ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେଜ ଛାତ୍ରୀଙ୍କ ବିକ୍ଷୋଭ, ପରୀକ୍ଷା ବାତିଲ ପାଇଁ କଲେ ଦାବି

Published By : Prameya-News7 Bureau | April 26, 2024 IST

ଢେଙ୍କାନାଳ ୨୬।୪: ଦିନକୁ ଦିନ ବଢି ଚାଲିଛି ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । କହିବାକୁ ଗଲେ ଢେଙ୍କାନାଳରେ ନିଆଁ ବର୍ଷୁଛି । ଫଳରେ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାରେ ପଡି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏପରିସ୍ଥଳେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଆଗାମୀ ୩୦ ତାରିଖରୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ପରୀକ୍ଷା ନେଇ ବିରୋଧ କରିଛନ୍ତି କଲେଜ ଛାତ୍ରୀ । ପରୀକ୍ଷାକୁ ବାତିଲ କରିବା ଦାବିରେ ଆଜି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛାତ୍ରୀମାନେ ପ୍ରତିବାଦ କରିବାକୁ ଯାଇ ହାତରେ ପ୍ଲା କାର୍ଡ ଧରି କଲେଜ ଠାରୁ ଏକ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏ ସମ୍ପର୍କରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ପରୀକ୍ଷା ସାମୟିକ ଭାବେ ପରୀକ୍ଷା ବାତିଲ ପାଇଁ   ଦାବି କରିଛନ୍ତି ଛାତ୍ରୀ ।

 You Can Read :

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, 'ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରି ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ'

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.