ଚାନ୍ଦବାଲି ଲଜ୍ଜା ଘଟଣା; ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦାବି

NEWS7
sourav-ganguly-on-his-birthday-dancing-on-london-road

ଭଦ୍ରକ: ଚାନ୍ଦବାଲି ଥାନା ବାଲିଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଭଦ୍ରକରେ କଂଗ୍ରେସର ହାଇଲେବଲ ଟିମ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ବରିଷ୍ଠ ନେତା ଜୟଦେବ ଜେନା, ଅନନ୍ତ ସେଠୀ, ପ୍ରସାଦ ହରିଚନ୍ଦନ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଅସିତ୍ ପଟ୍ଟନାୟକ ପ୍ରମୁଖ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭଦ୍ରକ ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି।

ତେବେ ଏହି ଘଟଣାର ତଦନ୍ତ ଓ ଅଗ୍ରଗତି ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। କଂଗ୍ରେସର ଏହି ତୁଙ୍ଗ ନେତାଙ୍କ ଗସ୍ତ ସମୟରେ କଂଗ୍ରେସ ସମର୍ଥକମାନେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା।

ସେପଟେ ଘଟଣାରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ରାଜ୍ୟରେ ନାରୀ ସୁରକ୍ଷିତ ନୁହଁନ୍ତି। ପରିବାର ଚାହୁଁଛି ୧୦ ଦିନରେ ଦଣ୍ଡ ମିଳୁ। କିନ୍ତୁ ପୋଲିସ କହୁଛି ୪୫ ଦିନ ଲାଗିବ। ଏବେ ପର୍ଯ୍ୟନ୍ତ ଜିଲ୍ଲାରେ ନିଶା ଦ୍ରବ୍ୟ କାରବାର ହେଉଛି । ସବୁଥିରେ ନିୟନ୍ତ୍ରଣ ଆବଶ୍ୟକ ଅଛି । ଘୋଷଣା ହୋଇଥିବା ଅର୍ଥ ରାଶି ସରକାର ଶୀଘ୍ର ପ୍ରଦାନ କରନ୍ତୁ ଓ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ପିସିସି ସଭାପତି।