News7 Logo

ମହାକାଶରେ ଫସି ଯାଇଛି, ଅକ୍ସିଜେନ ଶେଷ ହେବାରେ ଲାଗିଛି ; ପ୍ଲିଜ୍ ... ଶୀଘ୍ର ଟଙ୍କା ପଠାଅ

NEWS7
-

ନୂଆଦିଲ୍ଲୀ –ଟେକ୍ନୋଲଜି ଯେତିକି ଯେତିକି ବଢି ଚାଲିଛି, ସେତିକି ସେତିକି ସ୍କାମ୍‌ ମଧ୍ୟ ବଢିବାକୁ ଲାଗିଛି। ସାଇବର ଫ୍ରଡ୍ ମାମଲା ଖବର ପ୍ରତିଦିନି ଶୁଣିବାକୁ ମିଳୁଛି। ଜାପାନରେ ଜଣେ ମହିଳାଙ୍କ ସହ ହୋଇଥିବା ଏକ ଅଜବ ସ୍କାମ୍ର ମାମଲା ସାମ୍ନାକୁ ଆସିଛି। ଏଥିରେ ବ୍ୟକ୍ତି ନିଜକୁ ମହାକାଶଚାରୀ କହି ବିଶ୍ୱାସ ଜନ୍ମାଇ ଥିଲେ ଯେ , ସେ ସ୍ପେସ୍‌କ୍ରାଫ୍ଟରେ ଫସି ଯାଇଛନ୍ତି , ଏବଂ ତାଙ୍କ ଉପରେ ଆକ୍ରମଣ ହୋଇ ଯାଇଛି। ତାଙ୍କର ଅକ୍ସିଜେନ୍‌ ଶେଷ ହେବାରେ ଲାଗିଛି। ଏହି ସ୍ଥିତିରେ ତାଙ୍କୁ ତୁରନ୍ତ ଟଙ୍କାର ଆବଶ୍ୟକ ରହିଛି, ଯାହାକି ତାଙ୍କୁ ପଠାଇଲେ ଅକ୍ସିଜେନ କିଣି ପାରିବେ।

ମହିଳା ଜଣଙ୍କ ସଂପୃକ୍ତି ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ଗଲେ ଏବଂ ଟଙ୍କା ମଧ୍ୟ ପଠାଇ ଦେଲେ, କିନ୍ତୁ ପରେ ସେ ଆଭାସ ପାଇଲେ ଯେ, ସେ ସାଇବର ଠକେଇର ଶିକାର ହୋଇଛନ୍ତି।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ,ପେନସନ ପାଉଥିବା ବୟସ୍କ ମହିଳା ସୋପ୍ପୋରୋଙ୍କ ସାକ୍ଷାତ୍‌ ବ୍ୟକ୍ତିଙ୍କ ସୋସିଆଲ ମିଡ଼ିଆରେ ହୋଇଥିଲା। ସେ କହିଥିଲେ ଯେ , ସେ ପୃଥିବୀକୁ ଚକ୍କର ଲଗାଉ ଥିବା ଏକ ମହାକାଶ ଯାନରେ ବସିଛନ୍ତି।ସେ ତୁରନ୍ତ ମହିଳାଙ୍କୁ ବିଶ୍ୱାସ ଜନ୍ମାଇଲେ ଯେ,ତାଙ୍କ ଯାନ ଉପରେ ଆକ୍ରମଣ ହୋଇ ଯାଇଛି ଏବଂ ଅକ୍ସିଜେନ ଶେଷ ହେଉଛି। ସେହି ବ୍ୟକ୍ତି ମହିଳାଙ୍କ ଠାରୁ ୧୦ ଲକ୍ଷ ୟେନ ( ପାଖାପାଖି  ଛଅ ଲକ୍ଷ ଟଙ୍କା) ଇଲେକ୍ଟ୍ରୋନିକ୍‌ ମୁଦ୍ରା କିଣି ତାଙ୍କୁ ଟ୍ରାନ୍ସଫର କରିବାକୁ ଅନୁରୋଧ କଲେ , ଯାହାକି ସେ ଆଉ ଅକ୍ସିଜେନ କିଣି ପାରିବେ।

ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ମହିଳା ଓ ପୁରୁଷଙ୍କର ସୋସିଆଲ ମିଡ଼ିଆରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡ଼ିଲା ଯେ, ବ୍ୟକ୍ତିଙ୍କ ପାଇଁ ମହିଳାଙ୍କ ମନରେ ରୋମାଣ୍ଟିକ୍‌ ଭାବନା ସବୁ ବିକଶିତ ହୋଇ ଯାଇ ଥିଲା। ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ମହିଳାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥିବା ବେଳେ ଆଉ କିଛି ୟୁଜର ଲେଖିଛନ୍ତି ଯେ,ଶୁଣିବାରେ ଏହା ଖୁବ୍‌ ହାସ୍ୟାସ୍ପଦ। କିନ୍ତୁ ଦୁଃଖର କଥା ଏହା ଯେ, ବହୁତ ଲୋକ ଏହି ସବୁ କଥାକୁ ସହଜରେ ବିଶ୍ୱାସ କରି ଯାଆନ୍ତି ଏବଂ ଧାକା ଖାଆନ୍ତି। ଆଉ ଜଣେ ୟୁଜର କହିଛନ୍ତି ଏହା କମେଡି ନୁହେଁ। କୁହାଯାଏ , ପ୍ରେମ ଅନ୍ଧ ହୋଇଥାଏ , କିନ୍ତୁ ଏଠାରେ ତ ଅତ୍ୟଧିକ ଅନ୍ଧ ହୋଇ ଗଲେ