ଅନୁଗୁଳ ୧୪/୦୯ : ସାର ପାଇଁ ପୁଣି ହଇରାଣ ହେଉଛନ୍ତି ଚାଷୀ । ଅନୁଗୁଳ ବାଗେଡ଼ିଆରେ ଦେଖିବାକୁ ମିଳିଛି ସାରା ସଙ୍କଟର ଦୃଶ୍ୟ । ବାଗେଡ଼ିଆ ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ । ଲମ୍ବା ଲାଇନ ସହ ତଳେ ପେପର ଉପରେ ନିଜର ଆଧାର କାର୍ଡ ଲମ୍ବା ଲାଇନ ଲଗାଇ ସାର ପାଇଁ ଚାହିଁ ବସିଛନ୍ତି ଚାଷୀ।

ପାଖାପାଖି ୧୮୦୦ରୁ ଉର୍ଦ୍ଧ୍ୱ ଖପାଖର ଚାଷୀ ସାର ପାଇଁ ଭିଡ଼ ଲଗାଇଛନ୍ତି । ରାତି ୪ଟାରୁ ଏପରି ଲାଇନ ଲଗାଇଛନ୍ତି । ରାଜ୍ୟର ଖାଦ୍ୟାଭାବକୁ ଦୂର କରିବା ନିଜର ପିଲା ଛୁଆଙ୍କ ମୁହଁରେ ଖାଦ୍ୟ ମୁଠାଏ ଦେବା ପାଇଁ ସାର ପାଇଁ କେତେ ସଂଘର୍ଷ କରୁଛି। ଯାହା ସୂଚନା ରହିଛି ଏହି ସେବା ସମବାୟ ସମିତିରେ ଏବେ ଗଛିତ ଅଛି ୬୦୦ ବସ୍ତା ସାର। କିନ୍ତୁ ଅପେକ୍ଷା କରିଛନ୍ତି ୧୮୦୦ ଚାଷୀ। 
ସେପଟେ ଗଞ୍ଜାମରେ ସାର ସଙ୍କଟ ଥମିବାର ନା ନେଉନି । ସାର ପାଇଁ ସଂଘର୍ଷ କରୁଛନ୍ତି ଚାଷୀ । ଭୋର ସକାଳୁ ସକାଳୁ ଚାଷୀ ସାର ବସ୍ତାଏ ପାଇଁ ଲମ୍ବା ଧାଡି କରି ରହୁଛନ୍ତି । ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଚାଷୀ ରାସ୍ତାରେ ଛିଡ଼ା ହୋଇଛନ୍ତି । ଦୁଇ ଦିନ ତଳେ ନିଜେ ଯୋଗାଣ ମନ୍ତ୍ରୀ ଆସିକାଠାରେ ସାରକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ତଥାପି ତୁଟୁନି ସାର ସମସ୍ୟା । ରାଜ୍ୟରେ ସାର ସମସ୍ୟା ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ ବି ସାର ସମସ୍ୟାକୁ ନେଇ ଦେଖାଯାଉଥିବା ଚିତ୍ର ସାର ସଙ୍କଟ କଥା ବୟାନ କରୁଛି ।