

ସହିଦ ନଗର ଥାନା ଅଞ୍ଚଳରେ ସେଫ୍ ସିଟି ଡ୍ରାଇଭ୍ ଜରିଆରେ ହୋଇଛି ରେଡ୍ । ବ୍ରାଉନସୁଗର ଡିଲ୍ ହେଉଥିବା ଖବର ପାଇ ଉଭୟ ସ୍ପେଶଲ୍ ସ୍କ୍ୱାର୍ଡ ଓ ସହିଦ ନଗର ଥାନା ପୋଲିସ ଦ୍ୱାରା ମିଳିତ ଚଢାଉ କରାଯାଇଥିଲା । ରେଡ୍ ବେଳେ ତିନିଜଣ ବେପାରୀଙ୍କ ଠାରୁ ୨୧ଗ୍ରାମ ବ୍ରାଉନସୁଗର ସହ ନଗଦ ୩୮ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଯୁବକ ହେଲେ ଦିଲୀପ ସେଠୀ, ଜିତୁନ କୁମାର ସେଠୀ, ସର୍ବେଶ୍ଵର ବେହେରା । ଜବତ୍ ଧଳା ଜହରର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି । ଏହାସହ କମିଶନରେଟ୍  ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଛି ।

Also Read: ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ମହିଳା, ଷ୍ଟେସନରେ ଧରିଲା ଅବକାରୀ ବିଭାଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.