News7 Logo

ସୁଭଦ୍ରାରୁ ବାଦ୍ ପଡ଼ିବେ ଧନୀ ମହିଳା, ହିତାଧିକାରୀଙ୍କ ତଥ୍ୟ ମାଗିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ

NEWS7
subhadra meeting

ଭୁବନେଶ୍ୱର ୧୦/୦୯: ବୁଧବାର ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍‌ ପଡିବେ ଧନୀ ମହିଳା । ତିନି ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ତଥ୍ୟ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା ।

ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ୩ ବିଭାଗ ରିପୋର୍ଟ ଆଧାରରେ ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ । ଏଥିସହ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡିବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ । ତିନି ବିଭାଗ ରିପୋର୍ଟ ଆଧାରରେ ବସିବ ସୁଭଦ୍ରା ସମୀକ୍ଷା ବୈଠକ । ଏହାସହ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବା ନେଇ ହୋଇପାରେ ନିଷ୍ପତ୍ତି ।