ଅନ୍ଧାରରେ ସ୍ପେନ୍ ଓ ପର୍ତ୍ତୁଗୀଜ; ବିଜୁଳି ବ୍ଲାକଆଉଟ୍ ଜାରି, ଟ୍ରାଫିକ୍ ସିଷ୍ଟମ ଠପ, ଟେଲିକମ୍ ଓ ଟ୍ରେନ ସେବା ବନ୍ଦ

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ: ୟୁରୋପ ଭଳି ବିକଶିତ ମହାଦେଶରେ ପାଓ୍ବାରକଟ୍ ସମସ୍ୟା । ଏହା ଶୁଣି ଆପଣମାନଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ, ହେଲେ ଏହା ସତ । ଏଭଳି କିଛି ସୂଚନା ଏବେ ସାମ୍ନାକୁ ଆସିଛି । ୟୁରୋପୀୟ ଦେଶ ସ୍ପେନ୍ ଓ ପର୍ତ୍ତୁଗୀଜରେ ଭୀଷଣ ବିଦ୍ୟୁତ୍ ସମସ୍ୟା ଦେଖାଦେଇଛି । ବାରମ୍ବାର ପାଓ୍ବାରକଟ୍ ସମସ୍ୟାରେ ସମ୍ମୁଖୀନ ଦେଉଛନ୍ତି ଲୋକେ । ସମାଚାର ଏଜେନ୍ସି ଏସୋସିଏଟେଡ୍ ପ୍ରେସ୍‌ର ରିପୋର୍ଟରେ କୁହାଯାଇଛି, ସ୍ପେନର ରାଜାଧାନୀ ମାଦ୍ରିଦ୍ ଓ ପର୍ତ୍ତୁଗୀଜ କ୍ୟାପିଟାଲ୍ ଲିସବନ୍‌ରେ ବତୀ ଗୁଲ୍ ହୋଇଯାଇଛି । ଏହାଛଡ଼ା ଫ୍ରାନ୍ସର କିଛି ବଡ଼ ସହରରେ ମଧ୍ୟରେ ବିଜୁଳି ବ୍ଲାକଆଉଟ୍ ହୋଇଥିବା ସୂଚନା ରହିଛି । 
ସ୍ପେନ୍ ସରକାରୀ ବିଜୁଳି ଆବଣ୍ଟନ କମ୍ପାନି ରେଡ୍ ଇଲେକ୍ଟ୍ରିକା କହିଛି, ସହରରେ ନିରନ୍ତର ବିଦ୍ୟୁତ୍ ସରବରାହ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଯଥାଶୀଘ୍ର ପାଓ୍ବାରକଟ୍ ସମସ୍ୟା ଦୂର ହେବ । ଏହାଛଡ଼ା କେଉଁ କାରଣକୁ ରାଜଧାନୀ ଏବଂ ଅନ୍ୟ ସହରରେ ବ୍ଲାକଆଉଟ୍ ହେଲା ଏହାର ବିଶ୍ଲେଷଣ ଚାଲିଛି । ଗ୍ରୀଡ୍ ଅପରେଟର କହିଛନ୍ତି, ବର୍ତ୍ତମାନ ସମୟରେ ବିଦ୍ୟୁତ୍ ସପ୍ଲାଏ ପାଇଁ ସମସ୍ତ ପ୍ରୟାସ ଚାଲିଛି ।

ବିବିସି ରିପୋର୍ଟ ମୁତାବକ, ସ୍ପେନର ଜାତୀୟ ରେଳ କମ୍ପାନି ରେନଫେ କର୍ତ୍ତୃପକ୍ଷ କହିଛନ୍ତି, ସ୍ଥାନୀୟ ସମୟ ପ୍ରାୟ ୧୨.୩୦ ମିନିଟରେ ଦେଶର ‘ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ବିଦ୍ୟୁତ୍ ଗ୍ରୀଡ୍ କଟିଯାଇଛି’ । ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଟ୍ରେନ୍ ଗୁଡ଼ିକ ରାସ୍ତାରେ ଅଟକି ରହିଛନ୍ତି ଏବଂ ଷ୍ଟେସନକୁ ଆସିପାରୁନାହାନ୍ତି । ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁ ମେଦ୍ରିଦ୍ ଓପନ୍ କ୍ଲେ କୋର୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟକୁ ରୋକି ଦିଆଯାଇଛି । ଫଳରେ ବ୍ରିଟେନର ନ୍ୟାଶନାଲ୍ ଟେନିସ୍ ପ୍ଲେୟାର ଜ୍ୟାକବ୍ ଫର୍ନଲେ କୋର୍ଟ ଛାଡ଼ି ବାହାରକୁ ଚାଲିଯାଇଛନ୍ତି । ବିଜୁଳି ପାଇଁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖା ଦେଲାଣି । 

ସ୍ପେନ୍ ଓ ତର୍ତ୍ତୁଗୀଜ୍ ଭଳି ବିକଶିତ ଦେଶରେ ଏତେ ବଡ଼ ବିଜୁଳି ସମସ୍ୟା ଦୁର୍ଲଭ ବୋଲି କୁହାଯାଉଛି । ସ୍ପେନର ସରକାରୀ ବ୍ରଡକାଷ୍ଟର RTVE କର୍ତ୍ତୃପକ୍ଷ କହିଛନ୍ତି, ସ୍ଥାନୀୟ ସମୟ ୧୨.୩୦ ମିନିଟରୁ ଦେଶର ଅଧିକାଂଶ ସ୍ଥାନରେ ପାଓ୍ବାରକଟ୍ ହେଉଛି । 

ଅଚାନକ ପାଓ୍ବାର କଟ୍ କାହିଁକି ?

୧.୦୬ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ପର୍ତ୍ତୁଗୀଜରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି । ରାଜଧାନୀ ଲିସବନ ଓ ଏହାର ଆଖପାଖ ଅଞ୍ଚଳ ସହିତ ଦେଶ ଉତ୍ତର ଓ ଦକ୍ଷିଣ ପ୍ରାନ୍ତରେ ମଧ୍ୟ ବତୀ ଗୁଲ୍ ହୋଇଛି । ପର୍ତ୍ତୁଗାଲ୍ ଖବର କାଗଜ ଏକ୍ସପ୍ରେସୋ ଅନୁସାରେ, ପର୍ତ୍ତୁଗୀଜ୍ ଡିଷ୍ଟ୍ରିବ୍ୟୁଟର ଇ-ରେଡେସ କହିଛି, ଦେଶରେ ବିଜୁଳି ସମସ୍ୟାର ମୁଖ୍ୟ କାରଣ ହେଉଛି, ୟୁରୋପୀୟ ବିଦ୍ୟୁତ୍ ପ୍ରଣାଳୀ ଅନେକ ସମସ୍ୟା ଦେଖାଇଛି । ଏହାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି ।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.