ଭୁବନେଶ୍ୱର ୨୯/୦୯ : ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତରା େବସିଥିଲା ବୈଠକ । ବୈଠକରେ ଅନ୍ୟ ବିଭାଗର ସଚିବ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ ବିଭାଗର ୪ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି । ସେହିଭଳି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍‌ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ତେବେ ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ । 

ସଂସ୍ଥାରେ ୨୦ ରୁ ଅଧିକ କର୍ମଚାରୀ ଥିଲେ ଲାଗୁ ହେବ ଏହି ନିୟମ। ଓଡ଼ିଆରେ ସାଇନ ବୋର୍ଡ ରହିବ। କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି। ୩୦ ମିନିଟ ରେଷ୍ଟ ନେବେ କର୍ମଚାରୀ। । ସପ୍ତାହରୁ ୪୮ ଘଣ୍ଟାରୁ ଅଧିକ କାମ କଲେ ଦ୍ବିଗୁଣିତ ମଜୁରୀ ପାଇଁ ହକଦାର ହେବେ କର୍ମଚାରୀ।ରାତିରେ ମହିଳା କର୍ମଚାରୀଙ୍କ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳି ଅନୁଯାୟୀ କାମ କରିପାରିବେ। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ।

 

ବ୍ୟାପକ ଶିଳ୍ପାୟନ ପାଇଁ ଏହି ସଂସ୍କାରର ଆବଶ୍ୟକତା ପଡିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦି ଯେଉଁ ଶିଳ୍ପାୟନ କଥା କହୁଛନ୍ତି ଓ ଇଜ ଅଫ ଡୁଇଙ୍ଗ ବିଜନେସ ରେ ସେମାନଙ୍କ ସହଜ କରିବା ପାଇଁ ସମୟ ଅନୁଯାୟୀ ଆଵଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହେଉଛି। ପିଏମଙ୍କ ପ୍ରସ୍ତାବ ଅନୁଯାୟୀ ହେଉଛି। ଆଜି ଏ ସମ୍ବନ୍ଧୀୟ ୨ ଟି ପ୍ରସ୍ତାବ ଅନୁମୋଦିତ ହେଲା। ପୂର୍ବରୁ ୧୫ ଟି ସଂଶୋଧନ ହୋଇଛି। ନୂତନ ଶିଳ୍ପସଂସ୍ଥା ମାନେ ଯେଉଁ ଆସିବେ ସେମାନଙ୍କ ପାଇଁ ସହଜ ଓ ସୁବିଧା କରିବାର ପ୍ରୟାସ। ୧୩ ଲକ୍ଷ କୋଟି ପୁଞ୍ଜିନିବେଶ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨ ଲକ୍ଷ କୋଟି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ଏକ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ଦ୍ରୁତ ବ୍ୟବସାୟିକାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। 

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ମୋହର। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହୋଇଛି। ଆରଟିଇ ୨୦୦୯ ର ଉଦେଶ୍ୟକୁ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତି ପଂଚାୟତ ସ୍ତରରେ ପ୍ରଥମ ଫେଜରେ ଆଦର୍ଶ ବିଦ୍ୟାଳୟ ହେବ। ମୌଳିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ। ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ୧୨ ହଜାର କୋଟି ଖର୍ଚ୍ଚ ହେବ। ୫ କୋଟିରୁ ଅଧିକ ଖର୍ଚ୍ଚ ହେବ ପ୍ରତି ବିଦ୍ୟାଳୟ ପାଇଁ। ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଯିବ। ପରବର୍ତ୍ତୀ ଫେଜରେ ସବୁ ପଂଚାୟତ କଭର ହେବ। ସରକାରୀ ବିଦ୍ୟାଳୟରେ ପାଠ ପଢା ହେଉ ନାହିଁ ବୋଲି ଯେଉଁ ପ୍ରଶ୍ନ ହେଉଛି ଏହି ପଦକ୍ଷେପ ତାର ପରିବର୍ତ୍ତନ କରିବ।

କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପରିସର ମନ୍ଦିର ଓ ପାରିପାର୍ଶ୍ଵକ ବିକାଶ ଉପରେ ଗୁରୁତ୍ୱ। ଭକ୍ତ ସଂଖ୍ୟା ବଢୁଛି, ଲୋକେ ହଇରାଣ ହେଉଛନ୍ତି। ସେଥିପାଇଁ ପାର୍କୀଙ୍ଗ, ଓ ଅନ୍ୟ ବ୍ୟବସ୍ଥା ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ୫୯ ଏକରରୁ ଅଧିକ ଜାଗା ରଖାଯାଇଛି ବିକାଶ ପାଇଁ। ଏଥିରେ ୨୨୬ କୋଟି ଖର୍ଚ୍ଚ ହେବ। ୮୦ କୋଟି ଲାଣ୍ଡ ଆକୁଜିସନ ପାଇଁ ଦିଆଯିବ। ଟେଣ୍ଡର ସରିଛି। ୨୪୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ମାର୍କେଟ କମ୍ପ୍ଲେସ୍କ, ନଡ଼ିଆ ଭଣ୍ଡାର ହେବ।